ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

ଶାଳୀ-ଭିଣୋଇଙ୍କ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ : ଭିଣୋଇ ମୃତ, ଶାଳୀ ଗୁରୁତର

ଧର୍ମଗଡ, ୪।୭ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପଲସପାନି ଗ୍ରାମରେ ବିଷ ପିଇ ଶାଳୀ- ଭିଣୋଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ଭିଣୋଇର ମୃତ୍ୟୁ ଘଟିଥିବା ବେଳେ ଶାଳୀ ଗୁରୁତର ହୋଇଛି। ମୃତକ ଜଣକ ହେଲେ ପଲସପାଣି ଗ୍ରାମର ତୁଳସୀରାମ ନାଏକ ।

 ସୂଚନା ଅନୁଯାୟୀ କୋକସରା ଥାନା ଅନୁର୍ଗତ ପଲସପାଣି ଗ୍ରାମର ତୁଳସୀରାମ ନାଏକଙ୍କ ଜଣେ ମହିଳାଙ୍କ ସହ   ଦୀର୍ଘ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଉଭୟେ ସମ୍ପର୍କରେ ଶାଳୀ ଭିଣୋଇ ଥିଲେ l ତେବେ ଉଭୟ ବିବାହିତ ଥିଲେ ମଧ୍ୟ ଗତ ମଙ୍ଗଳବାର ରାତିରେ ଘରୁ ଚାଲି ଯାଇଥିଲେ l ଏ ନେଇ ଗୁରୁବାର ଉଭୟ ପରିବାର ଲୋକେ ଏକ ବୈଠକ ଡକାଇ ସମାଧାନର ରାସ୍ତା ଖୋଜୁଥିଲେ । କିନ୍ତୁ ଉଭୟ ଶାଳୀ ଓ ଭିଣୋଇ ଆପୋଷ କଥା ବାର୍ତ୍ତା ହେବା ବାହାନାରେ ଟିକେ ଦୂରକୁ ଯାଇ ବିଷ ଖାଇ ଦେଇଥିଲେ l ସେହିଠାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ଏକ ଗାଡ଼ି ଯୋଗେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାକୁ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ସ୍ବାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା l ପରେ ଡାକ୍ତର ଭିଣୋଇକୁ ମୃତ ଘୋଷଣା କରିଥିବା ବେଳେ ଶାଳୀର ଅବସ୍ଥା ଗୁରୁତର ରହିଥ‌ିବା ଜଣାଯାଇଛି । ତେବେ ଘଟଣା କୁ ନେଇ ଅଞ୍ଚଳରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି l ସୂଚନା ଥାଉକି ତୁଳସୀ ରାମ ନାଏକ ଆଜକୁ ୬ ବର୍ଷ ତଳେ ବିବାହ କରିଥିବା ବେଳେ ତାଙ୍କ ଏକ ତିନି ବର୍ଷର ଝିଅ ମଧ୍ୟ ରହିଛି l ଅନ୍ୟପଟେ ପ୍ରେମିକା ଜଣକ ମଧ୍ୟ ୭ ବର୍ଷ ତଳେ ଧର୍ମଗଡ଼ ବ୍ଲକର ଏକ ଗ୍ରାମରେ ବିବାହ କରିଥିବା ଜଣାପଡିଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.