ନୂଆଦିଲ୍ଲୀ: ଆପ୍ରିକୀୟ ଦେଶ ମାଡାଗାସ୍କର ଦ୍ୱୀପରେ ଆସିଥିବା ସାଇକ୍ଲୋନିକ୍ ଷ୍ଟର୍ମ 'ଗାମେନ୍' ବଡ଼ ଧ୍ୱଂସ ଘଟାଇଛି । ଏହି ଝଡ଼ ଯୋଗୁଁ ଏହି ସପ୍ତାହରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ୨୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି । ତିନି ଜଣ ଆହତ ହୋଇଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ବ୍ୟୁରୋ (BNGRC) ଏକ ରିପୋର୍ଟରେ କହିଛି ଯେ, ବୁଧବାର ଏବଂ ଗୁରୁବାର ଦିନ ମାଡାଗାସ୍କରର ଉତ୍ତର-ପୂର୍ବରେ 'ଗାମେନ୍' ବିପର୍ଯ୍ୟୟ ଘଟାଇଛି।
ଗୁରୁବାର ବିଳମ୍ବିତ ରାତିରେ BNGRC କହିଛି ଯେ, ସାଇକ୍ଲୋନିକ୍ ଷ୍ଟର୍ମ 'ଗାମେନ' ବୁଧବାର ସକାଳେ ମାଡାଗାସ୍କରର ଉତ୍ତର ଅଞ୍ଚଳରେ ଘଣ୍ଟା ପ୍ରତି ୧୫୦ କିଲୋମିଟର ବେଗରେ ବିପଦ ସୃଷ୍ଟି କରିଥିଲା । ଧୀରେ ଧୀରେ ଏହା ସମାପ୍ତ ହେଲା କିନ୍ତୁ ବନ୍ୟା ଯୋଗୁଁ ବହୁତ କ୍ଷତି ହୋଇଛି । ଏଥିରେ ଅନେକ ରାସ୍ତା ଓ ବ୍ରିଜ୍ ଭୁଶୁଡି ପଡିଛି । ଦେଶର ସାତୋଟି ଅଞ୍ଚଳକୁ ଧ୍ୱଂସ କରିଛି ଏହି ଘୂର୍ଣ୍ଣିବଳୟ । ଏହା ଦ୍ୱାରା ୯୦୨୪ ଘର ସମେତ ମୋଟ ୩୬୩୦୭ ଲୋକ ପ୍ରଭାବିତ ହୋଇଛନ୍ତି ।
BNGRC ଅନୁଯାୟୀ, ସାଇକ୍ଲୋଥନ୍ ଗାମେନ ଦ୍ୱାରା ବନ୍ୟା ପରିସ୍ଥିତି ଦେଶରେ ବ୍ୟାପକ କ୍ଷତି ଘଟାଇଛି । ପ୍ରାୟ ୬୬୭୫ ଘର ଜଳମଗ୍ନ ହୋଇଥିବା ବେଳେ ୬୧୭ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଚଳିତ ବର୍ଷ ଗାମେନ ଦେଶର ସବୁଠାରୁ ପ୍ରଭାବଶାଳୀ ସାଇକ୍ଲୋନନ୍ ଥିଲା ।