ପ୍ରମୂଖ ଖବର
  • ମାଡ଼ି ଆସୁଛି ବାତ୍ୟା 'ଦାନା', ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିଛି କେନ୍ଦ୍ରାପଡା ଅଗ୍ନିଶମ ବିଭାଗ
  • ||
  • ବାସୁଦେବପୁର : ବାତ୍ୟା 'ଦାନା'କୁ ନେଇ ପ୍ରଶାସନର ପ୍ରସ୍ତୁତି, ବାସୁଦେବପୁରରେ ପହଞ୍ଚିଲା ୩ ଟି ଓଡ୍ରାଫ ଟିମ୍‌
  • ||
  • ଉମରକୋଟ : ବସ୍‌ ଚାଳକଙ୍କୁ ଛୁରାମାଡ଼, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ସୃଷ୍ଟି ହେଲା ବାତ୍ୟା 'ଦାନା', ଘଣ୍ଟାପ୍ରତି ୧୮ କିଲୋମିଟର ବେଗରେ କରୁଛି ଗତି
  • ||
  • ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ସୂର୍ଯ୍ୟ ମନ୍ଦିର
  • ||
  • ଲମତାପୁଟ : ଆମ୍ବୁଲାନ୍ସରୁ ୧୭୦ କେଜି ଗଞ୍ଜେଇ ଜବତ, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ବୁଲେଟ୍-ଅଟୋ ମୁହାଁମୁହିଁ ଧକ୍କା, ଦୁର୍ଘଟଣାରେ ଚାଲିଗଲା ଜଣେ ଡାକ୍ତରଙ୍କ ଜୀବନ
  • ||
  • ଭୋଗରାଇ : ବାତ୍ୟା 'ଦାନା' ପାଇଁ ଦୀଘା ଖାଲି କରିବାକୁ ପ୍ରଶାସନର ନିର୍ଦ୍ଦେଶ, ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ହୋଟେଲରେ ହେବନି କୌଣସି ବୁକିଂ
  • ||

ବ୍ୟବସାୟୀଙ୍କ ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ, ଆଲମିରା ଭାଙ୍ଗି ୧୦ ଭରି ସୁନା ଓ ୩ ଲକ୍ଷ ଟଙ୍କା ଲୁଟ୍

ପାଟଣାଗଡ଼, ୦୪/୦୭ : ପାଟଣାଗଡ ଅଞ୍ଚଳରେ ଦିନକୁ ଦିନ ବଢିବାରେ ଲାଗିଛି ଚୋରି ଡକାୟତି ଘଟଣା। ୨ ଦିନ ତଳେ ପାଟଣାଗଡ଼ ମେନ୍ ରୋଡରେ ଥିବା ଏକ ମୋବାଇଲ୍ ଦୋକାନର ସଟର ଫାଡି ୧୦୦ଟି ମୋବାଇଲ୍ ସହ ମୋବାଇଲ୍ ସାମଗ୍ରୀ ଚୋରି ହୋଇଥିଲା। ଗତକାଲି ପୁଣି ପାଟଣାଗଡ ବ୍ଲକ ରହେନମାଲ ଗାଁର କପଡା ବ୍ୟବସାୟୀ ଖିରସିନ୍ଧୁ ମେହେରଙ୍କ ଘରୁ ଲୁଟ୍ ହୋଇଛି। 

ସୂଚନାନୁଯାୟୀ, ବୁଧବାର ରାତିରେ ଖିରସିନ୍ଧୁ ମେହେରଙ୍କ ପରିବାର ଶୋଇଥିବା ସମୟରେ ଦୁର୍ବୃତ୍ତମାନେ ପଶି ଆଲମିରାରୁ ୧୦ ଭରି ସୁନା ଓ ୩ ଲକ୍ଷ ଟଙ୍କା ସହ କିଛି ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ନେଇ ଫେରାର ମାରିଥିଲେ। ପରିବାର ଲୋକେ ଉଠି ଦେଖିଲା ବେଲକୁ ଆଲମିରା ଭଙ୍ଗା ହୋଇ ସୁନା ଟଙ୍କା ଚୋରି ହୋଇଯାଇଛି। ଏହାପରେ ଖିରସିନ୍ଧୁ ପାଟଣାଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପାଟଣାଗଡ଼ ପୋଲିସ ଓ ବଲାଙ୍ଗିର ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ଦେଖିବାକୁ ମିଳିଛି।  


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.