ଭୁବନେଶ୍ୱର ୦୬/୦୬: ଓଡ଼ିଶା ରାଜ୍ୟ ମଦ୍ରାସା ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମୌଲବୀ (ଦଶମ), ମାହିର (ଯୁକ୍ତ ୨), ଆଲିମ (ଯୁକ୍ତ ୩), ଫାଜିଲ (ଏମ୍ଏ) ପରୀକ୍ଷାଫଳ ପ୍ରକାଶ ପାଇଛି । ପରୀକ୍ଷାରେ ମୋଟ ପାସ ହାର ୯୩.୪% ରହିଛି । ମଦ୍ରାସା ଶିକ୍ଷା ପରିଷଦର ବିଭିନ୍ନ ପରୀକ୍ଷାରୁ ମୌଲବୀ ପରୀକ୍ଷାରେ ଭଦ୍ରକ ଜିଲ୍ଲା ଧାମନଗର ମଦ୍ରାସା ଗୌସିଆ ରୌଫିଆର ମାହେନୁର ଆଫ୍ରିନ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ସେ ସର୍ବାଧିକ ୭୫.୫% ନମ୍ବର ରଖିଛନ୍ତି ।
ସେହିପରି ଜଗତ୍ସିଂହପୁରର ସିରୀନ ନାଜ୍ ମାହିର ପରୀକ୍ଷାରେ ସର୍ବାଧିକ ୭୪.୩%, ଯାଜପୁର ଜିଲ୍ଲା ବିଞ୍ଝାରପୁର ସରକାରୀ ଜୁନିଅର ଓ ସିନିଅର ମଦ୍ରାସାର ଉମ୍ମେ ହାନ୍ନୀ ୮୦.୫%, ଯାଜପୁରର ଶେଖ୍ ଏମଡି ହମ୍ମିଦ ରାଜା ଫାଜୀଲ-ଏ-ଉର୍ଦ୍ଦୁ ପରୀକ୍ଷାରେ ୮୩.୮% ଓ କଟକର ସେଖ୍ ଜାହିଦ୍ ଅଲ୍ଲୀ ଫାଜିଲ-ଏ-ହଦିସ ପରୀକ୍ଷାରେ ୮୮.୩% ମାର୍କ ରଖିଛନ୍ତି । କୃତୀ ଛାତ୍ରଛାତ୍ରୀଙ୍କୁ ବୋର୍ଡ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।