ପ୍ରମୁଖ ଖବର
  • ଖଣ୍ଡପଡ଼ା: ପୋଖରୀରେ ବୁଡ଼ି ପଞ୍ଚମ ଶ୍ରେଣୀର ଛାତ୍ରଙ୍କ ମୃତ
  • ||
  • ଯଜ୍ଞର ପ୍ରସାଦ ଖାଇ ୫୦ରୁ ଉର୍ଦ୍ଧ୍ବ ଲୋକ ଝାଡ଼ାବାନ୍ତି, ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି
  • ||
  • ଶନିବାରଠୁ ପିଜି ନାମଲେଖା ଆବେଦନ, ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ: ଜୁନ୍‌ ୨୨ରେ ଆଡମିଟ୍‌ କାର୍ଡ, ଜୁଲାଇ ୩ରୁ ୧୪ ପ୍ରବେଶିକା ପରୀକ୍ଷା
  • ||
  • ବାଲିପାଟଣା-ନିମାପଡ଼ା ରାସ୍ତାରେ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଲା କାର
  • ||
  • ରଥଖଳା ହାଲ୍‌ଚାଲ୍‌...ନିର୍ମାଣସ୍ଥଳରେ ମୁଗୁର ଓ ନିହଣ ଶବ୍ଦର କମ୍ପନ, ଚାଲିଛି ତୁମ୍ବରେ ବିନ୍ଧ ଖୋଦେଇ
  • ||
  • ବିଜେପି ନେତାଙ୍କ ମାରାଥନ୍‌ ପ୍ରଚାର: ଆଜି ଅଶ୍ୱିନୀ, ହେମାମାଳିନୀ ଓ ତୋମାରଙ୍କ କରିବେ ପ୍ରଚାର, ଧର୍ମେନ୍ଦ୍ର, ଭୂପେନ୍ଦ୍ର, ଅନୁଭବ, ସିଦ୍ଧାନ୍ତ ବି ବୁଲିବେ
  • ||
  • ହରିୟାଣାରେ ଟୁରିଷ୍ଟ ବସ୍ ଦୁର୍ଘଟଣା, ନିଆଁ ଲାଗି ୮ ମୃତ, ୨୪ରୁ ଅଧିକ ଗୁରୁତର
  • ||
  • ସନ୍ଧ୍ୟାରେ ଥମିବ ୫ମ ପର୍ଯ୍ୟାୟ ନିର୍ବାଚନୀ ପ୍ରଚାର, ସୋମବାର ୪୯ ଲୋକସଭା ଆସନରେ ଭୋଟିଂ
  • ||
  • IPL 2024: ଚିନ୍ନାସ୍ୱାମୀରେ ଆରସିବିକୁ ଭେଟିବ ସିଏସ୍‌କେ, ପ୍ଲେ-ଅଫ୍‌ ପାଇଁ ଶେଷ ସୁଯୋଗ
  • ||
  • ରାଜ୍ୟରେ ୧୯ରୁ ବଢ଼ିବ ତାତିି, ୨୦ରୁ କଲବଲ କରିବ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଦୁବାଇରେ ବିଦେଶୀଙ୍କ ପ୍ରପର୍ଟି କିଣା କ୍ରେଜ୍: ଭାରତୀୟମାନେ ଦେଢ଼ ଲକ୍ଷ କୋଟି ସମ୍ପତ୍ତିର ମାଲିକ, ଅମ୍ବାନ,ବଲିଉଡ୍‌ ସେଲିବ୍ରିଟିଙ୍କ ଅମାପ ସମ୍ପତ୍ତି

ନୂଆଦିଲ୍ଲୀ,୧୬/୦୫: ଦୁବାଇରେ ସମ୍ପତ୍ତି କିଣାକୁ ନେଇ ବିଶ୍ୱ ଧନୀମାନଙ୍କ ମଧ୍ୟରେ କ୍ରେଜ୍‌ ଲଗାତର ବଢୁଛି । ଭାରତର ୨୯,୭୦୦ ଲୋକଙ୍କ ଦୁବାଇରେ ୩୫ ହଜାର ପ୍ରପର୍ଟି ରହିଛି । ଏହାର ମୂଲ୍ୟ ପ୍ରାୟ ୧.୪୨ ଲକ୍ଷ କୋଟି ଟଙ୍କା ହେବ । ସେଣ୍ଟର ଫର୍‌ ଆଡ୍‌ଭାନ୍ସ ଡିଫେନ୍ସ ଷ୍ଟଡିଜ୍‌କୁ ମିଳିଥିବା ତଥ୍ୟ ଆଧାରରେ ୫୮ଟି ଦେଶର ୭୪ ମିଡିଆ ହାଉସ୍‌ ଏ ରିପୋର୍ଟକୁ ପ୍ରସ୍ତୁତ କରିଛନ୍ତି ।  

ରିପୋର୍ଟର ନାଁ ରହିଛି ‘ଦୁବାଇ ଅନ୍‌ଲକ୍‌ଡ’ । ଏଥିରେ ୨୦୨୦-୨୨ ପର୍ଯ୍ୟନ୍ତ ଦୁବାଇରେ ବିଦେଶୀଙ୍କ ସମ୍ପତ୍ତି ବିବରଣୀକୁ ଅନୁଶୀଳନ କରାଯାଇଛି । ରିପୋର୍ଟ ଅନୁସାରେ, ଏହି ତାଲିକାରେ ସବୁଠୁ ଉପରେ ଭାରତୀୟଙ୍କ ନାଁ ରହିଛି । ସମ୍ପତ୍ତି ମାମଲାରେ ଦ୍ୱିତୀୟ ସ୍ଥାନରେ ଅଛି ପାକିସ୍ତାନ । ପାକିସ୍ତାନର ୧୭ ହଜାର ଲୋକ ଦୁବାଇରେ ପ୍ରାୟ ୨୩ ହଜାର ପ୍ରପର୍ଟିର ମାଲିକ । ଏହି ସମ୍ପତ୍ତିର ମୋଟ୍‌ ମୂଲ୍ୟ ୯୧.୮ ହଜାର କୋଟି ଟଙ୍କା ହେବ ।

ସୂଚୀରେ ତୃତୀୟ ସ୍ଥାନରେ ବ୍ରିଟେନ ଏବଂ ଚତୁର୍ଥରେ ସାଉଦି ଆରବର ନାଗରିକମାନେ ଅଛନ୍ତି । ରିପୋର୍ଟ ଅନୁସାରେ, ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ମୁକେଶ ଅମ୍ବାନିଙ୍କ ପାଖରେ ଦୁବାଇରେ ୨ ହଜାର କୋଟିର ସମ୍ପତ୍ତି ରହିଛି । ସେଠାରେ ଅମ୍ବାନିଙ୍କ ୬୪୦ କୋଟିର ଏକ ଘର ମଧ୍ୟ ରହିଛି । ସେହିଭଳି ଲୁଲୁ ଗ୍ରୁପ୍‌ର ଅଧ୍ୟକ୍ଷ ଏମ୍‌. ଏ. ୟୁସୁଫ ଅଲ୍ଲୀ ଏବଂ ତାଙ୍କ ପରିବାର ପାଖରେ ୫୮୫ କୋଟିର ସମ୍ପତ୍ତି ରହିଛି । 

 ଏହି ତାଲିକାରେ ଅରବପତି ଗୌତମ ଆଦାନିଙ୍କ ଭାଇଙ୍କ ନାଁ ବି ରହିଛି । ଏହାବ୍ୟତୀତ ବଲିଉଡ୍‌ ତାରକା ଯେପରି ଶାହରୁଖ ଖାନ, ଅନିଲ କପୁର ଏବଂ ଶିଳ୍ପା ସେଟ୍ଟି ବି ଦୁବାଇରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକ । ୨୦୨୨ର ହିସାବ ମୁତାବକ, ଦୁବାଇରେ ବିଦେଶୀମାନଙ୍କ ପାଖରେ ମୋଟ ୧୬୦୦୦ କୋଟି ଡଲାରର ସମ୍ପତ୍ତି ରହିଛି ।

 ଦୁବାଇରେ ସମ୍ପତ୍ତି ରହିଥିବା ବିଦେଶୀ ନାଗରିକଙ୍କ ମଧ୍ୟରେ ବିଶ୍ୱର ବିଭିନ୍ନ କୋଣରୁ ଭ୍ରଷ୍ଟାଚାରରେ ଜଡ଼ିତ ରାଜନେତା, ସେଲିବ୍ରିଟି, ବ୍ୟବସାୟୀଙ୍କ ସମେତ ଏଭଳି ଲୋକ ବି ସାମିଲ ଅଛନ୍ତି, ଯେଉଁମାନଙ୍କ ନାଁରେ ଆପରାଧିକ ମାମଲା ରହିଛି । ଆର୍ଥିକ ସଂକଟ ମଧ୍ୟରେ ଗତି କରୁଥିବା ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀଙ୍କଠାରୁ ଆରମ୍ଭ କରି ପୂର୍ବ ସେନା ମୁଖ୍ୟ ପର୍‌ଭେଜ୍‌ ମୁଶାରଫ୍‌ଙ୍କ ନାଁ ବି ଏ ତାଲିକାରେ ରହିଛି । 

ରିପୋର୍ଟ ଅନୁସାରେ, ୨୦୧୪ ମାର୍ଚ୍ଚରେ ଅବ୍‌ଦୁଲ ଗନି ମାଜିଦ୍‌ ନାମରେ ଜଣେ ବ୍ୟକ୍ତି ଦୁବାଇର ଏକ ପେଣ୍ଟ୍‌ହାଉସ୍‌ ଜର୍ଦ୍ଦାରୀଙ୍କୁ ଉପହାର ଦେଇଥିଲେ । ଏହାର ମୂଲ୍ୟ ସେତେବେଳେ ୨.୭୪ ହଜାର କୋଟି ଟଙ୍କା ଥିଲା । ପରେ ଜର୍ଦ୍ଦାରୀ ଏ ସମ୍ପତ୍ତିକୁ ନିଜ ପୁଅକୁ ଉପହାର ଆକାରରେ ଦେଇଥିଲେ ।

ଜାପାନ ମିଡିଆ ନିକ୍କେଇ ଏସିଆ ‘ଦୁବାଇ ଅନ୍‌ଲକ୍‌ଡ’ ରିପୋର୍ଟକୁ ଆଧାର କରି କହିଛି ଯେ, ଦୁବାଇରେ କେତେକ ଆତଙ୍କବାଦୀ ସଂଗଠନର ସଦସ୍ୟମାନଙ୍କ ପାଖରେ ବି କୋଟି କୋଟିର ସମ୍ପତ୍ତି ରହିଛି । ଏଥିରେ ହୂତୀ ବିଦ୍ରୋହୀ ଏବଂ ଲେବାନନ୍‌ରୁ ଅପରେଟ୍‌ ହେଉଥିବା ହିଜବୁଲ୍ଲା ସଂଗଠନ ସଦସ୍ୟମାନଙ୍କ ନାଁ ରହିଛି ।

ହିଜବୁଲ୍ଲା ସଂଗଠନ ପାଇଁ ମନିଲଣ୍ଡରିଂ ଅଭିଯୁକ୍ତ ଅଲ୍ଲୀ ଓସିରାନ୍‌ଙ୍କ ପାଖରେ ବୁର୍ଜ ଖଲିଫାରେ ଏକ ପ୍ରପର୍ଟି ରହିଛି । ସେହିଭଳି ଇରାନ୍‌ର ଇସ୍‌ଲାମିକ୍‌ ରିଭୋଲ୍ୟୁସ୍‌ନାରୀ ଗାର୍ଡସ ବି ଦୁବାଇରେ ବ୍ୟାପକ ସମ୍ପତ୍ତିର ମାଲିକ । ଏହି ତାଲିକାରେ ଜାପାନର ହଜାରେ ଏଭଳି ଲୋକଙ୍କ ନାଁ ଅଛି, ଯେଉଁମାନେ ବେଆଇନ କାର୍ଯ୍ୟରେ ସଂପୃକ୍ତ । 

ପ୍ରକାଶଯୋଗ୍ୟ, ଗତ ୩ ବର୍ଷରେ ବୁର୍ଜ ଖଲିଫାରେ ରିଅଲ ଇଷ୍ଟେଟ୍‌ କମ୍ପେ୍ଲକ୍ସ ଦର ଦ୍ରୁତ ବେଗରେ ବଢ଼ିଚାଲିଛି । ବ୍ରିଟେନ୍‌ର ପ୍ରପର୍ଟି କନ୍‌ସଲ୍‌ଟାନ୍ସି ସଂସ୍ଥା ନାଇଟ୍‌ ଫ୍ରାଙ୍କ୍‌ ମୁତାବକ, ୨୦୨୦ରେ ଏଠାରେ ଘର ଦରରେ ୩ ଗୁଣା ବୃଦ୍ଧି ଘଟିଛି । ବୁର୍ଜ ଖଲିଫାରେ ୨୦୨୧ ପରଠାରୁ କମ୍ପେ୍ଲକ୍ସ ଦରରେ ୫୫% ବୃଦ୍ଧି ଘଟିଥିବା ଜଣାପଡ଼ିଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.