ପ୍ରମୁଖ ଖବର
  • କଂଗ୍ରେସ ସ୍କ୍ରିନିଂ କମିଟି ବୈଠକ, ୧୫ ସୁଦ୍ଧା ଘୋଷେଣା ହେବ ପ୍ରାର୍ଥୀ ତାଲିକା
  • ||
  • କ୍ୟାପିଟାଲ ହସ୍ପିଟାଲରେ ମହିଳାଙ୍କୁ ଦୁର୍ବ୍ୟବହାର, ଧାରଣାରେ ବସିଲେ ସିକ୍କ୍ୟୁରିଟ୍ ଓ ସଫୋଇ କର୍ମୀ
  • ||
  • ବିଜେଡି ଛାଡିଲେ ପୂର୍ବତନ ରାଜ୍ୟ ଯୁବ ଉପସଭାପତି ରାକେଶ ନାୟକ
  • ||
  • ଆଜି ଆସିବ ବିଜେପି ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଘୋଷଣା ହୋଇପାରେ ୨୫ ପ୍ରାର୍ଥୀଙ୍କ ନା
  • ||
  • ରୋଷେୟାକୁ ହାଣିଲା ହୋଟେଲ ମାଲିକ, ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବକାରୀ ବିଭାଗ ହାଜତରେ ଥାର୍ଡ ଡିଗ୍ରୀ ! ମଦ ବ୍ୟବସାୟୀ ଗୁରୁତର, ହତ୍ୟା ଉଦ୍ୟମ ଅଭିଯୋଗ
  • ||
  • ବେଲଗାମ ବୟାନ ଉପରେ ଲାଗିବ ଅଙ୍କୁଶ, ନିର୍ବାଚନ କମିଶନ ଆଣିବେ ନୂଆ ମାର୍ଗଦର୍ଶିକା
  • ||
  • ମାର୍ଗଦର୍ଶିକା ଜାରି କଲେ କେନ୍ଦ୍ର ସରକାର ଇସ୍ରାଏଲ, ଇରାନକୁ ଯାତ୍ରା ବାରଣ
  • ||
  • ୭୭ବର୍ଷରେ ପାଦ ଦେଲା ସ୍ୱପ୍ନର ସହର ଭୁବନେଶ୍ୱର, ୧୯୪୮ ମସିହାରେ ହୋଇଥିଲା ଗଠନ
  • ||
  • IPL 2024: ପଞ୍ଜାବ କିଙ୍ଗ୍‌ସ- ରାଜସ୍ଥାନ ରୟାଲ୍ସ ମୁକାବିଲା, ମୁଲନପୁରରେ ହେବ ପେସ୍‌ ଟେଷ୍ଟ୍‌
  • ||
  • ଶନିବାରଠୁ ୬ ଦିନ ଜଳାଇବ ତାତି, ୬ରୁ ୮ ଡିଗ୍ରୀ ବଢ଼ିଯିବ ତାପମାତ୍ରା;୧୪ରୁ ପୁଣି ନିର୍ଘାତ ଖରା
  • ||

ସବୁଠୁ ଲମ୍ୱା କାର୍; ୧୦ ମହଲା କୋଠା ସହ ସମାନ, କାର୍‌ରେ ଲାଗିଛି ୨୬ ଚକ, ୭୫ ଲୋକଙ୍କ ବସିବାର ସୁବିଧା

ନୂଆଦିଲ୍ଲୀ, ୨୩।୩: ବର୍ତ୍ତମାନ ଲୋକଙ୍କର କାର୍ ଚଢ଼ିବାର ସଉକ୍ ବଢ଼ିବାରେ ଲାଗିଛି । ସେଥିପାଇଁ ଦିନକୁ ଦିନ ଆହୁରି ଉନ୍ନତ ଧରଣର କାର୍ ନିର୍ମାଣ ହେଉଥିବାର ଦେଖାଯାଉଛି । ଆମେ ଅନେକ ଅଜବ ଗଜବ କାର୍ ଦେଖିଛେ । ଠିକ୍ ସେହିଭଳି ବିଶ୍ୱର ସବୁଠୁ ଲମ୍ୱା କାର୍ ହେଉଛି ଲିମୋ । ଯାହାର ବିଶେଷତା ବିଷୟରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ । ଏହା ଏତେ ଲମ୍ୱା ଯେ, ଏଥିରେ ହେଲିକପ୍ଟର ଲ୍ୟାଣ୍ଡ ହେବା ସମ୍ଭବ । ଏହି କାର୍‌କୁ ଆଖିରେ ନ ଦେଖିଲେ ଆପଣ ବିଶ୍ୱାସ କରିହେବନି । କହିରଖୁ କି କାର୍‌ଟି ୯୦ ଦଶକରେ ଡିଜାଇନ୍ କରାଯାଇଥିଲା । ସବୁଠୁ ଲମ୍ୱା କାର୍ ଲିମୋ ‘ଆମେରିକା ଡ୍ରିମ୍’ ନାଁରେ ମଧ୍ୟ ପରିଚିତ । 

ଏହି କାର୍‌ଟିର ଲମ୍ୱ ୧୦୦ ମିଟର । କାର୍‌ରେ ୨ଟି କେବିନ୍ ରହିଥିବା ବେଳେ ଗୋଟିଏ କେବିନ୍ ଆଗରେ ଓ ଅନ୍ୟଟି ପଛରେ ରହିଛି । ଯେଉଁ କାରଣରୁ କାର୍‌ଟିକୁ ଦୁଇପାର୍ଶ୍ୱରୁ ଚଳାଇ ହୁଏ । ଜାଣି ଆଶ୍ଚର୍ଯ୍ୟ ହେବେ ଏହି କାର୍‌ ଭିତରେ ସ୍ୱିମିଙ୍ଗ୍ ପୁଲ୍, ମିନି କିଚେନ୍, ବାଥରୁମ୍, ବେଡ୍‌ରୁମ୍, ଏକାଧିକ ଟିଭି, ଫ୍ରିଜ୍, ଏକ ଛୋଟ ଗଲ୍ଫ ପଡ଼ିଆ ମଧ୍ୟ ରହିଛି । ଏହି କାର୍‌ରେ ୨୬ଟି ଚକା ଲଗାଯାଇଛି । ଶୀତଦିନେ ଖରାରେ ବସିବା ଲାଗି କାର୍‌ରେ ସନ୍ ଡେକ୍ ମଧ୍ୟ ରହିଛି । କହିବାକୁ ଗଲେ ଏହି କାର୍‌ଟି ଏକ ବିଳାସମୟ ଘରର ଅନୁଭବ ଦିଏ । ଏହା ୧୦ ମହଲା କୋଠା ସହ ସମାନ ।  

ତେବେ ଏହି କାର୍‌ଟିକୁ ୧୯୮୬ରେ ଆମେରକା କାଲିଫର୍ଣ୍ଣିଆର ବରବେଙ୍କ ନାମକ ସ୍ଥାନରେ ଜେ ଓହରବର୍ଗ ଡିଜାଇନ୍ କରିଥିଲେ । ବିଶ୍ୱର ସବୁଠୁ ଲମ୍ୱା କାର୍‌ ଭାବେ ଏହା ଗିନିଜ୍ ବିଶ୍ୱ ରେକର୍ଡରେ ମଧ୍ୟ ସାମିଲ ହୋଇଥିଲା । ଫିଲ୍ମ ସୁଟିଂ ପାଇଁ ଏହି କାର୍‌ଟି ହଲିଉଡ୍‌ର ଅନେକ ଚଳଚ୍ଚିତ୍ରରେ ମଧ୍ୟ ବ୍ୟବହାର ହୋଇଛି । ଅନେକ ବଡ଼ ବଡ଼ ହଲିଉଡ୍ ତାରକା ଏହି କାର୍‌ରେ ବସିଛନ୍ତି । ପରବର୍ତ୍ତୀ ସମୟରେ ଏହାକୁ ଭଡ଼ା ଗାଡ଼ି ଅର୍ଥାତ୍ ଟ୍ୟାକ୍ସି ଭାବେ ମଧ୍ୟ ବ୍ୟବହାର କରାଯାଇଥିଲା । ସାଧାରଣ ଲୋକ ଘଣ୍ଟା ପ୍ରତି ୫୦ରୁ ୨୦୦ ଡଲାର ଦେଇ ଏହି କାର୍‌ରେ ଯାତ୍ରା କରିବାର ସୁଯୋଗ ପାଉଥିଲେ । ଏହି କାର୍‌ଟି ନ୍ୟୁ ଜର୍ସିର ଏକ ଗୋଦାମରେ ପଡ଼ିରହିଥିଲା । ପରେ ଏହାକୁ ଏକ ମ୍ୟୁଜିୟମ୍‌ରେ ରଖାଯାଇଥିଲା । ବର୍ତ୍ତମାନ ଏହାର ମରାମତି କରାଯାଇଛି । 


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.