ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ସୀମାନ୍ତରେ ଯବାନ-ମାଓବାଦୀ ଗୁଳିବିନିମୟ : ଜଣେ ମାଓବାଦୀ ମୃତ,ଗୋଳାବାରୁଦ ଜବତ

ମାଲକାନଗିରି, ୧୮/୫ : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲାରେ ଡିଆରଜି ବାହିନୀ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଜଣେ ମାଓବାଦୀର ମୃତ୍ୟୁ ଘଟିଛି। ଏଥିସହ ମାଓକ୍ୟାମ୍ପ ରୁ ବହୁ ପରିମାଣ ର ଗୋଳାବାରୁଦ, ବିସ୍ପୋରକ ଦ୍ରବ୍ୟ ଜବତ ହୋଇଥିବାର  ଜଣାପଡିଛିା 

 ସୁକୁମା ଜିଲ୍ଲା ଟେଟରାଇ ଓ ତେଲନାଇ ଜଙ୍ଗଲରେ ମାଓବାଦୀମାନଙ୍କ ଗୁପ୍ତ ବୈଠକ ଚାଲିଥିବା ସୁକୁମା ଜିଲ୍ଲା ପୁଲିସ ଖବର ପାଇଥିଲେ।ଏହି ଖବର ଆଧାରରେ ଡିଆରଜି ବାହିନୀ ସୁକୁମା ଜିଲ୍ଲାର ଟେଟରାଇ ଓ ତେଲନାଇ ଜଙ୍ଗଲ ଅଭିମୁଖେ ସର୍ଚ୍ଚ ଅପରେସନ ନିମନ୍ତେ ବାହାରିଥିଲେ। ତେବେ ଟେଟରାଇ ଜଙ୍ଗଲରେ ସର୍ଚ୍ଚ ଅପଗରେସନ କରୁଥିବା ସମୟରେ ମାଓବାଦୀମାନେ ଯବାନମାନଙ୍କୁ ଦେଖି ପ୍ରଥମେ ଗୁଳିଚାଳଣା କରିଥିଲା।  ପାଲଟା ଜବାବରେ ଯବାନ ମାନେ ମଧ୍ୟ ଗୁଳି ଚଲାଇ ଥିଲେ। ଏହି ମାଓ ବୈଠକରେ ପାଖାପାଖି ୨୫ ରୁ ଉର୍ଦ୍ଧ୍ବ ମାଓବାଦୀ ମାନେ ଉପସ୍ଥିତ ଥିବା ଜଣାପଡିଛିା ତେବେ ଜବାନ ମାନଙ୍କ ଆକ୍ରମଣକୁ ସାମନା କରି ନ ପାରି ମାଓବାଦୀ ମାନେ ଛତ୍ରଭଙ୍ଗ ଦେଇ ଜଙ୍ଗଲ ରେ ଲୁଚି ପଳାଇ ଥିବା ଜଣାପଡିଛିା 

ସନ୍ଧ୍ୟା ପର୍ଯ୍ୟନ୍ତ ଉକ୍ତ ଅଂଚଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଏହି ସର୍ଚ୍ଚ ଅପରେସନ ସମୟରେ ଜଣେ ମାଓବାଦୀଙ୍କ ମୃତଦେହ ଠାବ କରିଥିବା ବେଳେ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ କରିଥି ବା ଜଣାପଡିଛିା ଜବତ ମୃତ ମାଓବାଦୀ ର ପରିଚୟ ମିଳିନଥିବା ବେଳେ ପୁଲିସ ତାର ପରିଚୟ ଖୋଜୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.