ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଶ୍ଵଶୁର ଘର ଗାଁରେ ଆତ୍ମହତ୍ୟା କଲା ଜ୍ୱାଇଁ, କାରଣ ଅସ୍ପଷ୍ଟ

ବ୍ରହ୍ମବରଦା, ୨୧/୩ : ଶ୍ଵଶୁର ଘର ଗାଁରେ ରଶି ଲଗାଇ ଆତ୍ମହତ୍ୟା କଲା ଜ୍ଵାଇଁ। ଯାଜପୁର ଜିଲ୍ଲା କୋତପୁର ଫାଣ୍ଡି ଅନ୍ତର୍ଗତ କୋତପୁରସ୍ଥିତ ବ୍ରାହ୍ମଣୀର ଶାଖା କେଲୁଅ ନଦୀ ପଠାରେ ଏଭଳି ଘଟଣା ଘଟିଛି। ମୃତ ଯୁବକ ଜଣକ ହେଲେ କୁଆଖିଆ ଥାନା ଅନ୍ତର୍ଗତ ହରିପୁରସ୍ଥିତ ଗୌରୀଶ୍ୟାମ ପାଟଣା ଗ୍ରାମର ସୁଶାନ୍ତ ପଣ୍ଡା (୪୫ବର୍ଷ)। କୋତପୁର ପୋଲିସ ଓ ଯାଜପୁର ସାଇଁଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଛି।

ଅଭିଯୋଗ ମୁତାବକ, ମୋତିଲାଲଙ୍କ ପୁଅ ସୁଶାନ୍ତ ତାଙ୍କ ପତ୍ନୀ ଓ ପୁଅ-ଝିଅ ସହିତ ପୁରୀର ଲୋକାନାଥ ମନ୍ଦିର ନିକଟରେ ରହି ଆସୁଥିଲେ। ସେ ସ୍ୱର୍ଗଦ୍ୱାର ନିକଟରେ ଚୁଡି ଦୋକାନ କରି ନିଜ ପରିବାର ପ୍ରତିପୋଷଣ କରିଆସୁଥିଲେ । ସୁଶାନ୍ତଙ୍କ ପୁଅ ବର୍ଷେ ପୂର୍ବେ ପେଟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ । ତେବେ ଚଳିତ ମାସ ପୁଅ ମାଟ୍ରିକ୍ ପରୀକ୍ଷା ଦେଇଥିଲା । ପୁଅର ବଡ ରୋଗ ଭାବି ସୁଶାନ୍ତ ବର୍ଷେ ହେବ ମାନସିକ ଭାରସାମ୍ୟ ହରାଇ ବସିଥିଲେ । ଚଳିତ ମାସ ୧୭ ତାରିଖ ଦିନ ସହ ପରିବାର ସହିତ ଶ୍ଵଶୁର ଘର କୋତପୁର ଗ୍ରାମର ଚୈତନ୍ୟ ଦାସଙ୍କ ଘରକୁ ଆସିଥିଲେ । ତେବେ ଗତକାଲି ସନ୍ଧ୍ୟାରେ ସୁଶାନ୍ତ କେଉଁଆଡେ ଚାଲି ଯାଇଥିଲେ । ଚୈତନ୍ୟଙ୍କ ପରିବାର ଲୋକ ବହୁ ଖୋଜାଖୋଜି କରି ନିରାଶ ହୋଇ ସୁଶାନ୍ତଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ । ବହୁ ଖୋଜାଖୋଜି ପରେ କୋତପୁର ହାଟ ନିକଟସ୍ଥ କେଲୁଅ ନଦୀ ପଠାରେ ଥିବା ଏକ ଗମ୍ଭାରୀ ଗଛରେ ସୁଶାନ୍ତ ବେକରେ ରଶି ଲଗାଇ ଝୁଲୁଥିବାର ଦେଖିବାକୁ ପାଇଥିଲେ। ପରେ ମୃତ ସୁଶାନ୍ତଙ୍କ ପୁତୁରା ଅବିନାଶ ପଣ୍ଡା କୋତପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ତେବେ ଆଜି କୋତପୁର ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଟି ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ସାଇଁଟିଫିକ୍ ଟିମର ସହାୟତା ନେଇଥିଲେ । ଆଜି ସକାଳେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଗଛରୁ ମୃତଦେହକୁ ଉଦ୍ଧାର କରି ତଦନ୍ତ ଚଳାଇଥିଲେ । ଫାଣ୍ଡିରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଦିଆଯାଇଥିବା ନେଇ ଫାଣ୍ଡି ଅଧିକାରୀ ପ୍ରେମାନନ୍ଦ ପୃଷ୍ଠି ସୂଚନା ଦେଇଛନ୍ତି।











  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.