ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲଭ୍‌ ସେକ୍ସ ଧୋକ୍କା: ଯୁବତୀ ଗର୍ଭବତୀ, ପ୍ରତାରକ ପ୍ରେମିକ ଗିରଫ

ଭୁବନେଶ୍ୱର, ୨୨/୦୩: ପ୍ରଥମେ ଚାକିରି କରାଇ ଦେବାର ପ୍ରତିଶ୍ରୁତି ଦେଲା । ପରେ ବିବାହର  ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଲା । ଇତିମଧ୍ୟରେ ଯୁବତୀଙ୍କ ଠାରୁ ୨ ଲକ୍ଷ  ୭୦ ହଜାର ଟଙ୍କା ନେଇଗଲା । ଯୁବତୀ ଗର୍ଭବତୀ ହେବା ପରେ  ଛାଡ଼ି ପଳାଇଲା । ଏଭଳି ଜଣେ  ପ୍ରତାରକ ପ୍ରେମିକକୁ ଗିରଫ  କରିଛି କ୍ୟାପିଟାଲ ଥାନା ପୁଲିସ ।  ଗିରଫ ଅଭିଯୁକ୍ତ କ୍ୟାପିଟାଲ ଥାନା  ଅଧୀନ କ୍ୱାର୍ଟର୍ସ ନଂ-୨ଆରଏ ୪୬/୪ରେ ରହୁଥିବା ନୟାଗଡ଼  ଜିଲ୍ଲା ଓଡ଼ଗାଁ ତୋଡ଼ିଗଡ଼ିଆର  ସୁକାନ୍ତ କୁମାର ନାୟକ(୪୨) । 

ପୁଲିସ  ସୂଚନା ଅନୁଯାୟୀ, ସ୍ୱପ୍ନା (ଛଦ୍ମନାମ, ବୟସ  ୨୫) ଭୁବନେଶ୍ୱରରେ ରହି ସିଭିଲ ସର୍ଭିସ୍‌  ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ । ବର୍ଷକ  ତଳେ ତାଙ୍କର ସୁକାନ୍ତଙ୍କ ସହ ଭେଟ  ହୋଇଥିଲା । ସୁକାନ୍ତ ତାଙ୍କୁ ଚାକିରି କରାଇ  ଦେବାର ପ୍ରଲୋଭନ ଦେଖାଇ ତାଙ୍କ ସହ ସଂପର୍କ ଯୋଡ଼ିଥିଲା । ଧୀରେ ଧୀରେ ତାଙ୍କୁ  ନିଜ ପ୍ରେମ ଜାଲରେ ଫସାଇଥିଲା । ପରେ  ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ତାଙ୍କ ସହ  ଶାରୀରିକ ସଂପର୍କ ରଖିଥିଲା । ଏହା ଭିତରେ  ବିଭିନ୍ନ ବାହାନା କରି ସୁକାନ୍ତ ଓ ତାର ଭାଇ  ସ୍ୱପ୍ନାଙ୍କ ଠାରୁ ୨ ଲକ୍ଷ ୭୦ ହଜାର ଟଙ୍କା ନେଇ ଯାଇଥିଲେ। ବାରମ୍ବାର ଶାରୀରିକ  ସଂପର୍କ ରଖିବା ପରେ ସ୍ୱପ୍ନା  ଗର୍ଭବତୀ ହୋଇଥିଲେ । ଏହା  ଜାଣିବା ପରେ ସୁକାନ୍ତ ତାଙ୍କ  ସହ ଆଉ ସଂପର୍କ ରଖି ନଥିଲା ।  ଓଲଟି ଗର୍ଭନଷ୍ଟ କରିବା ପାଇଁ  ବାଧ୍ୟ କରିଥିଲା । ପରେ ସେ  ସ୍ୱପ୍ନାଙ୍କୁ ମାରଧର କରି ବିବାହ  କରିବାକୁ ମନା କରି ଧରାଛୁଆଁ  ଦେଇ ନଥିଲା । ପ୍ରତାରଣାର ଶିକାର  ହୋଇଥିବା ଜାଣି ସ୍ୱପ୍ନା ଗତ ୧୭ ତାରିଖରେ  କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ।  ପୁଲିସ ଥାନାରେ ଏକ ମାମଲା (ନଂ-୧୩୯)  ରୁଜୁକରି ଆଜି ସୁକାନ୍ତକୁ ଗିରଫ କରିଥିଲା ।  ଅପରାହ୍ଣରେ ସୁକାନ୍ତକୁ କୋର୍ଟଚାଲାଣ  କରାଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ  ତାକୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.