ପ୍ରମୂଖ ଖବର
  • ବଜେଟ୍ ୨୦୨୪: ସଂସଦରେ ଜାମ୍ମୁ-କାଶ୍ମୀର ବଜେଟ୍ ଉପସ୍ଥାପିତ
  • ||
  • ବଜେଟ ୨୦୨୪: ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ ବଡ଼ ଘୋଷଣା, ପର୍ଯ୍ୟଟନର ବିକାଶ ପାଇଁ ମିଳିବ ଆର୍ଥିକ ସହାୟତା
  • ||
  • ବଜେଟ୍ ୨୦୨୪: ସରକାରୀ ସହାୟତାରେ ଛାତ ଉପରେ ଲାଗିବ ସୋଲାର ପ୍ୟାନେଲ, ପ୍ରତି ଘରୁ ମାସିକ ୩ଶହ ୟୁନିଟ ବିଜୁଳି ଉତ୍ପାଦନ ଲକ୍ଷ୍ୟ
  • ||
  • ବଜେଟ ୨୦୨୪:୧ କୋଟି ଘରକୁ ମାଗଣା ବିଜୁଳି ଯୋଗାଣ ହେବ,ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମୁକ୍ତ ବିଜୁଳି ଯୋଜନାରେ ମିଳିବ ସୁବିଧା
  • ||
  • ବଜେଟ୍୨୦୨୪: ବନ୍ୟା ମୁକାବିଲା ପାଇଁ ବିହାରକୁ ୧୧, ୫୦୦ କୋଟିର ସହାୟତା,ଆସାମ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ସିକିମ୍‌କୁ ମିଳିବ ସହାୟତା
  • ||
  • ବଜେଟ ୨୦୨୪: ବନ୍ୟା ନିୟନ୍ତ୍ରଣ ପାଇଁ ସହାୟତା ଘୋଷଣା,ବନ୍ୟା କ୍ଷତିଗ୍ରସ୍ତ ୫ଟି ରାଜ୍ୟକୁ ସ୍ୱତନ୍ତ୍ର ସହାୟତାର ଘୋଷଣା
  • ||
  • ବଜେଟ ୨୦୨୪: ଜମିବାଡ଼ି ସୁବ୍ୟବସ୍ଥିତ କରିବାକୁ ଆରମ୍ଭ ହେବ ଭୂ-ଆଧାର, ଭୂ-ଆଧାର ଜରିଆରେ ଜମିବାଡ଼ି ଡିଜିଟାଇଜେସନ ହେବ
  • ||
  • ବଜେଟ୍ ୨୦୨୪: ମୁଦ୍ରା ଲୋନ୍‌ ୨୦ ଲକ୍ଷକୁ ବୃଦ୍ଧି ଘୋଷଣା କଲେ ଅର୍ଥମନ୍ତ୍ରୀ,ଧାର୍ଯ୍ୟ ସମୟରେ ପୈଠ କରିଥିବା ବ୍ୟକ୍ତି ଲୋନ୍‌ ପାଇପାରିବେ
  • ||
  • ବିଜେଟ୍ ୨୦୨୪-୨୫: ଗୟାରେ ହେବ ଇଣ୍ଡଷ୍ଟିଆଲ୍ କରିଡ଼ିର, ୧ ହଜାର ଆଇଟିଆଇକୁ ଅପଗ୍ରେଡ୍ କରାଯିବ
  • ||
  • ବିହାର, ଆନ୍ଧ୍ରପ୍ରଦେଶ ପାଇଁ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ପୋଲାଭରମ ପ୍ରକଳ୍ପ ଶୀଘ୍ର ସମାପ୍ତ ହେବ, ବିହାରରେ ଏୟାରପୋର୍ଟ, ମେଡିକାଲ କଲେଜ ବିକାଶ
  • ||
  • ସପ୍ତମ ଥର ପାଇଁ ବଜେଟ ଉପସ୍ଥାପନ କଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ବିଧାନସଭା ଅଧିବେଶନର ଦ୍ବିତୀୟ ଦିନ, ୪ଟା ଯାଏଁ ଗୃହ ମୁଲତବି
  • ||

କଠୁଆରେ ଜମ୍ମୁ-କଶ୍ମୀର ଓ ପଞ୍ଜାବର ଡିଜିପିଙ୍କ ମଧ୍ୟରେ ବୈଠକ, ସର୍ଜିକାଲ ଅପରେସନ୍ ପାଇଁ ଆସିଲେ ପାରା କମାଣ୍ଡୋ

ନୂଆଦିଲ୍ଲୀ,୧୧।୭: ନିଜର ୫ ସାଥିଙ୍କ ବଳିଦାନର ପ୍ରତିଶୋଧ ନେବା ପାଇଁ ଭାରତୀୟ ସେନା ଆରମ୍ଭ କରିଛି ଅପରେସନ୍। କଠୁଆର ବିଲାଭରର ବଦନୋତାରେ ସର୍ଚ୍ଚରେ ଅପରେସନ୍‌ ଜୋରଦାର ହୋଇଛି। ଗୁରୁବାର ଜିଲ୍ଲା ପୋଲିସ ଲାଇନ୍ କଠୁଆରେ ଜମ୍ମୁ-କଶ୍ମୀର ଡିଜିପି ଆରଆର ସ୍ବେନ୍, ପଞ୍ଜାବ ଡିଜିପି ସେନା ଓ ଗୁଇନ୍ଦା ଏଜେନ୍ସିର ବରିଷ୍ଠ ଅଧିକାରୀ ବୈଠକ କରିବାକୁ ପହଁଞ୍ଚିଛନ୍ତି।

 ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏଜେନ୍ସି ପରସ୍ପର ମଧ୍ୟରେ ସମନ୍ବୟ ମଜବୁତ କରିବା ପାଇଁ ଏହି ବୈଠକ କରିଛି। ଆତଙ୍କବାଦୀ ଆକ୍ରମଣକୁ ରୋକିବା ଓ ଅମରନାଥ ଯାତ୍ରାର ସୁରକ୍ଷା ଉପରେ ଆଜି କଠୁଆରେ ମନ୍ଥନ ହେବ। ଏହି ବୈଠକ ପରେ ଏକ ରିପୋର୍ଟ ଗୃହ ଓ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ପଠାଯିବ। ଅନ୍ୟପକ୍ଷେ ପୋଲିସ ଟ୍ରାକ୍ଟର ଚାଳକଙ୍କ ସହିତ ୨୩ ଜଣ ସନ୍ଦିଗ୍ଧଙ୍କୁ ପଚରା ଉଚରା ପାଇଁ କଷ୍ଟଡିରେ ନେଇଛି। ସର୍ଜିକାଲ ଅପରେସନ୍ ପାଇଁ ସେନାର ପାରା କମାଣ୍ଡୋ ଏବେ ଜଙ୍ଗଲରେ ଓହ୍ଲାଇଛନ୍ତି। ହେଲିକପ୍ଟର ଓ ଡ୍ରୋନ୍‌ର ମଧ୍ୟ ସାହାଯ୍ୟ ନିଆଯାଉଛି। 

ଏହା ପୂର୍ବରୁ ବୁଧବାର ଲେପ୍ଟନାଣ୍ଟ ଜେନେରାଲ ମନୋଜକୁମାର ଖଟୟାର ମଧ୍ୟ ମଛେଡି ପହଁଞ୍ଚିଥିଲେ ଓ ଘଟଣାସ୍ଥଳରେ ପହଁଞ୍ଚି ସ୍ଥିତି ପରଖି ଥିଲେ। ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ସଫେଇ ପାଇଁ ବୁଧବାର ତୃତୀୟ ଦିନ ବଡ ସ୍ତରର ତଲାସୀ ଅଭିଯାନ ଆରମ୍ଭ କରିଥିଲେ। ଖରାପ ପାଣିପାଗ ଓ ଭୌଗାଳିକ ଚ୍ୟାଲେଞ୍ଜ ପରେ ବି ସୁରକ୍ଷାକର୍ମୀ ନିଜର ଅଭିଯାନ ଜାରି ରଖିଛନ୍ତି।  

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.