ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ରାଜକୋଟର ଗେମ୍‌ ଜୋନ୍‌ରେ ଭିଷଣ ଅଗ୍ନିକାଣ୍ଡ; ୨୦ ମୃତ, ଉଦ୍ଧାର କାର୍ଯ୍ୟ ଜାରି..

ନୂଆଦିଲ୍ଲୀ,୨୫/୦୫: ଗୁଜୁରାଟର ରାଜକୋଟରେ ଥିବା ଟିଆରପି ଗେମ୍ ଜୋନ୍‌ରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ଅଗ୍ନିଶମ ବିଭାଗର ଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଏହି ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୨୦ କୁ ବୃଦ୍ଧି ପାଇଛି। ଏ ସମ୍ପର୍କରେ ରାଜକୋଟ ପୋଲିସ କମିଶନର ରାଜୁ ଭାର୍ଗବ କହିଛନ୍ତି ଯେ, ଅପରାହ୍ନରେ ଟିଆରପି ଗେମିଂ ଜୋନରେ ନିଆଁ ଲାଗିଯାଇଥିଲା। ଉଦ୍ଧାର କାର୍ଯ୍ୟ ଚାଲିଛି। ବର୍ତ୍ତମାନ ନିଆଁକୁ ନିୟନ୍ତ୍ରଣ କରାଯାଇଛି।

ସେ କହିଛନ୍ତି ଯେ ଆମେ ଯଥାସମ୍ଭବ ଶବ ଉଦ୍ଧାର କରିବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୨୦ ଟି ମୃତଦେହ ଉଦ୍ଧାର କରାଯାଇଛି ଏବଂ ସେମାନଙ୍କୁ ଅଧିକ ତଦନ୍ତ ପାଇଁ ଡାକ୍ତରଖାନା ପଠାଯାଇଛି। ସେ କହିଛନ୍ତି ଯେ ଏହି ଗେମିଂ ଜୋନ୍ ଯୁବରାଜ ସିଂ ସୋଲାଙ୍କି ନାମକ ଜଣେ ବ୍ୟକ୍ତିଙ୍କର ଅଟେ। ଏହି ପ୍ରସଙ୍ଗରେ ଅବହେଳା ପାଇଁ ଏକ ମାମଲା ପଞ୍ଜିକୃତ ହେବ। 

ରାଜକୋଟ ମ୍ୟୁନିସିପାଲିଟି କର୍ପୋରେସନ କମିଶନର ଆନନ୍ଦ ପଟେଲ କହିଛନ୍ତି ଯେ ଗ୍ରୀଷ୍ମ ଛୁଟିଦିନରେ ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ। ଉଦ୍ଧାର କାର୍ଯ୍ୟ ଶେଷ ହେବା ପରେ ମୃତ ଓ ଆହତଙ୍କ ପ୍ରକୃତ ସଂଖ୍ୟା ଜଣା ପଡିବ। ଏଥି ସହିତ ସିଏମ ଭୁପେନ୍ଦ୍ର ପଟେଲ ମଧ୍ୟ ଏହି ଦୁର୍ଘଟଣାର ସୂଚନା ଦେଇ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ସେ ମ୍ୟୁନିସିପାଲ କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। 

ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟ୍ୱିଟ୍ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ରାଜକୋଟରେ ଗେମିଂ ଜୋନ୍‌ରେ ଅଗ୍ନିକାଣ୍ଡ ଘଟିବା ମାତ୍ରେ ତୁରନ୍ତ ଉଦ୍ଧାର ଓ ରିଲିଫ କାର୍ଯ୍ୟ ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଆହତମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ଆହତ ଓ ମୃତକଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ସମବେଦନା ଜଣାଇଛନ୍ତି। ଏଥିସହ ମୃତ ତଥା ଆହତଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବେ। ଏହି ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ଗଠନ କରାଯାଇଛି ବୋଲି ସେ କହିଛନ୍ତି। ତାଙ୍କୁ ସମଗ୍ର ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି। 

ତମାମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଟ୍ୱିଟ୍ କରି ରାଜକୋଟରେ ଅଗ୍ନିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ଏହି ଘଟଣାରେ ସେ ଅତ୍ୟନ୍ତ ଦୁଃଖିତ। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ସମବେଦନା। ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସେ କାମନା କରିଥିଲେ। ସେ କହିଛନ୍ତି ଯେ ପ୍ରଭାବିତ ଲୋକଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବା ପାଇଁ ସ୍ଥାନୀୟ ପ୍ରଶାସନ କାର୍ଯ୍ୟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.