ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଆଡଭାନ୍ସ ସୁରକ୍ଷା ଟିମ୍ ଉପରେ ଉଗ୍ରବାଦୀଙ୍କ ଆକ୍ରମଣ,୨ ଯବାନ ଆହତ

ନୂଆଦିଲ୍ଲୀ,୧୦।୬: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂହଙ୍କ ଆଡଭାନ୍ସ ସୁରକ୍ଷା ଟିମ୍‌ ଉପରେ କୁକି ଉଗ୍ରବାଦୀଙ୍କ ଆକ୍ରମଣ। ଜିରିବାମ ଯାଉଥିବା ଏକ ଅଗ୍ରୀମ ସୁରକ୍ଷା ଟିମ୍ ଉପରେ ଉଗ୍ରବାଦୀମାନେ ସେତେବେଳେ ଆକ୍ରମଣ କରିଥିଲେ ଯେତେବେଳେ ଏହି ଟିମ୍ ସିଏମ୍‌ଙ୍କ ମଙ୍ଗଳବାର ଗସ୍ତ ପୂର୍ବରୁ ଜିରିବାମ ଯାଉଥିଲେ। ମଙ୍ଗଳବାର ମୁଖ୍ୟମନ୍ତ୍ରୀଙ୍କୁ ଜିରିବାମ ଗସ୍ତ କରିବାର ଥିଲା।

ସିଆଇଡି ରାଜ୍ୟ ପୋଲିସ, ସିଆଇଏସ୍ଏଫ୍‌ ଯବାନ ସହିତ ୨ ସୁରକ୍ଷାକର୍ମୀ ଏହି ଆକ୍ରମଣରେ ଆହତ ହୋଇଛନ୍ତି। ଜଣେ ଆହତଙ୍କୁ ଇମ୍ଫାଲ ପଠାଇ ଦିଆଯାଇଛ। ଜିରିବାମରୁ ଗତ ଦୁଇ ଦିନ ହେବ ହିଂସାକାଣ୍ଡ ଖବର ସାମନାକୁ ଆସିଛି ଓ ସ୍ଥିତି ବିବାଦୀୟ ରହିଛି। ସ୍ଥିତି ଅନୁଧ୍ୟାନ କରିବା ପାଇଁ ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ ସିଂହ ମଙ୍ଗଳବାର ଜିରିବାମ ଗସ୍ତ କରିଛନ୍ତି।

ଆଡଭାନ୍ସ ସୁରକ୍ଷା ଟିମ୍‌ ଇମ୍ଫାଲରୁ ଜିରିବାମ ଯାଉଥିବା ବେଳେ ସକାଳ ୧୦ଟା ୩୦ ମିନିଟ୍‌ରେ ଏନ୍‌ଏଚ୍-୩୭ (ଇମ୍ଫାଲ-ସିଲଚର ଭାୟା ଜିରିବାମ)ରେ କାଙ୍ଗପୋକି ଜିଲ୍ଲାର କୋଟଲେନ୍ ପାଖରେ ଥିବା ଟି ଲାଇଜାଙ୍ଗ ଗାଁରେ ଆକ୍ରମଣ ହୋଇଛି। ଏହି ସମୟରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ବର୍ତ୍ତମାନ ପୋଲିସ କମାଣ୍ଡୋ ଓ ଆସାମ ରାଇଫଲ୍‌ର ମିଳିତ ଟିମ୍ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। 

 

 

 

 

 

 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.