ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବନ୍ଧୁକ ମୁନରେ ଲୁଟ୍, ୧୦ ଲକ୍ଷ ନେଇଗଲେ ୫ ଦୁର୍ବୃତ୍ତ

କୋଇଡ଼ା, ୦୮/୦୨ : ବନ୍ଧୁକ ମୁନରେ ଲୁଟ୍। କୋଇଡ଼ା ଟେନସା ଫାଣ୍ଡି ଅଧିନସ୍ଥ ଗୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟରୁ ଲୁଟ୍ ହୋଇଛି। ବୁଧବାର ରାତି ପ୍ରାୟ ୧ ଟାରେ ୫ ଜଣ ଦୁର୍ବୃତ୍ତ ଖଣି ଭିତରେ ଥିବା କାର୍ଯ୍ୟାଳୟରୁ ୧୦ ଲକ୍ଷ ଲୁଟିନେଇଥିବା ସୂଚନା ମିଳିଛି। ଟେନସା ଓ କୋଇଡା ପୋଲିସ ଘଟଣାସ୍ଥଳରେ ଛାନଭିନ୍ ଜାରି ରଖିଛି। 

ସୂଚନାନୁଯାୟୀ, ଟେନସା ଫାଣ୍ଡି ଅଧିନସ୍ଥ ଗୀତାରାଣୀ ଖଣି ନିକଟସ୍ଥ ଏକ ପରିବହନ ସଂସ୍ଥା କ୍ରାକର୍ସ ଇଣ୍ଡିଆ କାର୍ଯ୍ୟାଳୟରୁ ଲୁଟ୍ ହୋଇଛି। ବୁଧବାର ରାତି ପ୍ରାୟ ୧ ଟାରେ ୫ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏନେଇ ଟେନ୍‌ସା ଫାଣ୍ଡିରେ ଏତଲା ଦିଆଯାଇଛି। ଅଭିଯୋଗ ପରେ ପୋଲିସ ଛାନଭିନ୍ ଆରମ୍ଭ କରିଛି। ତେବେ ଲୁଟ୍ ବେଳର ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ତଦନ୍ତ କରୁଛି। 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.