ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ରାଷ୍ଟ୍ରପତି, ସିଜେଆଇ, ଇସିଙ୍କୁ ଚିଠି ଲେଖିଲେ ହାଇକୋର୍ଟ ପୂର୍ବତନ ବିଚାରପତି, ଝୁଲା ସଂସଦ ହେଲେ ସମ୍ବିଧାନର ରକ୍ଷା ହେଉ..

ନୂଆଦିଲ୍ଲୀ,୦୪/:୦୬ ଲୋକସଭା  ନିର୍ବାଚନ ଭୋଟ ଗଣତିର ଦିନକ  ପୂର୍ବରୁ ହାଇକୋର୍ଟର ୭ ପୂର୍ବତନ ବିଚାରପତି ସୋମବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭାରତର ପ୍ରଧାନ  ବିଚାରପତି (ସିଜେଆଇ) ଜଷ୍ଟିସ୍‌ ଡି.ୱାଇ  ଚନ୍ଦ୍ରଚୂଡ଼, ନିର୍ବାଚନ କମିଶନଙ୍କୁ ଚିଠି ଲେଖିଛନ୍ତି । ନିର୍ବାଚନ ଫଳାଫଳରେ  ଝୁଲା ସଂସଦ ସ୍ଥିତି ଆସିଲେ ସମ୍ବିଧାନର  ରକ୍ଷା କରିବା ଲାଗି ପଦକ୍ଷେପ ନେବାକୁ  ସେମାନେ ଅପିଲ କରିଛନ୍ତି । ପାଟନା ହାଇକୋର୍ଟର ଜଷ୍ଟିସ୍‌ ଅଞ୍ଜନା ପ୍ରକାଶ  ଏବଂ ମାଡ୍ରାସ ହାଇକୋର୍ଟର ଜଷ୍ଟିସ୍‌  ଜି.ଏମ୍‌ ଆକବର ଅଲି, ଜଷ୍ଟିସ୍‌ ଅରୁଣା  ଜଗଦିସାନ, ଜଷ୍ଟିସ୍‌ ଡି ହରିପରନଥାମନ,  ଜଷ୍ଟିସ୍‌ ପି.ଆର୍‌ ଶିବକୁମାର, ଜଷ୍ଟିସ୍‌ ସି.ଟି  ସେଲଭମ ଏବଂ ଜଷ୍ଟିସ୍‌ ଏସ୍‌. ବିମଳା  ଏହି ଚିଠି ଲେଖିଛନ୍ତି । 

ଏଥିରେ ସେମାନେ ଦର୍ଶାଇଛନ୍ତି ଯେ,  ସେମାନଙ୍କର କୌଣସି ରାଜନୈତିକ  ଦଳ ସହ ଲିଙ୍କ୍‌ ନାହିଁ । କିନ୍ତୁ ସମ୍ବିଧାନର  ଆଦର୍ଶ ଏବଂ ନିର୍ବାଚନୀ ଗଣତନ୍ତ୍ରର ମୂଲ୍ୟ  ପ୍ରତି ଦୃଢ଼ତା ସହ ପ୍ରତିବଦ୍ଧ ଥିବାରୁ  ୨୦୨୪ ନିର୍ବାଚନର ବର୍ତ୍ତମାନର ସ୍ଥିତିକୁ  ଦେଖି ଏହି ଚିଠି ଲେଖାଯାଇଛି । ଯଦି  ନିର୍ବାଚନ ଫଳାଫଳ ପରେ ଝୁଲା ସଂସଦ  ହୁଏ ତେବେ ରାଷ୍ଟ୍ରପତି କାନ୍ଧରେ ବଡ଼  ଦାୟିତ୍ୱ ରହିବ । ରାଷ୍ଟ୍ରପତି ଗଣତାନ୍ତ୍ରିକ  ମୂଲ୍ୟବୋଧକୁ ସମ୍ମାନ ଦେଇ ଅଧିକ ଆସନ  ପାଇଥିବା ମେଣ୍ଟ ବା ଦଳକୁ ଆମନ୍ତ୍ରିତ  କରିବେ । ଏଥିସହ ସରକାର ଗଠନ  ପାଇଁ ଦଳଗୁଡ଼ିକ ପକ୍ଷରୁ ଘୋଡ଼ା ବେପାର  ଉଦ୍ୟମକୁ ରୋକିବେ ବୋଲି ଆଶା ରହିଛି ।  ଯଦି ଶାସକ ଦଳ ବହୁମତ ପାଇବାରେ  ବିଫଳ ହୁଏ ତେବେ ସାମ୍ବିଧାନିକ ସଙ୍କଟ  ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି ।  ଏପରି ସ୍ଥିତିରେ କ୍ଷମତା ସ୍ଥାନାନ୍ତର ସୂଚାରୁ  ରୂପେ ହୋଇ ନ ପାରେ। ତେଣୁ ସିଜେଆଇ  ଏବଂ ନିର୍ବାଚନ କମିଶନ ଏପରି ସ୍ଥିତିରେ  ସୂଚାରୁ ରୂପେ କ୍ଷମତା ପରିବର୍ତ୍ତନ ସୁନିଶ୍ଚିତ  କରି ସମ୍ବିଧାନର ସୁରକ୍ଷା କରିବାକୁ ଚିଠିରେ  ନିବେଦନ କରାଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.