ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସାଧାରଣ ନିର୍ବାଚନ ପାଇଁ ସୁରକ୍ଷା: ଓଡ଼ିଶାରେ ମୁତୟନ ହେବେ ୧୬୫ କମ୍ପାନୀ ଫୋର୍ସ, ଷ୍ଟ୍ରଙ୍ଗ୍‌ ରୁମ୍‌ ଜଗିବେ ୨୫ କମ୍ପାନୀ

Published By : Prameya | April 28, 2024 11:15 AM

ଭୁବନେଶ୍ୱର,୨୮/୦୪: ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ସ୍ୱଚ୍ଛ ଓ ଆଇନଶୃଙ୍ଖଳା  ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଓଡ଼ିଶାରେ  ୧୬୫ କମ୍ପାନୀ ସିଏପିଏଫ୍‌ ମୁତୟନ ପାଇଁ  ବ୍ୟବସ୍ଥା ହୋଇଛି । ବର୍ତ୍ତମାନ ୭୫ କମ୍ପାନୀ  ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ହୋଇ  ସାରିଛନ୍ତି । ଆସନ୍ତା ୧୨ ଦିନ ମଧ୍ୟରେ ବାକି  ୯୦ କମ୍ପାନୀ ଫୋର୍ସ ମୁତୟନ ହେବ ବୋଲି  ମୁଖ୍ୟ ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।  

୨୦୧୯ ସାଧାରଣ ନିର୍ବାଚନ ସମୟରେ  ତତ୍କାଳୀନ ଡିଜିପି ୧୪୦ କମ୍ପାନୀ ଫୋର୍ସ  ମାଗିଥିଲେ । କେନ୍ଦ୍ର ସରକାରଙ୍କ ତରଫରୁ  ୧୩୩ କମ୍ପାନୀ ସିଏପିଏଫ୍‌ ଫୋର୍ସ ଯୋଗାଇ  ଦିଆଯାଇଥିଲା । ୨୦୨୪ ସାଧାରଣ ନିର୍ବାଚନ ଅଧିକ  ରୋଚକ ଥିବାରୁ ୧୮୦ କମ୍ପାନୀ ଫୋର୍ସ ମାଗିଥିଲେ  ଡିଜିପି । ସେଥିରୁ ୧୬୫ କମ୍ପାନୀ ଫୋର୍ସ୍‌ ମୁତୟନ  ପାଇଁ ବ୍ୟବସ୍ଥା ହୋଇଛି । ଏଥିରୁ ୮୩ କମ୍ପାନୀ  ଇନ୍‌ସିଟୁ ଓ ୮୨ କମ୍ପାନୀ ଡାଇରେକ୍ଟ ଇଣ୍ଡକ୍ସନ୍‌  ମାଧ୍ୟମରେ ମୁତୟନ ହେବେ । ମଇ ୧ ତାରିଖରେ  ଆହୁରି ୪୮ କମ୍ପାନୀ ଓ ମଇ ୯ ତାରିଖରେ  ୪୨ କମ୍ପାନୀ ସିଏପିଏଫ୍‌ ଜବାନ କାର୍ଯ୍ୟରେ  ଯୋଗଦେବେ । ୧୬୫ କମ୍ପାନୀ ଫୋର୍ସ ମଧ୍ୟରୁ ୨୫  କମ୍ପାନୀ ଷ୍ଟ୍ରଙ୍ଗ୍‌ ରୁମ୍‌ ସୁରକ୍ଷା ଦାୟିତ୍ୱରେ ରହିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.