ସୁରାଟ- ପଡ଼ୋଶୀ ଦେଶ ପାକିସ୍ତାନ ନିଜର ଅନେକ ହରକତରୁ କେବେବି ଓହରୁ ନାହିଁ। ସୀମାରେ ଅନେକ ଥର ବୁଦ୍ଧି ଶିଖିବା ପରେ ସେ ଭାରତରେ ମାହୋଲ ବିଗାଡିବାର ଲକ୍ଷ୍ୟରେ ରହିଛି। ତାର ଏମିତି ହିଁ ଏକ ଚକ୍ରାନ୍ତର ଖୁଲାସା ଗୁଜରାଟରେ ଜଣେ ମୌଲବୀର ଗିରଫ ପରେ ହୋଇଛି। ମୌଲବୀ ବିଜେପିର ପୂର୍ବତନ ପ୍ରବକ୍ତା ନୂପୂର ଶର୍ମାଙ୍କ ସମେତ ଅନେକ ହିନ୍ଦୁବାଦୀ ନେତାଙ୍କ ହତ୍ୟା କରିବାକୁ ଚାହୁଁଥିଲା। ଏଥିପାଇଁ ପାକିସ୍ତାନରେ ବସି ସଙ୍ଗଠନ ସହ ଫଣ୍ଡିଂ ଓ ଅସ୍ତ୍ରଶସ୍ତ୍ର ଡିଲ୍ ରଚି ଚାଲିଥିଲା। ଠିକ୍ ସମୟରେ ପୁଲିସ୍ ଅଭିଯୁକ୍ତକୁ ଧରି ପୂରା ଯୋଜନାର ପର୍ଦ୍ଦାଫାସ କରି ଦେଇଛି।
ସୁରାଟର ପୁଲିସ କମିଶନର ଅନୁପମ ସିଂହ ଗେହଲଟ କହିଛନ୍ତି କି, ଗିରଫ ହୋଇଥିବା ଅଭିଯୁକ୍ତ ମୌଲବୀ ସୋହେଲ ଅବୁବକ୍ର ତିମୋଲ ଏକ ସୂତା ଫ୍ୟାକ୍ଟ୍ରିର ମ୍ୟାନେଜର। ସେ ମୁସଲିମ୍ ପିଲାଙ୍କୁ ଇସଲାମିକ ଶିଷାର ଟ୍ୟୁସନ କରୁଥିଲା। କଟ୍ଟରପନ୍ଥୀ ବିଚାରର ସୋହେଲ ପାକିସ୍ତାନ ଓ ନେପାଳରେ ବସି କିଛି ଲୋକଙ୍କ ସଂପର୍କରେ ଥିଲା ଏବଂ ଭାରତରେ କିଛି ଏମିତି ଲୋକଙ୍କୁ ହତ୍ୟା କରିବାକୁ ଚାହୁଁ ଥିଲା , ଯାହାଙ୍କ ପରିଚୟ ହିନ୍ଦୁତ୍ୱ ସହ ଜଡ଼ିତ। ତାର ଟାର୍ଗେଟ୍ରେ ସୁଦର୍ଶନ ଚ୍ୟାନେଜ୍ର ମୁଖ୍ୟ ସଂପାଦକ , ତେଲେଙ୍ଗାନାର ବିଜେପି ବିଧାୟକ ରାଜା ସିଂହ ଓ ଏହି ପାର୍ଟିର ପୂର୍ବତନ ପ୍ରବକ୍ତା ନୂପୁର ଶର୍ମା ଓ ହିନ୍ଦୁ ସନାତନ ସଂଘର ରାଷ୍ଟ୍ରୀୟ ଅଧ୍ୟକ୍ଷ ଉପଦେଶ ରାଣାଙ୍କ ଭଳି ଲୋକ ଥିଲେ।