ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଚର୍ଚ୍ଚାରେ ପଡ଼ିବ ପୂର୍ଣ୍ଣଚ୍ଛେଦ, ବିଜେଡିରେ ମିଶିବେ କ୍ୟାପଟେନ ମନ୍ମଥ ରାଉତରାୟ

ଭୁବନେଶ୍ୱର, ୨୭।୦୩ : ବୁଧବାର ବିଜେଡିରେ ମିଶିବେ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ସାନପୁଅ କ୍ୟାପଟେନ ମନ୍ମଥ ରାଉତରାୟ। ଭୁବନେଶ୍ୱର ମାଉସୀ ମା' ଛକରୁ ସମର୍ଥକମାନଙ୍କୁ ଧରି ବିରାଟ ପଟୁଆରରେ ଯାଇ ଶଙ୍ଖ ଭବନରେ ବିଜେଡିରେ ସାମିଲ ହେବେ। ଦୀର୍ଘ ଦିନ ଧରି ମନ୍ମଥ କେଉଁ ଦଳକୁ ଯିବେ ଚର୍ଚ୍ଚା ଲାଗି ରହିଥିଲା। ଶେଷରେ ସେ ବିଜେଡି ସାମିଲ ହେବେ ବୋଲି ନିଷ୍ପତ୍ତି ନେଇଛନ୍ତି। 

ସୂଚନାଯୋଗ୍ୟ ଯେ, କିଛି ମାସ ତଳେ କ୍ୟାପଟେନ ମନ୍ମଥ ରାଉତରାୟ ପାଇଲଟ ଚାକିରୀରୁ ସ୍ୱେଛାକୃତ ଭାବେ ଅବ୍ୟାହତି ନେଇଥିଲେ। ଜଟଣୀରୁ ବିଧାୟକ ପ୍ରାର୍ଥୀ ଭାବେ ଛିଡା ହେବାକୁ ଇଚ୍ଛା ପ୍ରକାଶ କରିଥିଲେ । ହେଲେ କଂଗ୍ରେସ ଦଳରେ ଛିଡା ହେବେନାହିଁ ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କହିଥିଲେ । ସେବେଠାରୁ କେଉଁ ଦଳରୁ ସେ ଆଗକୁ ନିର୍ବାଚନ ଲଢିବ, ତାକୁ ନେଇ ଜଟଣୀ ସହ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଧରିଥିଲା। 

ଏପିରିକି ଦୁଇ ଦିନ ତଳେ ଜଟଣୀ ବିଧାୟକ ସୁର ରାଉତରାୟ କହିଥିଲେ ଯେ, ମୁଁ ମୋ ପୁଅକୁ ବୁଝାଇବାକୁ ଚେଷ୍ଟା କରୁଛି। ମୋ ସାନ ପୁଅ ଟିକିଏ ଅବୁଝା। ସେ ବିଜେଡି ପ୍ରତି ଆକର୍ଷିତ ହୋଇଯାଇଛି। ତେଣୁ ବୁଝାଇବା ଟିକିଏ କଷ୍ଟ। ତଥାପି ମୁଁ ଚେଷ୍ଟା କରୁଛି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.