ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଗାଜା ଯୁଦ୍ଧରେ ‘ମେଡ୍‌ ଇନ୍‌ ଇଣ୍ଡିଆ’ ମିସାଇଲ୍‌ ବ୍ୟବହାର କରୁଛି କି ଇସ୍ରାଏଲ୍‌ ?

ନୂଆଦିଲ୍ଲୀ: ନିକଟରେ ଗାଜାରେ ଜାତିସଂଘ ଦ୍ବାରା ପରିଚାଳିତ ସ୍କୁଲ ଉପରେ ମିସାଇଲ ମାଡ଼ କରିଥିଲା ଇସ୍ରାଏଲ । ଆଉ ଏହି ଆକ୍ରମଣରେ ଇସ୍ରାଏଲ ସେନା ଭାରତରେ ତିଆରି ମିସାଇଲ ବ୍ୟବହାର କରିଥିଲା ବୋଲି ଦାବି ହୋଇଛି । ମିସାଇଲର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ପାଲେଷ୍ଟାଇନ୍‌ ନ୍ୟୁଜ ଚ୍ୟାନେଲର ଏକ ରିପୋର୍ଟ ଅନୁସାରେ, ମିସାଇଲ୍‌ର ଅବଶେଷ ଠାବ ହୋଇଛି ଏବଂ ଏଥିରେ ‘ମେଡ୍‌ ଇନ ଇଣ୍ଡିଆ’ ଲେଖା ହୋଇଛି । ଏହି ଭିଡିଓକୁ ନେଇ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି ହୋଇଛି । 

 ସୂଚନା ଅନୁସାରେ, ଇସ୍ରାଏଲ ଏହି ଆକ୍ରମଣ ଜୁନ ୬ରେ କରିଥିଲା । ଏହା ପୂର୍ବରୁ ଇସ୍ରାଏଲକୁ ଭାରତ ବିସ୍ଫୋରକ ପଠାଇବାକୁ ନେଇ ମଧ୍ୟ ବିବାଦ ଦେଖାଦେଇଥିଲା । ଭାରତୀୟ ମିସାଇଲ ଠାବ ନେଇ ଦାବି ହେବା ପରେ ପାଲେଷ୍ଟାଇନ୍‌ ଉତକ୍ଷିପ୍ତ ହୋଇଉଠିଛି । ସେପଟେ ଗାଜାର ଲୋକମାନଙ୍କ କହିବା ଅନୁଯାୟୀ, ଇସ୍ରାଏଲ ମିସାଇଲ ମାଡ଼ କରିଥିବା ସ୍କୁଲରେ ଶରଣାର୍ଥୀ ଆଶ୍ରୟ ନେଇଥିଲେ । ନୁସୈରତ ଶରଣାର୍ଥୀ ଶିବିରରେ ଜାତିସଂଘ ପକ୍ଷରୁ ମାନବୀୟ ସହାୟତା ପହଞ୍ଚୁଥିଲା । ସେପଟେ ଏସବୁ ମାମଲାକୁ ନେଇ ଇସ୍ରାଏଲ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇ ନାହିଁ । 

ଇସ୍ରାଏଲର ଏହି ମିସାଇଲ ଆକ୍ରମଣରେ ଅତିକମ୍‌ରେ ୨୦ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରେ ମହିଳା ଏବଂ ଶିଶୁ ସାମିଲ । ଏବେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି, ମିସାଇଲ ମାଡ଼ରେ ବିଲ୍ଡିଂଟି ସମ୍ପୂର୍ଣ୍ଣ ଧ୍ବଂସ ହୋଇଯାଇଛି । ଯଦି ପ୍ରକୃତରେ ଏହି ଭିଡିଓରେ ଦେଖିବାକୁ ମିଳିଥିବା ମିସାଇଲ ‘ମେଡ୍‌ ଇନ ଇଣ୍ଡିଆ’ ହୋଇଥାଏ ତେବେ ଭାରତ ପାଇଁ ଅଡ଼ୁଆ ବଢ଼ିପାରେ ।  

ଅନ୍ୟପଟେ, ଭାରତ ଏ‌ବେ ସୁଦ୍ଧା ଗାଜା ଯୁଦ୍ଧ ପ୍ରସଙ୍ଗରେ ନିଜକୁ ଦୂରେଇ ରଖିଛି । ଏପରିକି ପାଲେଷ୍ଟାଇନ୍କୁ ସ୍ବତନ୍ତ୍ର ଦେଶର ମାନ୍ୟତା ମିଳୁ ବୋଲି ଭାରତ ଖୋଲାଖୋଲି ଭାବରେ ଦାବି କରିଆସିଛି । ସେପଟେ ଇସ୍ରାଏଲ ନିଜର ଆକ୍ରମଣକୁ ସଠିକ ବୋଲି ଦର୍ଶାଉଥିବା ବେଳେ ହମାସ ଆତଙ୍କବାଦୀଙ୍କୁ ନିପାତ କରିବ ବୋଲି ପଣ କରିଛି । ପାଲେଷ୍ଟାଇନ୍‌ ଗଣାମଧ୍ୟମ ଦ୍ବାରା ପ୍ରସାରିତ ଭିଡିଓ ଭାଇରାଲ ହେବା ପରେ ଭାରତୀୟ ଯୁଦ୍ଧାସ୍ତ୍ର ଗାଜା ଯୁଦ୍ଧରେ ବ୍ୟବହାର ହେଉଥିବା ନେଇ ଚର୍ଚ୍ଚା ବୃଦ୍ଧି ପାଇଛି । ଏହାକୁ ମାନବାଧିକାର ଉଲ୍ଲଂଘନ ଏବଂ ଯୁଦ୍ଧ ଅପରାଧ ବୋଲି ଅଭିଯୋଗ ହୋଇଛି । 


 

 

 

 

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.