ପ୍ରମୁଖ ଖବର
  • ସାଲେପୁର : ବିପୁଳ ପରିମାଣର ଚୋରା ବିଦେଶୀ ମଦ ଜବତ, ବେପାରୀ ଫେରାର
  • ||
  • ଚାନ୍ଦବାଲିରୁ ଶାହାଙ୍କ ହୁଙ୍କାର । ଚିଟଫଣ୍ଡ ଦୁର୍ନୀତିଖୋରଙ୍କୁ ଜେଲ ପଠାଇବୁ, ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବୁ
  • ||
  • ବାଣୀବିହାର ସତସଙ୍ଗ ପାର୍କ ଆଗରେ ପୋଲିସ ଗାଡ଼ି ଦୁର୍ଘଟଣା, ୭ ଆହତ
  • ||
  • ମିଜୋରାମରେ ପ୍ରବଳ ବର୍ଷା ଯୋଗୁ ଭୁଷୁଡିଲା ପଥର ଖଦାନ, ୧୦ ଶ୍ରମିକ ଚାଲିଗଲା ଜୀବନ, ଏକାଧିକ ଆହତ
  • ||
  • ଇଣ୍ଡିଗୋ ବିମାନରେ ବୋମା ଆତଙ୍କ,ଏମର୍ଜେନ୍ସି ଡୋର ଦେଇ ବାହାରିଲେ ଯାତ୍ରୀ
  • ||
  • ମୁମ୍ବାଇ ବିମାନବନ୍ଦର, ତାଜ ହୋଟେଲ ଉଡ଼ାଇବାକୁ ଧମକ, ଉତ୍ତରପ୍ରଦେଶରୁ ଆସିଥିଲା କଲ୍
  • ||
  • ଉପକୂଳରେ ଜୋରଦାର ପ୍ରଚାର, ମଙ୍ଗଳବାର ବାଲେଶ୍ବରରେ କାର୍ତ୍ତିକ୍ ପାଣ୍ଡିଆନଙ୍କ ଶକ୍ତି ପ୍ରଦର୍ଶନ
  • ||
  • ଆମେରିକାରେ ଘୂର୍ଣ୍ଣିଝଡ଼ ରଚିଲା ତାଣ୍ଡବ, ୨୨ ମୃତ,ଶତାଧିକ ଆହତ, ୧୦ କୋଟି ଲୋକ ପ୍ରଭାବିତ
  • ||
  • ରଥଖଳା ହାଲ୍‌ଚାଲ୍‌...ବୁଧବାର ରଥ ତ୍ରୟର ଚକ-ଅଖ ଡ଼େରା ନୀତି, ଚକକୁ ସୁରକ୍ଷା ଦିଏ ପନ୍ଦାରି ଚାବି
  • ||
  • କଟକ ଚାନ୍ଦବାଲି ରାସ୍ତାରେ OSRTC ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ଆଖିବୁଜିଲେ ଜଣେ ମହିଳା
  • ||
  • ମେ’ ୩୧ ସୁଦ୍ଧା କେରଳ ଛୁଇଁବ ମୌସୁମୀ: ଦେଶରେ ଅଧିକ ବର୍ଷିବ, ଓଡ଼ିଶାରେ ନିଅଣ୍ଟିଆ ବର୍ଷା ଆକଳନ
  • ||

ଘରୋଇ ଗ୍ରାଉଣ୍ଡରେ ଶେଷ ମ୍ୟାଚ୍‌ ଖେଳିଲେ ପ୍ରସିଦ୍ଧ ଫୁଟବଲ୍‌ କିଲିଆନ୍‌ ଏମ୍‌ବାପେ

ପ୍ୟାରିସ,୧୪/୦୫: ଫ୍ରାନ୍ସର  ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି କିଲିଆନ୍‌ ଏମ୍‌ବାପେଙ୍କୁ ଆଗାମୀ ସିଜନରେ ପ୍ୟାରିସ ସେଣ୍ଟ ଜର୍ମେନ(ପିଏସ୍‌ଜି) ପକ୍ଷରୁ ଆଉ ଦେଖିବାକୁ ମିଳିବ ନାହିଁ । ଚଳିତ ଲିଗ୍‌-ୱାନ୍‌ ସିଜନ ଶେଷ ହେବା  ସହ ସେ ପିଏସ୍‌ଜିରୁ ବିଦାୟ ନେବେ । ରବିବାର ଦିନ ଏମ୍‌ବାପେ ଘରୋଇ  ଗ୍ରାଉଣ୍ଡ୍‌ରେ ଶେଷ ମ୍ୟାଚ୍‌ ଖେଳିଥିଲେ । ଅବଶ୍ୟ ପିଏସ୍‌ଜି ଉକ୍ତ ମ୍ୟାଚ୍‌ରେ  ଟୌଲୁସ ଠାରୁ ୧-୩ ଗୋଲ୍‌ରେ ପରାଜିତ  ହୋଇଥିଲା । ଏହା ପିଏସଜିର ଶେଷ  ମ୍ୟାଚ୍‌ ରହିଥିଲା । ମ୍ୟାଚ୍‌ର ଅଷ୍ଟମ  ମିନିଟ୍‌ରେ ଏମ୍‌ବାପେ ଗୋଲ୍‌ କରିଥିଲେ ।  ମାତ୍ର ଏହାପରେ ଟୌଲୁସ ପକ୍ଷରୁ  ୧୩ତମ ମିନିଟ୍‌ରେ ଥିଜସ ଡିଲିଙ୍ଗା,  ୬୮ତମ ମିନିଟ୍‌ରେ ୟାନ ଗୋବୋହୋ  ଓ ୯୦୍ମ୫ତମ ମିନିଟ୍‌ରେ ଫ୍ରାଙ୍କ ମାଗ୍ରି  ଗୋଲ୍‌ କରିଥିଲେ । ପରାଜୟ ସତ୍ତେ୍ୱ  ପିଏସ୍‌ଜିର ଟାଇଟଲ୍‌ ନିଶ୍ଚିତ ରହିଛି ।  

୩୨ଟି ମ୍ୟାଚ୍‌ରୁ ପିଏସ୍‌ଜି ୭୦  ପଏଣ୍ଟ ହାସଲ କରି ଶୀର୍ଷ ସ୍ଥାନ ବଜାୟ  ରଖିଛି । ଆଗକୁ ଦଳ ଆଉ ୨ଟି ମ୍ୟାଚ୍‌  ଖେଳିବ । ଉଭୟ ମ୍ୟାଚ୍‌ ଯଥାକ୍ରମେ  ନାଇସ ଓ ମେଜର ଘରୋଇ ଗ୍ରାଉଣ୍ଡରେ ଖେଳାଯିବ । ଚଳିତ ସିଜନ ସହ  ଏମ୍‌ବାପେ ଓ ପିଏସ୍‌ଜି ମଧ୍ୟରେ ରହିଥିବା ଚୁକ୍ତିନାମା ଶେଷ ହେବ । ଆଗାମୀ  ସିଜନରେ ଏମବାପେ ଫ୍ରି ଏଜେଣ୍ଟ  ଭାବେ ଅନ୍ୟ କ୍ଲବ୍‌କୁ ଯାଇପାରିବେ ।  ରିୟଲ ମାଦ୍ରିଦ ତାଙ୍କୁ ଚୁକ୍ତି କରିବା ପାଇଁ  ଅପେକ୍ଷା କରି ରହିଛି । ୬୪ ପଏଣ୍ଟ ସହ  ଦ୍ୱିତୀୟ ସ୍ଥାନରେ ରହିଥିବା ମୋନାକୋ  ଆଉ ଗୋଟିଏ ଲିଗ୍‌ ମ୍ୟାଚ୍‌ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେଣୁ ଉକ୍ତ ମ୍ୟାଚ୍‌  ଜିତିଲେ ମଧ୍ୟ ମୋନାକୋ ପଏଣ୍ଟ  ତାଲିକାର ଶୀର୍ଷକୁ ଉଠିପାରିବ ନାହିଁ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.