ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜାଡ଼େଜାଙ୍କ ଅର୍ଦ୍ଧଶତକ ସାଙ୍ଗକୁ ଧୋନୀଙ୍କ ଦର୍ଶନୀୟ ପ୍ରଦର୍ଶନ; ଲକ୍ଷ୍ନୌ ଆଗରେ ୧୭୭ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ଚେନ୍ନାଇ

Image source: Cricbuzz

ନୂଆଦିଲ୍ଲୀ,୧୯/୦୪: ଆଇପିଏଲ୍‌ ୨୦୨୪ର ୩୪ତମ ମ୍ୟାଚ୍‌ ଶୁକ୍ରବାର ଲକ୍ଷ୍ନୌର ଅଟଳ ବିହାରୀ ବାଜପାୟୀ ଏକନା ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ। ତେବେ ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇ‌‌ଥିବା ଚେନ୍ନାଇ ନିର୍ଦ୍ଧାରିତ ଓଭରରେ ୬ ଓ୍ବିକେଟ ହରାଇ ୧୭୬ ରନ୍‌ କରିଛି। 

ଦଳ ପକ୍ଷରୁ ରବିନ୍ଦ୍ର ଜାଡ଼େଜା ସର୍ବାଧିକ ୫୭ ରନ୍‌ର ଅର୍ଦ୍ଧଶତକୀୟ ପାଳି ଖେଳି‌ଥିବା ବେଳେ ମ୍ୟାଚ୍‌ ଶେଷରେ ଧୋନୀଙ୍କର ଦର୍ଶନୀୟ ପ୍ରଦର୍ଶନର ମଜା ଉଠାଇଥିଲେ କ୍ରିକେଟ ପ୍ରେମୀ। ଦଳ ପକ୍ଷରୁ ଆଜିଙ୍କ୍ୟା ରାହାଣେ ୨୪ ବଲ୍‌ରେ ୩୬ ରନ୍‌, ଋତୁରାଜ ଗାଏକଓ୍ବାଡ ୧୩ ବଲ୍‌ରେ ୧୭ ରନ୍‌, ରବିନ୍ଦ୍ର ଜାଡ଼େଜା ୫ଟି ଚୌକା ଓ ଗୋଟିଏ ଛକା ସହିତ ୪୦ ବଲ୍‌ରେ ୫୭ ରନ୍‌, ମୋଇନ୍‌ ଅଲ୍ଲୀ ୨୦ ବଲ୍‌ରେ ୩୦ ରନ୍‌ ଓ ଏମ୍‌ ଏସ୍‌ ଧୋନୀ ତିନୋଟି ଚୌକା ୨ଟି ଛକା ସହିତ ୯ ବଲ୍‌ରେ ୨୮ ରନ୍‌ କରି ଅପରାଜିତ ରହିଥିଲେ। ତେବେ ଅନ୍ୟ କୌଣସି ଖେଳାଳୀ ଦୁଇ ଅଙ୍କ ବି କରିପାରିନଥିଲେ।

ସେପଟେ ଲକ୍ଷ୍ନୌ ପକ୍ଷରୁ କୃଣାଳ ପାଣ୍ଡ୍ୟାଙ୍କୁ ୨ଟି ସଫଳତା ମିଳିଥିବା ବେଳେ ମୋହସିନ୍‌ ଖାନ୍, ୟସ୍‌ ଠାକୁର, ରବି ବିଷ୍ଣୋଇ ଏବଂ ମାର୍କସ୍‌ ଷ୍ଟୋଇନିସ୍‌ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଥିଲା। ଏବେ ଲକ୍ଷ୍ନୌ ଦଳ ଚେନ୍ନାଇର ୧୭୭ ରନ୍‌ର ଟାର୍ଗେଟକୁ ପୂରା କରିବାକୁ ମଇଦାନକୁ ଓହ୍ଲାଇବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.