ପ୍ରମୂଖ ଖବର

ମାୟାବତୀ ପୁଣି କହିଲେ ୟୁପି ବିଭାଜନ କଥା , କେନ୍ଦ୍ରରେ ସରକାର ଆସିଲେ ଅବଧ ହେବ ଅଲଗା ରାଜ୍ୟ

ଲକ୍ଷ୍ନୌ- ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ପୁଣିଥରେ ଖେଳିଲେ ନିର୍ବାଚନୀ ଚାଲ। ସୋମବାର ଲକ୍ଷ୍ନୌରେ ହୋଇଥିବା ନିର୍ବାଚନୀ ସଭାରେ ପୁଣି ଥରେ ଉତ୍ତର ପ୍ରଦେଶର ବିଭାଜନ କଥା ଉଠାଇଲେ । ଲୋକଙ୍କୁ ଦେଲେ ପ୍ରତିଶ୍ରୁତି । ସେ କହିଲେ, କେନ୍ଦ୍ରରେ ସରକାର ଆସିବାର ସୁଯୋଗ ମିଳିଲେ ଅବଧକୁ ନୂଆ ରାଜ୍ୟର ମାନ୍ୟତା ଦିଆଯିବ। ମାୟାବତୀ ୩୧ ମିନିଟ୍‌ର ଭାଷଣରେ ଦଳିତ , ପଛୁଆ ବର୍ଗ , ମୁସଲମାନ ଓ କୃଷକଙ୍କ ସହ ଗରିବଙ୍କୁ ଆପଣାଇବାର କାମ କରିଥିଲେ।

ମାୟାବତୀ ଲକ୍ଷ୍ନୌରେ ପିଜିଆଇ ସମୀପ ନିର୍ବାଚନୀ ସଭାରେ ଏହା ମଧ୍ୟ କହିଛନ୍ତି କି ନିର୍ବାଚନ ଫ୍ରି ଆଣ୍ଡ ଫେୟର ଯଦି ହୁଏ ବିଜେପି କ୍ଷମତାକୁ ଆସି ପାରିବ ନାହିଁ। ସେ କହିଛନ୍ତି କି ସ୍ୱାଧିନତା ପରେ ସବୁଠୁ ଅଧିକ କେନ୍ଦ୍ରରେ କଂଗ୍ରେସର ସରକାର ରହିଛି। ତାର ଭୁଲ୍‌ ନୀତି କାରଣରୁ ହିଁ ଆଜି ବିଜେପି କେନ୍ଦ୍ରର କ୍ଷମତାରେ ରହିଛି। ସେ କହିଛନ୍ତି କି ବାବା ସାହେବଙ୍କ ଦ୍ୱାରା ପ୍ରଣୀତ ହୋଇଥିବା ସମ୍ୱିଧାନ ମୁତାବିକ ଦଳିତ ଓ ପଛୁଆଙ୍କୁ ସଂରକ୍ଷଣ ଦିଆଯାଇ ନାହିଁ। ଖାଲି ଏତିକି ନୁହେଁ  ପଦୋନ୍ନତିରେ ସଂରକ୍ଷଣର ବ୍ୟବସ୍ଥା ଶେଷ କରିବା କାମ ମଧ୍ୟ ଏହି ସବୁ ସରକାରଙ୍କର ରହିଛି। 

ମାୟାବତୀ କହିଛନ୍ତି , ଆମେ ବିଜେପି ଓ କଂଗ୍ରେସ ଗଠବନ୍ଧନକୁ ଏହି କ୍ଷମତାକୁ ଆସିବାରେ ରୋକିବାକୁ ହେବ। ଏହିଥର ବହୁଜନ ସମାଜପାର୍ଟି(ବସପା)ର ଲୋକଙ୍କୁ କୌଣସି ମୂଲ୍ୟରେ ଭ୍ରମିତ ହେବା ଉଚିତ ନୁହେଁ। ସେ ବସପାର ଲୋକଙ୍କୁ ଭୋଟ୍‌ ବଳରେ ନିଜର ଶକ୍ତିର ଅନୁଭବ ବିପକ୍ଷ ଦଳକୁ କରାଇବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି ଆଜି ଧାର୍ମିକ ସଂଖ୍ୟା ଲଘୁଙ୍କ ସ୍ଥିତି ଖୁବ୍‌ ଖରାପ। ମୁସଲମାନଙ୍କ ବିକାଶରୁ ରୋକି ଦିଆ ଯାଇଛି।

କହି ରଖୁଛୁ କି ଲୋକସଭା ନିର୍ବାଚନରେ ନିଜ ନିଜର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ରାଜନୀତିକ ଦଳ ସବୁ ପ୍ରକାରର ନିର୍ବାଚନୀ ପ୍ରତିଶ୍ରୁତି ଦେବାର ନଜର ଆସୁଛି। କିଏ କୃଷକଙକ୍ ହିତ କଥା କହୁଥିବା ବେଳେ ଆଉ କିଏ ମହଙ୍ଗାକୁ ନେଇ କ୍ଷମତା ପକ୍ଷକୁ ଦାୟୀ କରୁଛି। ହେଲେ ଦେଶର ଭୋଟର କାହାକୁ କ୍ଷମତାରେ ବସାଇବେ ? ଏହା ୪ଜୁନ୍‌ ପରେ ହିଁ ଜଣାପଡ଼ିବ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.