ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମାଲକାନଗିରି 'ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘ' ପୁନଃଗଠିତ

ମାଲକାନଗିରି ୪।୯ଦୀର୍ଘ ତିନି ବର୍ଷ ପରେ ମାଲକାନଗିରି ଜିଲ୍ଲା ଆଦିବାସୀ କର୍ମଚାରୀ ସଂଘର ନୂତନ କର୍ମକର୍ତ୍ତା ପୁନଃଗଠନ କରାଯାଇଛି।ସ୍ଥାନୀୟ ଜିଲ୍ଲା ଆଦିବାସୀ ଉନ୍ନୟନ ସଂସ୍ଥାମାଲକାନଗିରିର ସମ୍ମିଳନୀ କକ୍ଷଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ପଦାଧିକାରୀଗଣ ଉପସ୍ଥିତ ହୋଇଥିଲେ। ମୁଖ୍ୟ ଅତିଥି ଭାବେ  ଅତିରିକ୍ତ ଜିଲ୍ଲାପାଳ ବେଦବର ପ୍ରଧାନଅନ୍ୟତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣତ୍ରିନାଥ ମାଝୀଜିଲ୍ଲା କ୍ରୀଡ଼ା ଅଧିକାରୀ  ଧ୍ରୁବଚରଣ ମୁଦୁଲିମାଥିଲି ତହସିଲଦାର ଚନ୍ଦନ କୁମାର ଭୋଇ ,ଖଣି ବିଭାଗ ଅଧିକାରୀ  ସତ୍ୟେନ୍ଦ୍ର ସର୍ଦାରଅତିରିକ୍ତ ତହସିଲଦାର ମାଲକାନଗିରି  ଜଗଦୀଶ କାର୍ତ୍ତାମିସହକାରୀ ଶ୍ରମ ଅଧିକାରୀ ପୂର୍ଣିମା ଡୁରୁକାଙ୍କ ସମେତ ମାଲକାନଗିରି ଜିଲ୍ଲାର ସମସ୍ତ ସାତଗୋଟି ବ୍ଲକରୁ ପ୍ରତ୍ୟେକ ବିଭାଗରେ କାର୍ଯ୍ୟରତ ଶତାଧିକ ଆଦିବାସୀ କର୍ମଚାରୀଗଣ ଉପସ୍ଥିତ ହୋଇଥିଲେ। ଏଥି ନିମନ୍ତେ ସାତଗୋଟି ବ୍ଲକର ସଭାପତିଗଣ  ଭଗବାନ ଶିସା ( ଖଇରପୁଟ୍),  ବୃନ୍ଦାବନ ମାଝୀ ( ମାଥିଲି),  ଗଙ୍ଗାଧର ଖରା (ଚିତ୍ରକୋଣ୍ଡା),  ଅର୍ଜୁନ ପଡିଆମି ( ମାଲକାନଗିରି),  ବୁଦୁ ବଡନାୟକ ( କାଲିମେଳା),  ମଧୁସୂଦନ ମାଡକାମି ( କୋରୁକୋଣ୍ଡା), ଈଶ୍ୱର ଚନ୍ଦ୍ର ସାୱଲାମ ( ପଡିଆବ୍ଲକ  ଅନ୍ୟାନ୍ୟ ସକ୍ରିୟ କର୍ମଚାରୀଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ଏକ ସୁଦୃଢ଼ କମିଟି ଗଠିତ ହୋଇଛି।

 

ଏହି କମିଟିରେ ସାତଗୋଟି ବ୍ଲକରୁ ତେରଗୋଟି ଆଦିବାସୀ ସଂପ୍ରଦାୟରୁ ସକ୍ରିୟ କର୍ମଚାରୀଙ୍କୁ ବାଛି ଜିଲ୍ଲା କମିଟିରେ ସ୍ଥାନ ଦିଆଯାଇଛି  ଏହି କମିଟିରେ ସର୍ବମୋଟ ଏକୋଇଶ ଜଣ ସଦସ୍ୟଙ୍କ ମଧ୍ୟରୁ ଆନନ୍ଦ ମାଡିଙ୍କୁ ସର୍ବସମ୍ମତି କ୍ରମେ ସଭାପତି ଭାବେ ଅଳଙ୍କୃତ କରାଗଲା। ସେହି କ୍ରମରେ କେତକୀ ନାୟକ ( ଉପ ସଭାନେତ୍ରୀ), କୋମଳ ଲୋଚନ ବାକା ( ଉପସଭାପତି), ଅଭିମନ୍ୟୁ ହଲବା ( ସାଧାରଣ ସମ୍ପାଦକ),ବାଲାଜୀ ଖରାସହ ସମ୍ପାଦକ), ଈଶ୍ୱର ଚନ୍ଦ୍ର ନାୟକ ( ସାଂଗଠନିକ ସମ୍ପାଦକ), ରଘୁନାଥ ନାୟକ ( ସାଂଗଠନିକ ସହ ସମ୍ପାଦକ), ଘନଶ୍ୟାମ ଗାଡାଙ୍ଗ ( କୋଷାଧ୍ୟକ୍ଷଏବଂ କାର୍ଯ୍ୟକାରୀଣି ସଦସ୍ୟ / ସଦସ୍ୟା ଭାବେ ଶ୍ରୀମତୀ ମୁନି କବାସୀଶ୍ରୀମତୀ ସରସ୍ୱତୀ ପୂଜାରୀଶ୍ରୀମତୀ ବିକ୍ରି ଆଜମିରା,ରାମଚନ୍ଦ୍ର ଦୁରୁଆସନାତନ ସମରଥପାଉଲ୍ ମାର୍ଡିଅନନ୍ତ ଖିଲଲକ୍ଷ୍ମଣ ଖରାରବି ଗୋଲପେଦାଦୁର୍ଯ୍ୟୋଧନ ମାନ୍ଦ୍ରାମନୋଜ କୁମାର ତାଙ୍ଗୁଲରମେଶ ଚନ୍ଦ୍ର ମାଡି ଏବଂ ଉପଦେଷ୍ଟା ମଣ୍ଡଳୀ ଭାବେ କାନ୍ଦ୍ରା ହାଁସଦା,  ଜଗଦୀଶ କାର୍ତ୍ତାମି,  ମାଡା ମାଡକାମି,  ନରସିଂହ ନାୟକଙ୍କୁ ଚୟନ କରାଯାଇଛି । ପୁନଃଗଠିତ ସମସ୍ତ କର୍ମକର୍ତ୍ତାଙ୍କୁ ନିଜର ଦାୟିତ୍ୱ  କର୍ତ୍ତବ୍ୟକୁ ନିଷ୍ଠା  ମର୍ଯ୍ୟାଦାର ସହ ସୂଚାରୁ ରୂପେ ତୁଲାଇବା ନିମନ୍ତେ  ବେଦବର ପ୍ରଧାନଅତିରିକ୍ତ ଜିଲ୍ଲାପାଳ ମାଲକାନଗିରି ମାତୃଶକ୍ତିପିତୃଶକ୍ତି  ପ୍ରକୃତି ଶକ୍ତିଙ୍କୁ ସାକ୍ଷୀ ରଖି ଶପଥ ଗ୍ରହଣ କରାଇଥିଲେ।

 

ଏହି ସଂଗଠନର ଲକ୍ଷ୍ୟ  ଉଦ୍ଦେଶ୍ୟକୁ ନଜରରେ ରଖି ଉପସ୍ଥିତ ସମ୍ମାନନୀୟ ଅତିଥିଗଣ ଅନେକ ମହତ୍ତ୍ୱପୂର୍ଣ୍ଣ ଦିଗଦର୍ଶନ ପ୍ରଦାନ କରିଥିଲେ। ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ ରହି ସଂଗଠନକୁ ସୁଦୃଢ଼ କରିବା ସହିତ ସମାଜର ଅନ୍ୟାନ୍ୟ ଅନେକ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯିବଶିକ୍ଷାସ୍ୱାସ୍ଥ୍ୟ ସହିତ ନିଜ ଆଦିବାସୀ ଭାଷାସଂସ୍କୃତିପରମ୍ପରାର ପ୍ରଚାର ପ୍ରସାର କରିବା ସହ ସୁରକ୍ଷା ପ୍ରଦାନ କ୍ଷେତ୍ରରେ କାର୍ଯ୍ୟ କରାଯିବବିଶେଷ କରି ଶିକ୍ଷା କ୍ଷେତ୍ରରେ ଯେଉଁ ଗରିବ ଛାତ୍ରଛାତ୍ରୀମାନେ ଅର୍ଥାଭାବରୁ ଉଚ୍ଚ ଶିକ୍ଷା ପାଇବାରେ ବଞ୍ଚିତ ହେଉଛନ୍ତିସେମାନଙ୍କୁ ପ୍ରଥମ ପ୍ରାଧାନ୍ୟ ଦିଆଯିବଜିଲ୍ଲାର ପ୍ରତ୍ୟେକ ବିଭାଗରେ କାର୍ଯ୍ୟରତ ତଳ ସ୍ତରରୁ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଯଦି କୌଣସି କର୍ମଚାରୀ କୌଣସି ବିଶେଷ ଅସୁବିଧାର ସମ୍ମୁଖୀନ ହୁଏତେବେ ସଂଗଠନ ତରଫରୁ ତୁରନ୍ତ ସମାଧାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ଅନ୍ୟ ପକ୍ଷରେ ଯେହେତୁ ଆମେ ସେହି ଆଦିବାସୀ ସଂପ୍ରଦାୟରୁ ଆସିଛୁସେହି ସମାଜର ସାମଗ୍ରିକ ଉନ୍ନତି ନିମନ୍ତେ  କାର୍ଯ୍ୟ କରିବାକୁ ସଂକଳ୍ପ ନିଆଯାଇଛି।

କାର୍ଯ୍ୟକ୍ରମକୁ ସଫଳ ରୂପାୟନ ନିମନ୍ତେ କୈଳାଶ ଚନ୍ଦ୍ର ନାୟକ ଏହାକୁ ସୁପରିଚାଳନା କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.