ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ଋଣ ଭାରରେ ବୁଡ଼ିଲା ମାଳଦ୍ୱୀପ , ଚୀନ୍ ପ୍ରୀତି ମୁଇଜ୍ଜୁଙ୍କୁ ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ – ମାଳଦ୍ୱୀପର ଅର୍ଥବ୍ୟବସ୍ଥା ଏବେ ଖୁବ୍ ସଙ୍କଟର ସମ୍ମୁଖୀନ ହୋଇଛି। ଦେଶରେ ବଢୁଥିବା କରଜ ଓ ଆର୍ଥିକ ଅସ୍ଥିରତା ବିପଜ୍ଜନକ ମୋଡ ନେଇଛି। ମୁଇଜ୍ଜୁ ସରକାର କ୍ଷମତାକୁ ଆସିବା ପରେ ମାଳଦ୍ୱୀପର ଆର୍ଥିକ ସ୍ଥିତି ଆହୁରି ବିଗିଡ଼ି ଯାଇଛି। 

ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କୁ ଚୀନର ନିକଟତର କୁହାଯାଉଛି। ସେ ଅନେକ ପ୍ରମୁଖ ବିଷୟରେ ଚୀନର ପକ୍ଷ ନେଉଛନ୍ତି। କିନ୍ତୁ ଏହି ଆର୍ଥିକ ସଙ୍କଟ ମଧ୍ୟରେ ଚୀନର କୁଦୃଷ୍ଟି ମାଳଦ୍ୱୀପର ଅର୍ଥବ୍ୟବସ୍ଥା ଉପରେ ଗଭୀର ପ୍ରଭାବ ପକାଉଛି। ଚୀନ୍‌ ଲଗାତାର ମାଳଦ୍ୱୀପକୁ କରଜ ଦେଇ ତାକୁ ଦୁର୍ବଳ କରୁଛି। ମାଳଦ୍ୱୀପର ଆର୍ଥିକ ନିର୍ଭରତା ଚୀନ୍‌ ଉପରେ ଲଗାତାର ବଢିବାରେ ଲାଗିଛି। ଏହି ବର୍ଷର ଆରମ୍ଭରେ ଆଇଏମଏଫ୍‌ ମାଳଦ୍ୱୀପକୁ ଚେତାଇ ଦେଇଥିଲା ଯେ, ଚୀନ ଠାରୁ ଅଧିକ କରଜ ନେବା ଦେଶର ଅର୍ଥ ବ୍ୟବସ୍ଥା ପାଇଁ ଘାତକ ସାବ୍ୟସ୍ତ ହୋଇପାରେ। ଆଇଏମଏଫ୍‌ ପରାମର୍ଶ ଦେଇଥିଲା ଯେ , ମାଳଦ୍ୱୀପକୁ ଆର୍ଥିକ ସଙ୍କଟରୁ ରକ୍ଷା କରିବା ପାଇଁ ରାଜସ୍ୱ ବୃଦ୍ଧି , ଖର୍ଚ୍ଚରେ ହ୍ରାସ କରିବା ଓ ବାହାରୁ ଉଧାର ହ୍ରାସ କରିବା ଉପାୟ ଆପଣାଇବା ଉଚିତ୍‌।

ଏହି ମଧ୍ୟରେ ମାଳଦ୍ୱୀପର ଅର୍ଥବ୍ୟବସ୍ଥା ଉପରେ ଆଉ ଏକ ସମସ୍ୟାର ପାହାଡ଼ ଭାଙ୍ଗି ପଡ଼ିଛି। ଆମେରିକୀୟ କ୍ରେଡିଟ୍‌ ରେଟିଂ ଏଜେନ୍ସି ଫିଚ୍‌ ମାଳଦ୍ୱୀପର କ୍ରେଡିଟ୍‌ ରେଟିଂକୁ ହ୍ରାସ କରି ‘CC’ କରି ଦେଇଛି, ଯେଉଁଥିରୁ ଏହା ସଙ୍କେତ ମିଳେ କି ଦେଶ ପାଖରେ ନିଜର ବିଦେଶୀ କରଜ ଶୁଝିବାର କ୍ଷମତା ଉପରେ ଖୁବ୍‌ ସନ୍ଦେହ ରହିଛି। ଏହି ହ୍ରାସ ପ୍ରଥମେ ଜୁନ୍‌ରେ ‘CCC+’ ଯାଏ କରାଯାଇ ଥିଲା।  ଫିଚ୍‌ ନିଜର ରିପୋର୍ଟରେ କହିଛି କି ମାଳଦ୍ୱୀପ ଉପରେ ବଢୁଥିବା ସାର୍ବଜନିକ କରଜ ଓ ବାହାର ଅର୍ଥ ପୋଷଣ ହାସଲ କରିବାରେ ଆସୁଥିବା ସମସ୍ୟା ଏହି ରେଟିଂରେ ହ୍ରସର ମୁଖ୍ୟ କାରଣ ହୋଇଛି। 

ଫିଚ୍‌ର ରିପୋର୍ଟରେ କୁହାଯାଇଛି ଯେ, ମାଳଦ୍ୱୀପରେ ବିଦେଶୀ ମୁଦ୍ରାର ଅଭାବ ଜାରି ରହିବ। କାରଣ ସାର୍ବଜନିକ ନିବେଶ ଓ ଆମଦାନୀ ଉପରେ ଖର୍ଚ୍ଚ ବଢୁଛି। ଏଥିରେ ଆମେରିକୀୟ ଡଲାରର ଅଭାବ ଓ ରିଜର୍ଭ ଉପରେ ପ୍ରଭାବ ବଢିବ , ଯେଉଁଥିରେ ଦେଶର ଆର୍ଥିକ ସ୍ଥିରତା ଆହୁରି ଦୁର୍ବଳ ହୋଇପାରେ। ଏହା ବ୍ୟତୀତ ବ୍ୟାଙ୍କ ଅଫ୍‌ ମାଳଦ୍ୱୀଭସ୍‌ ( ବିଏମଏଲ) ରୁଫିଆ ଆକାଉଣ୍ଟରୁ ଡଲାର ନେଣଦେଣକୁ ନିଲମ୍ୱିତ କରି ଦେଇଛି , ଯେଉଁଥିରେ ବ୍ୟାଙ୍କିଂ ପ୍ରଣାଳୀ ଉପରେ ମଧ୍ୟ ସଙ୍କଟର ପ୍ରଭାବକୁ ଅନୁଭବ କରାଯାଉଛି। 

ଫିଚ୍‌ ଚେତାବନୀ ଦେଇଛି କି , ବିଦେଶୀ ସହାୟତା ପ୍ରତି କୌଣସି ଗ୍ୟାରେଣ୍ଟି ନାହିଁ , ଏବଂ ମଧ୍ୟମ ଅବଧିରେ ସରକାରଙ୍କର ଆର୍ଥିକ ସୁଧାର ଏଜେଣ୍ଡାକୁ ଲାଗୁ କରିବା ହିଁ ଏହାର ସମାଧାନ ହୋଇପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.