ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସରିଲା ମାଟ୍ରିକ୍‌ ମୂଲ୍ୟାୟନ, ବୋର୍ଡ କାର୍ଯ୍ୟାଳୟରେ ପହଞ୍ଚିଲା ଖାତା; ଖୁବ୍‌ଶୀଘ୍ର ଆରମ୍ଭ ହେବ ଟାବୁଲେସନ୍‌

କଟକ,୦୨/୦୪: ଗତ ୧୫ତାରିଖରୁ ୫୫ଟି  ମୂଲ୍ୟାୟନ କେନ୍ଦ୍ରରେ ଚାଲିଥିବା ମାଟ୍ରିକ୍‌ ଉତ୍ତର ଖାତା ମୂଲ୍ୟାୟନ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି ।  ମୂଲ୍ୟାୟନ ଶେଷ ୫୫ଟି ଯାକ କେନ୍ଦ୍ରରୁ ଉତ୍ତର ଖାତାଗୁଡ଼ିକ କଡ଼ା ସୁରକ୍ଷା ବଳୟରେ ଆସି କଟକ ବଜ୍ରକବାଟିସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସୋମବାର ସୁଦ୍ଧା ପହଞ୍ଚିସାରିଛି ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ତେବେ ମୂଲ୍ୟାୟନ କାର୍ଯ୍ୟ ମୋଟାମୋଟି ଭାବେ ଶେଷ ହୋଇଛି ବୋଲି କୁହାଯାଉଥିବା ବେଳେ କେତେକ ପରୀକ୍ଷାର୍ଥୀଙ୍କ ହିନ୍ଦୀ, ସଂସ୍କୃତ ଉତ୍ତର ଖାତା ମୂଲ୍ୟାୟନକୁ ନେଇ ଦ୍ୱନ୍ଦ୍ୱ ରହିଥିବା ସୂଚନା ମିଳିଛି । 

ପରୀକ୍ଷାର୍ଥୀମାନେ  ତୃତୀୟ ଭାଷା ପରୀକ୍ଷା ଦେବା ଲାଗି ଫର୍ମ ପୂରଣ  ଗୋଟିଏ ବିଷୟରେ କରିଥିବା ବେଳେ ପରୀକ୍ଷା ଅନ୍ୟ  ଭାଷାରେ ଦେଇଥିଲେ । ଏପରି ହିନ୍ଦୀ ଏବଂ ସଂସ୍କୃତ  ବିଷୟରେ ମନଇଚ୍ଛା ପରୀକ୍ଷା ଦେଇଥିବା ପରୀକ୍ଷାର୍ଥୀଙ୍କ  ଉତ୍ତର ଖାତାକୁ ନେଇ ମୂଲ୍ୟାୟନ କେନ୍ଦ୍ରରେ ଉପୁଜିଥିବା  ଦ୍ୱନ୍ଦ୍ୱ ବୋର୍ଡରେ ପୁନଃ ଯାଞ୍ଚ କରାଯିବ ବୋଲି ସୂଚନା ମିଳିଛି । ଏପରି ପାଖାପାଖି ୫ ହଜାର ଉତ୍ତର ଖାତା ବୋର୍ଡ କର୍ତ୍ତୃପକ୍ଷଙ୍କ ଅଧିନରେ ପରୀକ୍ଷକମାନେ ପୁନଃ  ଯାଞ୍ଚ୍‌ କରିବାର ଯୋଜନା ରହିଛି । ଦିନେ ଦୁଇ ଦିନ  ମଧ୍ୟରେ ଉକ୍ତ କାର୍ଯ୍ୟ ଶେଷ ହେବ ବୋଲି ବୋର୍ଡ ସୂତ୍ରରୁ  ସୂଚନା ମିଳିଛି । ତେବେ ମୂଲ୍ୟାୟନ ପ୍ରକ୍ରିୟା ପ୍ରାୟ ଶେଷ ହୋଇଥିବାରୁ ଖୁବ୍‌ଶୀଘ୍ର ଟାବୁଲେସନ୍‌ ପ୍ରକ୍ରିୟା ବୋର୍ଡ ପକ୍ଷରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି ।  

ସୂଚନାଯୋଗ୍ୟ, ୧୦୦ ନମ୍ବର ବିଶିଷ୍ଟ ହୋଇଥିବା ମାଟ୍ରିକ୍‌ ପରୀକ୍ଷାରେ ପରୀକ୍ଷାର୍ଥୀମାନେ ୫୦ ନମ୍ବର ସବ୍‌ଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେଇଥିବା ବେଳେ ଆଉ ଅବଶିଷ୍ଟ ୫୦ ନମ୍ବର ଓଏମ୍‌ଆରରେ ଅବଜେକ୍ଟିଭ୍‌ ପ୍ରଶ୍ନର ଉତ୍ତର ଦେଇଥିଲେ । ଓଏମ୍‌ଆର ସିଟ୍‌ କମ୍ପ୍ୟୁଟରରେ ମୂଲ୍ୟାୟନ ହୋଇଥିବା ବେଳେ ସବଜେକ୍ଟିଭ୍‌ ଉତ୍ତର ଖାତା ୫୫ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷକମାନେ ଖାତା ଦେଖିଥିଲେ । ମାଟ୍ରିକ୍‌ ସହ ମଧ୍ୟମା, ଷ୍ଟେଟ୍‌ ଓପନ ସ୍କୁଲ୍‌ ଏବଂ ସ୍କ୍ରିପ୍ଟ ଉତ୍ତର ଖାତା ମଧ୍ୟ ସମାନ୍ତରଳ ଭାବେ ୫୫ଟି କେନ୍ଦ୍ରରେ ଦେଖା ଚାଲିଥିଲା । ଉକ୍ତ ମୂଲ୍ୟାୟନ ପ୍ରକ୍ରିୟାରେ ରାଜ୍ୟରେ ୧୫ ହଜାରରୁ  ଅଧିକ ଶିକ୍ଷକଙ୍କୁ ନିୟୋଜିତ ହୋଇଥିଲେ । ଏହାବଦ୍‌  ମୂଲ୍ୟାୟନ କେନ୍ଦ୍ରରେ ପୃଥକ ଭାବେ ୩ ଜଣଲେଖାଏଁ  ଡାଟା ଏଣ୍ଟ୍ରି ଅପରେଟର ମଧ୍ୟ ନିୟୋଜିତ ହୋଇଥିଲେ ।  

ଉଲ୍ଲେଖଥାଉକି, ପୂର୍ବ ବର୍ଷରେ ମଧ୍ୟ ଏହି ସମସ୍ୟା  ଉପୁଜିଥିଲା । ଉକ୍ତ ତ୍ରୁଟିକୁ ସୁଧାରି କେତେକ ହିନ୍ଦି, ସଂସ୍କୃତ ଉତ୍ତର ଖାତାକୁ ମୂଲ୍ୟାୟନ କରି ରେଜଲ୍ଟ ପ୍ରସ୍ତୁତ  କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଅଡ଼ୁଆରେ ପଡ଼ିଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.