ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ମାଲକାନଗିରି ରାମଗୁଡା ପର୍ବତ ଶିଖରରେ ପ୍ରଭୁ ଶ୍ରୀରାମଙ୍କ ପାଦଚିହ୍ନ ଠାବ ! ଦର୍ଶନ ପାଇଁ ଜମୁଛି ଶ୍ରଦ୍ଧାଳୁଙ୍କ ଭିଡ଼

ମାଲକାନଗିରି,୦୯/୦୨: ମାଲକାନଗିରି  ଜିଲ୍ଲା ଏମଭି-୭ ତଣ୍ଡାପାଲ୍ଲୀ ରାମଗୁଡା ପର୍ବତ ଶିଖରରେ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ପାଦ ଚିହ୍ନ ଠାବ କରାଯାଇଛି । କିମ୍ବଦନ୍ତୀ ଅନୁସାରେ ଏଠାରେ ରାମଚନ୍ଦ୍ର ବିଚରଣ କରୁଥିବା ପୁରାଣରେ ଉଲ୍ଲେଖ  ରହିଥିବାରୁ ପାଦଚିହ୍ନ ଠାବ ପରେ ଏହି ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି । ଶ୍ରଦ୍ଧାଳୁମାନେ ସେଠାରେ ଏକାଠି ହୋଇ ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । 

ବିଭିନ୍ନ ସ୍ଥାନରୁ ଠାକୁରଙ୍କ  ବିମାନ, ଲାଠିଧାରୀ ଭକ୍ତମାନେ ପାହାଡ଼ ନିକଟରେ ପହଞ୍ଚି ପୂଜା କରିଥିଲେ । ଦିଶାରୀ, ପୂଜାରୀଙ୍କ  ନୃତ୍ୟ ସାଙ୍ଗକୁ ଘଣ୍ଟ, ମାଦଳରେ ପୂଜାସ୍ଥଳୀ କମ୍ପି  ଉଠିଥିଲା । ପୂର୍ବରୁ ଅଞ୍ଚଳର ଜନଜାତି ସମ୍ପ୍ରଦାୟ  ଏଠାରେ ପୂଜା ଅର୍ଚ୍ଚନା କରିଆସୁଥିଲେ । ଆଜି ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଆଡମା ରାବା ସେହି  ସ୍ଥାନ ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ ।  ଏହି ସ୍ଥାନର ଉନ୍ନତି ପାଇଁ ସ୍ଥାନୀୟ ବୁଦ୍ଧିଜୀବୀ, ପୂଜାରୀପେଦାମାନଙ୍କ ସାଙ୍ଗରେ ସେ ଆଲୋଚନା କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.