ପ୍ରମୁଖ ଖବର
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଆୟୁଷ ବାଦୋନିଙ୍କ ଦମଦାର ଅର୍ଦ୍ଧଶତକ, ଦିଲ୍ଲୀକୁ ୧୬୮ ରନ୍‌ ଟାର୍ଗେଟ ଦେଲା ଲକ୍ଷ୍ନୌ

Image Courtesy: espncricinfo

ଲକ୍ଷ୍ନୌ: ଆଇପିଏଲ ୨୦୨୪ର ୨୬ ତମ ମ୍ୟାଚ୍‌ରେ ଦିଲ୍ଲୀ- ଲକ୍ଷ୍ନୌ ଟକ୍କର । ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ଓଭରରେ ୭ ଓ୍ବିକେଟ ହରାଇ ୧୬୭ ରନ୍‌ କରିଛି । ଲକ୍ଷ୍ନୌର ଆୟୁଷ ବାଦୋନି ଅପରାଜିତ ୫୫ ରନ୍‌ କରିଛନ୍ତି ।   ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିବା ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌ ଓଭର ଶେଷ ଆଡ଼କୁ  ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି । ଆଜିର ମ୍ୟାଚ୍‌ରେ ଅଧିନାୟକ  କେଏଲ ରାହୁଲ ୩୯ ରନ୍‌ କରି ଆଉଟ ହୋଇଥିବା ବେଳେ ଅନ୍ୟ ବ୍ୟାଟର ଭଲ ପ୍ରଦର୍ଶନ କରିପାରିନଥିଲେ । ଆୟୁଷ ବାଦୋନିଙ୍କ ଅପରାଜିତ ୫୫ ରନ୍‌ ବଳରେ ଲକ୍ଷ୍ନୌ ୧୬୭ ରନ୍‌ କରପାରିଛି । 

ଦିଲ୍ଲୀ କ୍ୟାପିଟାଲ୍ସର କୁଲଦୀପ ଯାଦବ ଆଜି ଦମଦାର ବୋଲିଂ କରିଛନ୍ତି । ମାତ୍ର ୨୦ ରନ୍‌ ଦେଇ ୩ଟି ଓ୍ବିକେଟ ନେଇଛନ୍ତି କୁଲଦୀପ । ସେହିଭଳି ଖଲିଲ ଅହମ୍ମଦ ମଧ୍ୟ ୨ଟି ଓ୍ବିକେଟ ନେଇ ଲକ୍ଷ୍ନୌର ଦମ୍ଭ ଭାଙ୍ଗି ଦେଇଥିଲେ । ଇଶାନ୍ତ ଶର୍ମା ଏବଂ ମୁକେଶ କୁମାର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଛନ୍ତି । 

ଆଜିର ମ୍ୟାଚ୍‌ରେ ଲକ୍ଷ୍ନୌ ୨୮ ରନ୍‌ରେ ପ୍ରଥମ ଓ୍ବିକେଟ (କ୍ବିଣ୍ଟନ ଡିକକ୍‌) ହରାଇଥିଲା । ସେ ୧୯ ରନ୍‌ କରି ଖଲିଲ ଅହମ୍ମଦଙ୍କ ବଲରେ ଏଲବିଡବ୍ଲୁ ହୋଇ ପ୍ୟାଭିଲିୟନ୍‌ ଫେରିଥିଲେ । ସେହିଭଳି ଦେବଦତ୍ତ ପାଡିକଲଙ୍କୁ ଆଉଟ କରି ପଡ଼ିଆରୁ ଫେରାଇଥିଲେ ଖଲିଲ ଅହମ୍ମଦ । ପରେ ପରେ ମାର୍କସ ଷ୍ଟାଇନିସ୍‌ (୮), ନିକୋଲାସ ପୁରନ (୦), ଦୀପକ ହୁଡା (୧୦), କୃଣାଲ ପାଣ୍ଡ୍ୟା (୩) ଆଉଟ ହୋଇଥିଲେ ।  

 

  • IPL 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.