ନୂଆଦିଲ୍ଲୀ : ମାତା ବୈଷ୍ଣୋ ଦେବୀ ଯାତ୍ରା ବେଳେ ଏକ ବଡ଼ ଅଘଟଣ ଘଟିଛି। ଯାତ୍ରା ମାର୍ଗରେ ଭୂସ୍ଖଳନ ଫଳରେ ୩ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ଜମ୍ମୁ - କାଶ୍ମୀରର କଟରା ସ୍ଥିତ ମାତା ବୈଷ୍ଣୋଦେବୀ ମାର୍ଗରେ ଏହି ଘଟଣା ଘଟିଛି। ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡର ସିଇଓଙ୍କ କହିବାନୁସାରେ , ମାତା ବୈଷ୍ଣୋ ଦେବୀ ମାର୍ଗରେ ପଥର ଖଣ୍ଡ ଖସି ପଡ଼ିବାରୁ ଏହି ଘଟଣା ଘଟିଛି। ବିପର୍ଯ୍ୟୟ ପରିଚାଳନା ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।
ଲାଇଭ୍ ହିନ୍ଦୁସ୍ତାନ ଡଟ୍ କମ୍ରେ ପ୍ରକାଶିତ ରିପୋର୍ଟ ଆଧାରରେ ଅଧିକାରୀମାନେ କହିଛନ୍ତି , ଦ୍ୱିପ୍ରହର ପାଖାପାଖି ୨ଟା ୩୫ସମୟରେ ଚଲାପଥରେ ପାଞ୍ଚି ନିକଟରେ ଏହି ଭୂସ୍ଖଳନ ହୋଇଛି, ଯେଉଁଥିରେ ଲୁହାରେ ତିଆରି ଏକ ଓଭରହେଡ୍ ଷ୍ଟ୍ରକର କ୍ଷତିଗ୍ରସ୍ତ ହୋଇଛି। ଭୂସ୍ଖଳନର ତୁରନ୍ତ ପରେ ଉଦ୍ଧାର ଅଭିଯାନ ଆରମ୍ଭ କରାଯାଇ ଥିଲା ଏବଂ ଜଣେ ମହିଳାଙ୍କ ସମେତ ୩ଜଣ ଆହତ ତୀର୍ଥଯାତ୍ରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ପ୍ରଶାସନ ଶ୍ରଦ୍ଧାଳୁଙ୍କୁ ଅପିଲ କରିଛନ୍ତି ଯେ, ସେମାନେ ଯାତ୍ରା କରୁଥିବା ବେଳେ ସତର୍କ ରୁହନ୍ତୁ ଏବଂ ମାର୍ଗର ସ୍ଥିତିକୁ ଧ୍ୟାନରେ ରଖି ଆଗକୁ ବଢନ୍ତୁ। ଭୂସ୍ଖଳନ କାରଣରୁ ଯାତ୍ରା ମାର୍ଗରେ ଅସ୍ଥାୟୀ ଭାବେ ଯାତାୟାତାକୁ ବନ୍ଦ କରିଦିଆ ଯାଇଛି। ମାର୍ଗକୁ ସଫା କରିବା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି।
A landslide has occurred near the Panchi Helipad on the Shri Mata Vaishno Devi Bhawan route, raising concerns that devotees may be trapped. The Mata Vaishno Devi Shrine Board is actively engaged in relief and rescue operations.#Vaishnodevi #TOPNEWSONLINE #Topnews #Jammu… pic.twitter.com/BC1cwrFBtV
— Vijay Singh (@VijaySikriwal) September 2, 2024
ବୈଷ୍ଣୋ ଦେବୀ ମନ୍ଦିର ମାଆ ଦୁର୍ଗାଙ୍କୁ ସମର୍ପିତ ୧୦୮ ଶକ୍ତିପୀଠଙ୍କ ମଧ୍ୟରୁ ଗୋଟିଏ। ଏହା ଭାରତର ସବୁଠୁ ଅଧିକ ଦର୍ଶନ କରିବାକୁ ଯାଉଥିବା ତୀର୍ଥସ୍ଥଳ ମଧ୍ୟରେ ଗୋଟିଏ। ନବରାତ୍ରୀ ଭଳି ଉତ୍ସବ ବେଳେ, ଶ୍ରଦ୍ଧାଳୁଙ୍କ ସଂଖ୍ୟା କୋଟିଏ ଯାଏ ହୋଇଯାଏ। ବୈଷ୍ଣୋ ଦେବୀ ମନ୍ଦିର ଭାରତର ସବୁଠୁ ଧନୀ ମନ୍ଦିର ମଧ୍ୟରେ ଗୋଟିଏ । ବୈଷ୍ଣୋ ଦେବୀ ମନ୍ଦିରର ପରିଚାଳନା ଓ ପ୍ରଶାସନ ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡ ସମ୍ଭାଳି ଥାଏ। ଏହାର ବୋର୍ଡରେ ୯ଜଣ ସଦସ୍ୟ ରହିଛନ୍ତି।