ପ୍ରମୁଖ ଖବର
  • ବାରିପଦା ବ୍ୟାଙ୍କ ଅଫ୍ ଇଣ୍ଡିଆରେ ଅଗ୍ନିକାଣ୍ଡ, ୩ଜଣ ଅସୁସ୍ଥ ଅବସ୍ଥାରେ ଉଦ୍ଧାର, ୨ଟି ଅଗ୍ନିଶମ ଟିମ୍ ନିୟୋଜିତ
  • ||
  • କଂଗ୍ରେସ ଛାଡ଼ିଲେ ଦୁଲାଲ ଚନ୍ଦ୍ର ପ୍ରଧାନ,ଏଆଇସିସି ସଭାପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଚଣ୍ଡିଖୋଲ ବଡ଼ଚଣା ଓଭରବ୍ରିଜ୍‌ରେ ଦୁର୍ଘଟଣା, ଅଜଣା ଗାଡ଼ି ଧକ୍କା ୨ ବାଇକ୍ ଆରୋହୀ ମୃତ
  • ||
  • ରାସ୍ତା ପାର୍ ହେଉଥିଲେ ମହିଳା, ଚଢ଼ିଗଲା ମାଛ ବୋଝେଇ ପିକ୍ଅପ୍ ଭ୍ୟାନ୍
  • ||
  • ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ, ବିଶାଳ ଜନସଭାକୁ ସମ୍ବୋଧିତ କରିବେ
  • ||
  • ଆଇପିଏଲ୍ 2024: କୋଲକାତା ନାଇଟ୍‌ ରାଇଡର୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ୍ସ, ଇଡେନ ଗାର୍ଡେନ୍ସ ହେବ ରନ୍ ବର୍ଷା
  • ||
  • କାମାକ୍ଷାନଗରରେ ଏନକାଉଣ୍ଟର, ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁବାଷ ଖୁଣ୍ଟିଆ ଗୁରୁତର
  • ||
  • ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ, ଆଜିଠୁ ନାମାଙ୍କନ ଦାଖଲ
  • ||
  • ଜଗତସିଂହପୁର-ବାଲିକୁଦା ନିକଟରେ ଓଲଟିଲା ବରଯାତ୍ରୀ ବସ୍, ୧୦ ଜଣ ଆହତ
  • ||

ମରିଚି କୁଣ୍ଡ ଜଳ ନିଲାମ: ପ୍ରଥମ ପୂର୍ଣ୍ଣ କଳସ ୨୪,୫୦୦ ଟଙ୍କାରେ କିଣିଲେ ଜଗତସିଂହପୁରରୁ ଦମ୍ପତି

ଭୁବନେଶ୍ୱର,୧୬/୦୪: ମଙ୍ଗଳବାର ବିଳମ୍ବିତ ରାତିରେ ନିଃସନ୍ତାନ ଦମ୍ପତିଙ୍କ ଉଦ୍ଦେଶ୍ୟରେ ନିଲାମ କରାଯାଇଛି ମୁକ୍ତେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ପବିତ୍ର ମରିଚି କୁଣ୍ଡ ପାଣି । ଏଥର ଏହି ନିଲାମରେ ସାରା ରାଜ୍ୟରୁ ପ୍ରାୟ ଅନେକ ଦମ୍ପତିି ଅଂଶ ଗ୍ରହଣ କରିଥିଲେ । ପ୍ରଥମ କଳସ ଜଳ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ନୀତି ନିମନ୍ତେ ବଡୁ ନିଯୋଗ ସେବାୟତ ମାନେ ନେଇଥିଲେ । ଏହାପରେ ନିଲାମ ଆରମ୍ଭ ହୋଇଥିଲା । 

ପ୍ରଥମ ପୂର୍ଣ୍ଣ କଳସ ଜଳ ଜଗତସିଂହପୁରରୁ ଆସିଥିବା ଦମ୍ପତି ସବୁଠାରୁ ଅଧିକ ଟଙ୍କାରେ ନିଲାମ  ଧରିଥିଲେ । ପତି ୨୪,୫୦୦ ଟଙ୍କା ଦେଇ ଉକ୍ତ ପବିତ୍ର ଜଳ ପତ୍ନୀ ସୋନାଲି ପ୍ରିୟଦର୍ଶିନୀଙ୍କୁ ସ୍ନାନ କରିବାକୁ ଦେଇଥିଲେ । ଏହାପରେ ଅନ୍ୟ ସବୁ କଳସ ନିର୍ଦ୍ଦିଷ୍ଟ ଦରରେ ବାକି ଦମ୍ପତିଙ୍କୁ ଦିଆ ଯାଇଥିଲା । ଏଠାରେ ଶ୍ରଦ୍ଧାଳୁ ମହିଳା ମାନେ ସ୍ନାନ କରିବା ଲାଗି ବିଏମସି ପକ୍ଷରୁ ଅସ୍ଥାୟୀ ଗାଧୁଆ ଘର ଓ ମନ୍ଦିର ପରିସର ଆଲୋକୀକରଣ କରାଯାଇଥିଲା । ସୁରକ୍ଷା ନିମନ୍ତେ ୩ ଅଫିସରଙ୍କ ନେତୃତ୍ୱରେ ଗୋଟିଏ ପ୍ଳାଟୁନ ଫୋର୍ସ ନିଯୋଜନ କରାଯାଇଥିଲା । ନିଲାମରେ ଅଂଶ ଗ୍ରହଣ କରିବା ପୂର୍ବରୁ ସମସ୍ତ ଦମ୍ପତି ଶ୍ରୀଲିଙ୍ଗରାଜଙ୍କ ଠାରେ ଗୁଆ ନଡ଼ିଆ ବସାଇ ସଂକଳ୍ପ କରିଥିଲେ । ଏହାପରେ ଆଜ୍ଞା ପ୍ରସାଦ ପାଇ ନିଲାମରେ ସାମିଲ ହୋଇଥିଲେ । ଏହି ପବିତ୍ର ତିଥିରେ ମରିଚିକୁଣ୍ଡ ପାଣିରେ ସ୍ନାନ କଲେ ମହିଳାଙ୍କ ବନ୍ଧ୍ୟା ଦୋଷ ଦୂର ହୁଏ ବୋଲି ବିଶ୍ୱାସ ରହିଛି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.