ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମେକ୍ସିକୋର ୨ଶହ ବର୍ଷ ଇତିହାସରେ ପ୍ରଥମ, ମହିଳା ରାଷ୍ଟ୍ରପତି ଭାବେ କ୍ଲାଉଡିଆ ଶେନ୍‌ବମ୍‌ ନିର୍ବାଚିତ

ମେକ୍ସିକୋ ସିଟି, ୦୪/୦୬: ମେକ୍ସିକୋର ୨ଶହ ବର୍ଷ ଇତିହାସରେ ପ୍ରଥମ ଥର ପାଇଁ କୌଣସି ମହିଳା ଭାବେ କ୍ଲାଉଡିଆ ଶେନ୍‌ବମ୍‌ ଦେଶର ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି । ଜୁନ୍‌ ୨ରେ ହୋଇଥିବା ନିର୍ବାଚନରେ ଶାସକ ମୋରେନା ପାର୍ଟିର ୬୧ ବର୍ଷୀୟା ଶେନ୍‌ବମ୍‌ଙ୍କୁ ସବୁଠୁ ଅଧିକ ୫୮.୩% ଭୋଟ ମିଳିଛି । ରୋଚକ କଥା ହେଉଛି ତାଙ୍କ ବିପକ୍ଷରେ ବିରୋଧୀ ଦଳର ପ୍ରାର୍ଥୀ ମଧ୍ୟ ଜଣେ ମହିଳା ଥିଲେ । ବିରୋଧୀ ପ୍ରାର୍ଥୀ ଶୋଚିଲ ଗୋଲ୍‌ଭେଜ୍‌ ରାଷ୍ଟ୍ରପତି ଆଣ୍ଡ୍ରେସ୍‌ ମାନୁଏଲ ଲୋପେଜ୍‌ ଓବ୍ରାଡରଙ୍କ ନୀତିର ଘୋର ବିରୋଧୀ । ତେବେ ଶୋଚିଲଙ୍କୁ ମାତ୍ର ୨୮% ଭୋଟ ମିଳିଛି । ଶେନ୍‌ବମ୍‌ ଆସନ୍ତା ଅକ୍ଟୋବର ୧ରେ ତାଙ୍କ ମେଣ୍ଟର୍‌ ଓବ୍ରାଡରଙ୍କ ସ୍ଥାନ ନେବେ । ମେକ୍ସିକୋ ସମ୍ବିଧାନ ଅନୁସାରେ ଜଣେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ୬ ବର୍ଷ ଏବଂ ଜଣେ ବ୍ୟକ୍ତି ଦ୍ୱିତୀୟ ଥର ଲାଗି ଏହି ପଦବୀରେ ରହିପାରିବେ ନାହିଁ । ତେବେ ଏହି ବିଜୟ କେବଳ ତାଙ୍କର ନୁହେଁ ବରଂ ସବୁ ମହିଳାଙ୍କର ବୋଲି ପୂର୍ବତନ ଶକ୍ତି ବିଜ୍ଞାନୀ ଶେନ୍‌ବମ୍‌ କହିଛନ୍ତି ।  ସେ ପୂର୍ବରୁ ମେକ୍ସିକୋ ସିଟିର ମେୟର ରହିଥିଲେ । ୨୦୦୭ରେ ମେକ୍ସିକୋର ଇଣ୍ଟର ଗଭର୍ନମେଣ୍ଟାଲ କମିଟିକୁ ନୋବେଲ ପୁରସ୍କାର ମିଳିଥିଲା । ସେତେବେଳେ ଶେନ୍‌ବମ୍‌ ଏହି କମିଟିର ସଦସ୍ୟ ଥିଲେ ।

ମେକ୍ସିକୋ ପଡ଼ୋଶୀ ଦେଶ ଆମେରିକାଠାରୁ ପ୍ରଥମେ ଜଣେ ମହିଳାଙ୍କୁ ରାଷ୍ଟ୍ରପତି ଭାବେ ନିର୍ବାଚିତ କରି ଇତିହାସ ରଚିଛି । ଆମେରିକାରେ ୧୯୨୦ରୁ ମହିଳାଙ୍କୁ ମତଦାନ ଅଧିକାର ରହିଥିବାବେଳେ ମେକ୍ସିକୋ ମହିଳାଙ୍କୁ ଏହି ଅଧିକାର ୧୯୫୩ରେ ମିଳିଥିଲା । ଏକ ଇହୁଦୀ ପରିବାରରେ ଜନ୍ମ ଶେନ୍‌ବମ୍‌ ଫିଜିକ୍ସ ଏବଂ ଏନର୍ଜୀ ଇଞ୍ଜିନିୟରିଂ ପାଠ ପଢ଼ିବା ସହ କାଲିଫର୍ଣ୍ଣିଆ ୟୁନିଭର୍ସିଟିରୁ ଡକ୍ଟରେଟ୍‌ କରିଛନ୍ତି । ସେ ୨୦୧୮ରେ ମେକ୍ସିକୋର ପ୍ରଥମ ମହିଳା ମେୟର ହୋଇଥିଲେ । ଅନ୍ୟପକ୍ଷରେ ମେକ୍ସିକୋର ଚଳିତ ନିର୍ବାଚନରେ ବେଶ୍‌ ହିଂସାପୂର୍ଣ୍ଣ ରହିଥିଲା । ରିପୋର୍ଟ ଅନୁସାରେ, ନିର୍ବାଚନୀ ହିଂସାରେ ଦେଶରେ ୨ ଶହରୁ ଊଦ୍ଧ୍ୱର୍ ଲୋକଙ୍କ ଜୀବନ ଯାଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.