ପ୍ରମୂଖ ଖବର
  • ଭୁବନେଶ୍ୱର: ୧୯ରେ ବିଜେଡି ବିଧାୟକ ଦଳ ବୈଠକ, ଅଧକ୍ଷତା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଦାର୍ଜିଲିଂରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା, ଏକ୍ସପ୍ରେସ୍ ଟ୍ରେନ୍‌କୁ ପଛ ପଟୁ ଧକ୍କା ଦେଲ ମାଲବାହୀ ଟ୍ରେନ୍, ୮ ଯାତ୍ରୀ ମୃତ, ୨୦ରୁ ଅଧିକ ଆହତ
  • ||
  • ନୀଳଗିରି: ରଜ ଉତ୍ସବରେ ଅଘଟଣ।ଝାଡ଼ାବାନ୍ତି ରେ ୯ ଗୁରୁତର ,୨ ଅସୁସ୍ଥ
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି, ମଙ୍ଗଳବାର ଋକ୍ମିଣୀ ବିବାହ ଉତ୍ସବ
  • ||
  • ସରିଲା ଗ୍ରୀଷ୍ମ ଛୁଟି, କାଲିଠୁ ଖୋଲିବ ସ୍କୁଲ: ଶିକ୍ଷକ ଆସି କରିବେ ସମସ୍ତ ବ୍ୟବସ୍ଥା
  • ||
  • ନୂଆପଡା ଲଛିପୁର ଛକରେ ଟ୍ରାକ୍ଟର୍କୁ ପିଟିଲା କାର, ମର୍ମନ୍ତୁଦ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ
  • ||
  • ନାକେଦମ୍‌ କଲାଣି ଭୀଷଣ ତାତି ସାଙ୍ଗକୁ ଗୁଳୁଗୁଳି: ଆଗଉନି ମୌସୁମୀ, ବର୍ଷା ଗାଏବ
  • ||

ଟିଆର୍‌ପି ଗେମିଂ ଜୋନ୍‌ରେ ନିଆଁ: ୧୨ ପିଲାଙ୍କ ସମେତ ୩୦ ମୃତ, ଶବ ଚିହ୍ନଟ ଲାଗି ହେବ ଡିଏନ୍‌ଏ ଟେଷ୍ଟ

ଅହମ୍ମଦାବାଦ,୨୬/୦୫: ଗୁଜରାଟ ରାଜକୋଟ ସହରର କାଲାୱଡ୍‌ ରୋଡ୍‌ସ୍ଥିତ ଟିଆର୍‌ପି ଗେମିଂ ଜୋନ୍‌ରେ ଶନିବାର ଅପରାହ୍ଣରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ସେଥିଯୋଗୁ ୧୨ ପିଲାଙ୍କ ସମେତ  ୩୦ଜଣ ପ୍ରାଣ ହରାଇଛନ୍ତି । ଅଦ୍ୟାବଧି ୨୫ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ମୃତକଙ୍କ ସଂଖ୍ୟା  ଆହୁରି ବଢ଼ିପାରେ ବୋଲି ପ୍ରଶାସନ  କହିଛି । ସେହିପରି ଶବଗୁଡି଼କ ଏଭଳି  ଭାବେ ଜଳିଯାଇଛି ଯେ ତାର ଚିହ୍ନଟ  ସମ୍ଭବପର ହୋଇନାହିଁ । ତେଣୁ ପରିଚୟ  ସ୍ପଷ୍ଟ କରିବାକୁ ଡିଏନ୍‌ଏ ପରୀକ୍ଷା  କରାଯିବ । ଅଗ୍ନିକାଣ୍ଡର କାରଣ ଓ ନିଆଁ  ଲାଗିବା ସମୟରେ ଗେମିଂ ଜୋନ୍‌ରେ  କେତେ ଲୋକ ଥିଲେ ତାହା ସ୍ପଷ୍ଟ  ହୋଇପାରିନାହିଁ । ଅଗ୍ନିଶମ ବିଭାଗର ୮ଟି  ଟିମ୍‌ ଦୀର୍ଘ ୩ ଘଣ୍ଟା ଧରି ଉଦ୍ୟମ କରିବା  ପରେ ନିଆଁକୁ ନିୟନ୍ତ୍ରଣ କରାଯାଇଛି ।  

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର  ମନ୍ତ୍ରୀ ଅମିତ ଶାହ ଓ ରାଜ୍ୟ ମୁଖ୍ୟମନ୍ତ୍ରୀ  ଭୂପେନ୍ଦ୍ର ପଟେଲ ଅଗ୍ନିକାଣ୍ଡରେ ମୃତକଙ୍କ  ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଟେଲିଫୋନ୍‌ରେ କଥା ହୋଇଛନ୍ତି ଏବଂ ମୃତାହତଙ୍କୁ ସବୁ ପ୍ରକାର  ସହାୟତା ଯୋଗାଇ ଦେବାକୁ କହିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିଜନଙ୍କୁ  ୪ ଲକ୍ଷ ଓ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଅଗ୍ନିକାଣ୍ଡର ତଦନ୍ତ ଲାଗି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ(ଏସ୍‌ଆଇଟି) ଗଠିତ ହୋଇଛି । 

ରାଜକୋଟର ପୁଲିସ କମିଶନର ରାଜୁ ଭାର୍ଗବ କହିଛନ୍ତି,  ଅପରାହ୍ଣ ପ୍ରାୟ ୪.୩୦ ମିନିଟ୍‌ ସମୟରେ ଟିଆରପି ଗେମିଂ ଜୋନ୍‌ରେ ଏହି ଅଘଟଣ  ଘଟିଥିଲା। ଏହାପରେ ପ୍ରାୟ ୫ କିମି ଦୂର  ଯାଏ ଧୂଆଁ ଦେଖିବାକୁ ମିଳିଥିଲା। ନିଆଁକୁ  ନିୟନ୍ତ୍ରଣ କରାଯାଇଛି । ଏତେ ଲୋକଙ୍କ ମୃତ୍ୟୁ ନେଇ ଗେମିଂ ଜୋନ୍‌ର ମାଲିକ  ଯୁବରାଜ ସିଂହ ସୋଲାଙ୍କିଙ୍କ ବିରୋଧରେ  ଦାୟିତ୍ୱହୀନତା ଅଭିଯୋଗରେ ମାମଲା  ରୁଜୁ କରାଯାଇଛି । ଜଣେ ପ୍ରତ୍ୟକ୍ଷଦର୍ଶୀ ୟଶ  ପଟୋଲିୟା କହିଛନ୍ତି, ସେମାନେ ଗେମିଂ  ଜୋନ୍‌ର ରେସ୍ତୋରାଁରେ ବସିଥିବାବେଳେ  ସେଠାରେ ନିଆଁ ଲାଗିଥିଲା । ପ୍ରବଳ  ପବନ ଯୋଗୁ ମାତ୍ର ୩୦ ସେକେଣ୍ଡ  ମଧ୍ୟରେ ହିଁ ପୂରା ଅଞ୍ଚଳରେ ନିଆଁ ବ୍ୟାପିଯାଇଥିଲା । ରେସ୍ତୋରାଁର କର୍ମଚାରୀ ଅଗ୍ନି ନିର୍ବାପକ ଯନ୍ତ୍ର  ସାହାଯ୍ୟରେ ନିଆଁ ଲିଭାଇବାକୁ ଉଦ୍ୟମ  କରିଥିଲେ । କିନ୍ତୁ ସେଥିରେ ସଫଳତା ନ  ମିଳିବାରୁ ଲୋକମାନେ ଜୀବନ ବଞ୍ଚାଇବା  ଲାଗି ଏଣେତେଣେ ଦୌଡି଼ଥିଲେ । 

ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି, ଗେମିଂ ଜୋନ୍‌ରେ ଅନେକ ପ୍ରକାରର ମରାମତି  ଓ ରକ୍ଷଣାବେକ୍ଷଣ କାମ ଚାଲୁଥିଲା ।  ତେଣୁ ବହୁ ସଂଖ୍ୟାରେ ପ୍ଲାଏ ଖଣ୍ଡ ଓ  କାଠ ଏପଟସେପଟ ହୋଇ ପଡ଼ିଥିଲା । ସେଥିରେ ନିଆଁ ଲାଗିବା ପରେ ତାହା  ଦ୍ରୁତ ଗତିରେ ବ୍ୟାପିଥିଲା । ଦେଖୁ ଦେଖୁ ପୂରା ଗେମିଂ ଜୋନ୍‌ ଧ୍ୱଂସସ୍ତୁପ  ପାଲଟି ଯାଇଥିଲା । ଶ୍ୱାସରୁଦ୍ଧ ହୋଇ  ଅନେକ ପ୍ରାଣ ହରାଇଥିଲେ । ପରବର୍ତ୍ତୀ  ସମୟରେ କିଛି ଲୋକଙ୍କୁ ଶିଡି଼ ଦ୍ୱାରା  ଉଦ୍ଧାର କରାଯାଇଥିଲା । ସେପଟେ  ଏହି ଦୁର୍ଘଟଣା ପରେ ଗୁଜରାଟ  ସରକାର ଏନ୍‌ଓସି ନଥିବା ରାଜ୍ୟର  ସମସ୍ତ ଗେମିଂ ଜୋନ୍‌କୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.