ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଏଟିଏମ୍ ଭ୍ୟାନରୁ ଦେଢ଼ କୋଟି ଲୁଟ୍ ଘଟଣାର ପର୍ଦ୍ଦାଫାସ୍ : ୭ ଗିରଫ, ୬୪ ଲକ୍ଷ ଜବତ

କଟକ, ୧୩/୦୨ : ଏଟିଏମ୍ ଭ୍ୟାନରୁ ଦେଢ଼ କୋଟି ଲୁଟ୍ ଘଟଣାର ପର୍ଦ୍ଦାଫାସ୍। କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ୍ ଭ୍ୟାନରୁ ଦେଢ଼ କୋଟି ଲୁଟ୍ ଘଟଣାର ପର୍ଦ୍ଦାଫାସ୍ ହୋଇଛି। ଲୁଟ୍ କରିଥିବା ଗ୍ୟାଙ୍ଗକୁ ଧରିଲା କଟକ ଗ୍ରାମାଞ୍ଚଳ ପୋଲିସ। ଗ୍ୟାଙ୍ଗର ୭ ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି। 

ଗତ ବର୍ଷ ନଭେମ୍ବର ୧୦ ତାରିଖରେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆରେ ଏଟିଏମ୍ ଭ୍ୟାନରୁ ଦେଢ଼ କୋଟି ଲୁଟ୍ ହୋଇଥିଲା। ତିଗିରିଆ ଥାନା ଅନ୍ତର୍ଗତ ଗୋଡ଼ିଝରିଆ ରାସ୍ତାରେ ଟଙ୍କା ବୋଝେଇ ଏଟିଏମ୍ ଗାଡ଼ିକୁ ବନ୍ଧୁକ ମୁନରେ ଅଟକେଇ ଦେଢ଼ କୋଟି ଟଙ୍କା ଲୁଟି ଫେରାର ହୋଇଯାଇଥିଲେ ଏହି ଗ୍ୟାଙ୍ଗ୍। ସେମାନଙ୍କ ନିକଟରୁ ୬୪ ଲକ୍ଷ ୪୫ ହଜାର ଟଙ୍କା ସହ ୩ ଟି ଛୁରୀ ଜବତ କରାଯାଇଛି। 

ଏଟିଏମ୍ ଗାଡ଼ିର ଦୁଇ ଜଣ କର୍ମଚାରୀ ଲୁଟ୍ ପାଇଁ କରିଥିଲେ ପ୍ଲାନ୍। ଲୁଟ୍ ପାଇଁ ତିଗିରିଆ ଥାନା ଅଞ୍ଚଳର ପେଶାଦାର ଅପରାଧୀ କଲିମ ଖାନକୁ ସୁପାରୀ ଦେଇଥିଲେ ଏଟିଏମ୍ ଗାଡ଼ିର ଦୁଇ କର୍ମଚାରୀ। ଭ୍ୟାନର ଦୁଇ ଜଣ କର୍ମଚାରୀ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ଜୋରଦାର ଉଦ୍ୟମ ଚାଲିଛି। କଟକ ଗ୍ରାମାଞ୍ଚଳ ଏସପି ମିହିର କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.