ପ୍ରମୂଖ ଖବର
  • ଭୁବନେଶ୍ବର OSSSC ଅଫିସ ଘେରିଲେ ଶହଶହ ପରୀକ୍ଷାର୍ଥୀ । କମ୍ବାଇନ୍ଡ ରିକ୍ରୁଟମେଣ୍ଟ ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଘେରାଉ
  • ||
  • ଢ଼େଙ୍କାନାଳ: ଦୁଷ୍କର୍ମ ପୀଡ଼ିତାଙ୍କୁ ଭେଟିଲେ ମହିଳା କମିଶନ
  • ||
  • କଳାହାଣ୍ଡି: ପୂଜକଙ୍କୁ ଚାପଡରେ ହାଣିଲେ ଦୁୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ଚନ୍ଦନେଶ୍ବର: ବ୍ୟାଙ୍କ ଭିତରୁ ଲୁଟ୍, ଗ୍ରାହକଙ୍କ ଠାରୁ ୩୦ହଜାର ନେଇଗଲେ ଲୁଟେରା
  • ||
  • ଦୁର୍ନୀତି ଅଭିଯୋଗ ଆସିଲେ ମାଫ୍ ନାହିଁ, ୫ ବର୍ଷରେ ୮୧ ସରପଞ୍ଚଙ୍କ ବିରୋଧରେ ହୋଇଛି କାର୍ଯ୍ୟାନୁଷ୍ଠାନ
  • ||
  • ଭୁବନେଶ୍ଵର : ୧୦ ବର୍ଷରେ ୨୫ ବାଘ ଏବଂ ୪୧ ହାତୀଙ୍କୁ ହତ୍ୟା କରିଛନ୍ତି ଶିକାରୀ, ହାତୀ ମଣିଷ ଲଢେଇରେ ଯାଇଛି ୧୧୪୫ ଜୀବନ
  • ||
  • ଢେଙ୍କାନାଳ ଲଜ୍ଜ୍ୟା : ୪ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା ସହ ଡିଏନଏ ଟେଷ୍ଟ ପାଇଁ ହେଲା ନମୁନା ସଂଗ୍ରହ
  • ||
  • କୋଲକାତା ଆନ୍ଦୋଳନରତ ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ, ନହେଲେ କାର୍ଯ୍ୟାନୁଷ୍ଠାନ
  • ||
  • ଦୁର୍ବଳ ହୋଇ ଛତିଶଗଡ଼ ମୁହାଁ ଲଘୁଚାପ: ଭୀଷଣ ବର୍ଷା ପାଇଁ ମାଲକାନଗିରି, ଗଞ୍ଜାମରେ ସ୍କୁଲ ଛୁଟି ଘୋଷଣା
  • ||

ଫୁସ୍‌ଫୁସ୍‌ କର୍କଟ ଟୀକାର ହ୍ୟୁମାନ ଟ୍ରାଏଲ ଆରମ୍ଭ, ଜାଣନ୍ତୁ ଡାକ୍ତରଙ୍କ ରାୟ…

ଭୁବନେଶ୍ୱର,୨୬/୦୮: ଖୁବ୍ ଶୀଘ୍ର ଆସିପାରେ ଫୁସ୍‌ଫୁସ୍‌ କର୍କଟକୁ ଦୂର କରିବା ପାଇଁ ବିଶ୍ୱର ପ୍ରଥମ ଟିକା  । ଏହି ଫୁସ୍‌ଫୁସ୍‌ କର୍କଟ ଟିକାର ମାନବ ପରୀକ୍ଷଣ ଆରମ୍ଭ ହୋଇଛି। ଏହି ଟୀକାର ନାମ ହେଉଛି   ବିଏନଟି୧୧୬, ଯାହା ବାୟୋ ଏନ ଟେକ୍‌ ଦ୍ୱାରା ନିର୍ମିତ । ଏହି ଟିକା ଫୁସ୍‌ଫୁସ୍‌ କର୍କଟର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଭାବରେ ତିଆରି କରାଯାଇଛି । ବିଏନଟି୧୧୬ ର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ୟୁକେ, ୟୁଏସଏ, ଜର୍ମାନୀ, ହଙ୍ଗେରୀ, ପୋଲାଣ୍ଡ, ସ୍ପେନ୍ ଏବଂ ତୁର୍କୀର ୩୪ ଟି ସ୍ଥାନରେ ଆରମ୍ଭ ହୋଇଛି । ସାରା ବିଶ୍ୱରେ କର୍କଟ ରୋଗରେ ମୃତ୍ୟୁର ସବୁଠାରୁ ବଡ କାରଣ ହେଉଛି ଫୁସ୍‌ଫୁସ୍‌ କର୍କଟ । ଏହି କାରଣରୁ, ପ୍ରତିବର୍ଷ ପ୍ରାୟ ୧.୮ ନିୟୁତ ମୃତ୍ୟୁ ଘଟୁଛି। ଆସନ୍ତୁ ଜାଣିବା ଏହି ଟିକା ବିଷୟରେ...

ଫୁସ୍‌ଫୁସ୍‌ କର୍କଟ ଟିକା ଉପରେ ମାନବ ପରୀକ୍ଷା-

ବ୍ରିଟେନର ପ୍ରଥମ ଫୁସ୍‌ଫୁସ୍‌ ରୋଗୀକୁ ଗତ ମଙ୍ଗଳବାର ଏହି ଟିକା ଦିଆଯାଇଥିଲା । ପରେ ବ୍ରିଟେନର ପ୍ରାୟ ୧୩୦ ରୋଗୀଙ୍କୁ ଫୁସ୍‌ଫୁସ୍‌ କର୍କଟର ବିଭିନ୍ନ ପର୍ଯ୍ୟାୟରେ ଇମ୍ୟୁନୋଥେରାପି ସହିତ ବିଏନଟି୧୧୬ ଦିଆଯିବ | କୋଭିଡ୍-୧୯ଟିକା ବନାଇବାର କୌଶଳ ସହିତ ଅନ୍ୟ ପ୍ରଯୁକ୍ତି ବିଦ୍ୟାକୁ ବ୍ୟବହାର କରି, ବିଏନଟି୧୧୬  ପ୍ରସ୍ତୁତ କରାଯାଇଛି । ଏହା ଏନଏସସିଏଲସି ଟ୍ୟୁମରକୁ ଟାର୍ଗେଟ କରିବ, ସୁସ୍ଥ କୋଷକୁ ବଞ୍ଚାଇବ ସହ କର୍କଟ ରୋଗ ସହ  ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତିକୁ ବାଢାଇବ ବୋଲି ଆଶା କରାଯାଉଛି ।

ଫୁସ୍‌ଫୁସ୍‌ କର୍କଟ ଟିକାର ପରୀକ୍ଷା କିପରି କରାଯାଇଛି ?

ଲଣ୍ଡନର ୬୭ ବର୍ଷିୟ ଏଆଇ  ବୈଜ୍ଞାନିକ ଜାନୁସ୍ ରେଜ ଏହି ଟିକା ଗ୍ରହଣ କରିଥିବା ପ୍ରଥମ ୟୁକେ ରୋଗୀ ଥିଲେ । ସେ ମେ ମାସରେ ଫୁସ୍‌ଫୁସ୍‌ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେମୋଥେରାପି ଏବଂ ରେଡିଓଥେରାପି ଆରମ୍ଭ କରିଥିଲେ । ପରେ ସେ ଏହି ପରୀକ୍ଷାରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ ।  ତାଙ୍କୁ ଏକ ସାପ୍ତାହିକ ଟିକା ଦିଆଯାଇଥିଲା । ଏହା ପରେ ଏକ ବର୍ଷରୁ ଅଧିକ ସମୟ ପାଇଁ ପ୍ରତି 3 ସପ୍ତାହରେ ଥରେ ଚିକିତ୍ସା କରାଯାଇଛି ।

ଡାକ୍ତରଙ୍କ ମତାମତ-

ୟୁନିଭର୍ସିଟି କଲେଜ ଲଣ୍ଡନ ହସ୍ପିଟାଲର ପ୍ରଫେସର ସେଓ ମିଙ୍ଗ କହିଛନ୍ତି, ଫୁସ୍‌ଫୁସ୍‌ କର୍କଟ ପାଇଁ ଏମଆରଏନଏ  ଆଧାରିତ ଇମ୍ୟୁନୋଥେରାପି ସହିତ ଏକ ନୂତନ ଯୁଗ ଆରମ୍ଭ ହେବ । ବ୍ରିଟେନରେ ଏହି ପରୀକ୍ଷଣର ନେତୃତ୍ୱ ନେଇ ସେ କହିଛନ୍ତି ଯେ, ଫୁସ୍‌ଫୁସ୍‌ କର୍କଟ ରୋଗକୁ ରୋକିବା ତାଙ୍କର ଲକ୍ଷ୍ୟ ଥିଲା ଏବଂ ସେ ଏଥିରେ ସଫଳତା ହାସଲ କରିଛନ୍ତି । ଏଥିପାଇଁ ସେ ୪୦ ବର୍ଷ ଧରି ଫୁସ୍‌ଫୁସ୍‌ କର୍କଟ ବିଷୟରେ ଅଧ୍ୟୟନ ମଧ୍ୟ କରିଥିଲେ । 

୧୯୯୦ରେ କେମୋଥେରାପି ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ବର୍ତ୍ତମାନ ସମୟରେ ଷ୍ଟେଜ୍‌ ୪ ରୋଗୀଙ୍କଠାରେ ୨୦-୩୦% ରୋଗ ପ୍ରତିରୋଧକ ଶକ୍ତି ରହୁଛି । ଆଶା କରାଯାଉଛି ଯେ, ଏହି ଏମଆରଏନଏ  ଟିକା ଫୁସ୍‌ଫୁସ୍‌ କର୍କଟ ରୋଗରେ ପୀଡ଼ିତ ରୋଗୀଙ୍କ ବଞ୍ଚିବା ପରିମାଣକୁ ଆହୁରି ବଢାଇବ। ଏହା ଫୁସ୍‌ଫୁସ୍‌ କର୍କଟ ରୋଗୀଙ୍କ ଜୀବନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.