ପ୍ରମୂଖ ଖବର
  • ମାଲକାନଗିରି ଜିଲ୍ଲାରେ ଭିଷଣ ବର୍ଷା, ନଦୀରେ ବନ୍ୟା ଜଳ ଯୋଗୁଁ ଯୋଗାଯୋଗ ବିଛିନ୍ନ
  • ||
  • ବୌଦ୍ଧ : ପାରିବାରିକ କଳହର କରୁଣ ପରିଣତି, ସ୍ତ୍ରୀର ଗଳା କାଟି ହତ୍ୟା କଲା ନୃଶଂସ ସ୍ବାମୀ
  • ||
  • ଖଣ୍ଡପଡ଼ା : ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ମରଣାନ୍ତକ ଆକ୍ରମଣ, ଯୁବକ ଗୁରୁତର
  • ||
  • ଭୁବନେଶ୍ବର : ପଡୋଶୀଙ୍କୁ ବନ୍ଧୁକ ଦେଖାଇଲେ ଯୁବକ, ଅଭିଯୁକ୍ତ ଗିରଫ
  • ||
  • ଚିତ୍ରକୋଣ୍ଡା : ମାଟି ଅତଡ଼ା ଧସି ରାସ୍ତା ଅବରୋଧ, ଯାତାୟତ ଠପ୍‌
  • ||
  • ସୋର : ଆଇନଜୀବୀଙ୍କ ଘରୁ ଚୋରି, ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ୨୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ: ଅସହାୟ ଯୁବତୀଙ୍କୁ ମାସାଧିକକାଳ ଗଣଦୁଷ୍କର୍ମ ଘଟଣା: ୪ ଅଭିଯୁକ୍ତଙ୍କୁ ଉଠାଇ ଆଣିଲା ପୁଲିସ, ୨ ଫେରାର୍
  • ||
  • ଭଦ୍ରକ: ବାଇକ୍‌କୁ ଧକ୍କା ଦେଲା ଟ୍ରକ୍, ଦୁର୍ଘଟଣାସ୍ଥଳରେ ଚାଲିଗଲା ଦୁଇ ଜୀବନ
  • ||
  • ବାଲେଶ୍ୱର : ଖଡ଼ୁପାହି ବେଳାଭୂମିରୁ ମିଳିଲା ଅଜଣା ମହିଳାଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କେନ୍ଦ୍ରାପଡ଼ା ୨୨ ଗାଁରେ କୁକୁଡ଼ା ମରା ଅଭିଯାନ: ପୋତାଗଲା ୪ ହଜାର କୁକୁଡ଼, ଚିକେନ୍‌-ଅଣ୍ଡା ବିକ୍ରି ଉପରେ କଟକଣା
  • ||
  • ନବରଙ୍ଗପୁର : ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ଚାଲିଗଲା ଯୁବକଙ୍କ ଜୀବନ, ମୃତ୍ୟୁସଂଖ୍ୟା ୩କୁ ବୃଦ୍ଧି
  • ||
  • କୋରାପୁଟ : ଜଲାପୁଟ ଡ୍ୟାମ୍‌ର ଖୋଲିଲା ୬ଟି ଗେଟ୍‌, ସ୍ପିଲ୍‌ ୱେ ଡ୍ୟାମ୍‌ ଏବଂ ମୁଖ୍ୟ ଡ୍ୟାମ୍‌ ଦେଇ ୨୩,୦୦୦ କ୍ୟୁସେକ ଜଳ ନିଷ୍କାସିତ
  • ||
  • ଭୁବନେଶ୍ୱର: କେଶରୀ ଏନକ୍ଲେଭରେ ବୋମାମାଡ଼, ପାର୍ବଣ ସମୟରେ ପୁଲିସକୁ ଚ୍ୟାଲେଞ୍ଜ
  • ||
  • ବଙ୍ଗୋପସାଗରରେ ଗଭୀର ଅବପାତ: ଉପକୂଳକୁ ଭୀଷଣ, ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କତା ଜାରି କଲେ SRC
  • ||
  • ବୌଦ୍ଧ : ସାପ କାମୁଡ଼ାରେ ତିନି ନାବାଳିକା ଝିଅଙ୍କ ମୃତ୍ୟୁ, ବାପା ଗୁରୁତର
  • ||

ନିଆରା ପରମ୍ପରା, ଏହି ଗାଁରେ ରବିବାର ମାଂସ, ମଦ ମନା

ତେଲଙ୍ଗାନା ୨୭/୦୮: ତେଲଙ୍ଗାନାର ଗ୍ରାମାଞ୍ଚଳରେ ମାଂସାହାରୀ ଖାଦ୍ୟ ପ୍ରତି ଖାସ୍‌ ରୁଚି ରହିଛି । ରବିବାର ପ୍ରାୟ ସମସ୍ତେ ମାଂସରେ ପ୍ରସ୍ତୁତ ସ୍ୱାଦିଷ୍ଟ ବ୍ୟଞ୍ଜନକୁ ଖୁବ୍‌ ଉପଭୋଗ କରିଥାନ୍ତି । ରାଜ୍ୟର ପ୍ରତ୍ୟେକ ଗାଁରେ ଏହା ଦେଖିବାକୁ ମିଳେ । କିନ୍ତୁ ଗୋଟିଏ ଗାଁ ଏଥିରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ । ରବିବାର ଏହି ଗାଁର ବାସିନ୍ଦା ମାଂସ ଓ ମଦଠୁ ଦୂରେଇ ରହନ୍ତି । ଜଗିତ୍ୟାଲା ଜିଲ୍ଲା, ମେଟପଲ୍ଲି ମଣ୍ଡଳରେ ସ୍ଥିତ ଏହି ଗାଁର ନାଁ ପେଦ୍ଦାପୁର । ଏଠାକାର ଲୋକେ ରବିବାର ମାଂସ ଓ ମଦ ଛୁଅଁନ୍ତି ନାହିଁ । କେବଳ ଶାକାହାରୀ ଭୋଜନ କରିଥାନ୍ତି । 

ଗାଁରେ ମଲ୍ଲାନ୍ନା ସ୍ୱାମୀଙ୍କୁ ପୂଜା କରାଯାଏ ଏବଂ ରବିବାରକୁ ତାଙ୍କର ପ୍ରିୟ ବାର ରୂପେ ବିବେଚନା କରାଯାଏ । ଏହି ଦିନ ଗାଁର ପ୍ରତ୍ୟେକ ଲୋକ ଶୁଦ୍ଧପୁତ ହୋଇ ପିଲାଙ୍କ ସହ ମନ୍ଦିରକୁ ଯାଆନ୍ତି ଏବଂ ସ୍ୱତନ୍ତ୍ର ପୂଜା କରନ୍ତି । ସେଥିପାଇଁ ରବିବାର ଗାଁରେ କୌଣସି ଅପବିତ୍ର କାର୍ଯ୍ୟ କରାଯାଏ ନାହିଁ । ବର୍ଷେ କି ଦୁଇ ବର୍ଷ ନୁହେଁ, ଗତ ୧୫ ବର୍ଷ ହେଲା ଗାଁ ଲୋକେ ରବିବାର ମଦ ଓ ମାଂସଠୁ ଦୂରରେ ରହି ଆଦର୍ଶ ଗ୍ରାମବାସୀର ପରିଚୟ ଦେଇଛନ୍ତି । ପ୍ରତି ବର୍ଷ ହୋଲି ପରେ ପଡୁଥିବା ରବିବାର ଦିନ ଗାଁରେ ପ୍ରଭୁ ମଲ୍ଲାନାଙ୍କୁ ୩୦ ହଜାର ଛେଳି ବଳି ଦିଆଯାଏ । 

ବୋନାଲା ପର୍ବ ନାମରେ ଏହା ପରିଚିତ । ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ ଓ କର୍ଣ୍ଣାଟକ ଭଳି ବିଭିନ୍ନ ଜିଲ୍ଲାରୁ ହଜାର ହଜାର ଭକ୍ତ ଏଥିରେ ଯୋଗ ଦେଇଥାନ୍ତି । ଶ୍ରାବଣ ମାସରେ ମଧ୍ୟ ଏକ ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହୁଏ । ଏ ଅବସରରେ ଚାଉଳ ଓ ଗୁଡ଼ ରନ୍ଧାଯାଇ ଭକ୍ତଙ୍କୁ ପ୍ରଦାନ କରାଯାଏ । ସେହିପରି ପନୟମ ମଣ୍ଡଳର କୋଠୁର ଗାଁରେ ପ୍ରତି ରବିବାର ମାଂସ ଓ ଚିକେନ୍‌ ଦୋକାନ ବନ୍ଦ ରହେ । କାରଣ ପ୍ରାଚୀନ ପରମ୍ପରା ଅନୁସାରେ, ଏହି ଦିନ ଗାଁରେ ଆମିଷ ଆହାରକୁ କଡ଼ାକଡ଼ି ବାରଣ କରାଯାଇଛି । ଗାଁର ପ୍ରତ୍ୟେକ ବାସିନ୍ଦା ଏହି ପରମ୍ପରାକୁ କଡ଼ାକଡ଼ି ପାଳନ କରନ୍ତି । କିମ୍ବଦନ୍ତୀ ଅନୁସାରେ, କିଛି ଶତାବ୍ଦୀ ତଳେ ପ୍ରଭୁ ସୁବ୍ୱାରାୟୁଡୁ ଗାଁ ମୁଖିଆ ଚେନ୍ନା ରେଡ୍ଡୀଙ୍କୁ ସ୍ୱପ୍ନରେ ଦର୍ଶନ ଦେଇଥିଲେ । କୋଠୁର ଗାଁରେ ଶାନ୍ତି ଓ ସମୃଦ୍ଧି ପାଇଁ ତାଙ୍କର ମୂର୍ତ୍ତି ସ୍ଥାପନା କରି ରବିବାର ପୂଜା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଗାଁ ମୁଖିଆ ପ୍ରଭୁଙ୍କ ଇଚ୍ଛା ଅନୁସାରେ କର୍ତ୍ତବ୍ୟ ପାଳନ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.