ପ୍ରମୁଖ ଖବର
  • ଭୁବନେଶ୍ଵର : ଲୁମ୍ବିନୀ ବିହାର ମା' ମଙ୍ଗଳା ବସ୍ତିରେ ବିଲ୍ ଗେଟ୍‌ସ, ଲୋକମାନଙ୍କୁ ଭେଟି ବିଭିନ୍ନ ମୌଳିକ ସୁବିଧା ସମ୍ପର୍କରେ ପଚାରି ବୁଝିଲେ
  • ||
  • ଭୁବନେଶ୍ଵର : ଓଡ଼ିଶା ଆସୁଛନ୍ତି ମହାମହିମ, ମା' କିଚକେଶ୍ଵରୀଙ୍କ ଦର୍ଶନ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||

ଦେଶରେ ଦୁଗ୍ଧ ଉତ୍ପାଦନରେ ରେକର୍ଡ; ୨୦୨୨-୨୩ରେ ଦେଶରେ ଉତ୍ପାଦୀତ ହୋଇଛି ୨୩.୦୫୮ କୋଟି ଟନ୍ ‌କ୍ଷୀର

Image source: Social media

ନୂଆଦିଲ୍ଲୀ,୧୩/୦୨: ସଂସଦରେ ମଧ୍ୟବର୍ତ୍ତୀକାଳୀନ ବଜେଟ୍ ଉପସ୍ଥାପନ କରୁଥିବାବେଳେ ଦେଶରେ ଦୁଗ୍ଧ ଏବଂ ଦୁଗ୍ଧଜାତୀୟ ଖାଦ୍ୟପଦାର୍ଥର ଉତ୍ପାଦନ ବୃଦ୍ଧି ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ୨୦୨୨-୨୩ରେ ଭାରତର ଦୁଗ୍ଧ ଉତ୍ପାଦନ ଚାରି ପ୍ରତିଶତ ବୃଦ୍ଧି ପାଇ ୨୩.୦୫୮ କୋଟି ଟନ୍ରେ ପହଞ୍ଚିଛି। 

ଏହା ସତ୍ତ୍ବେ ଏହାର କ୍ରମାଗତ ଅଭିବୃଦ୍ଧି ବଜାୟ ରଖିବା ପାଇଁ ପ୍ରଭାବଶାଳୀ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ, କାରଣ ଦୁଗ୍ଧ ଏବଂ ଏହାର ସହ-ଉତ୍ପାଦ କେବଳ ଗ୍ରାମାଞ୍ଚଳରେ ବ୍ୟାପକ ପରିମାଣରେ ନିଯୁକ୍ତି ସୃଷ୍ଟି କରେ ନାହିଁ, ବରଂ ଦେଶର ଅର୍ଥନୀତିରେ ମଧ୍ୟ ଏକ ବଡ଼ ଉତ୍ସ ଯୋଗାଇଥାଏ। କିଛି ସମୟ ପୂର୍ବରୁ ପ୍ରକାଶିତ ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ ଦୁଗ୍ଧ ଉତ୍ପାଦନରେ ଭାରତ ବିଶ୍ୱରେ ପ୍ରଥମ ସ୍ଥାନରେ ରହିଛି। ବିଶ୍ୱର ମୋଟ ଦୁଗ୍ଧ ଉତ୍ପାଦନରେ ଭାରତ ଚବିଶ ପ୍ରତିଶତ ଯୋଗଦାନ ଦେଇଥାଏ। 

ସୂଚନାଯୋଗ୍ୟ ଯେ, ଭାରତରେ ଗୋସମ୍ପଦରୁ ଉତ୍ପାଦିତ ହୁଏ। ଏହା ହେଉଛି ସେମାନଙ୍କର ପାରମ୍ପାରିକ ବ୍ୟବସାୟ, ଯାହାକି ସେମାନେ ଜାଣନ୍ତି ଏବଂ ଏଥିରେ ସେମାନଙ୍କର ଅନୁଭୁତି ରହିଛି। କିନ୍ତୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ନେତୃତ୍ୱରେ ଶ୍ବେତ ଦୁଗ୍ଧ ବିପ୍ଳବ ପରେ ଦୁଗ୍ଧ ଉତ୍ପାଦନ ଉପରେ ଗୁରୁତ୍ୱ ବଢ଼ିଥିଲା। ୧୯୪୬ ମସିହାରେ ସେ ମୋରାରଜୀ ଦେଶାଇ ଏବଂ ତ୍ରିଭୁବନ ଦାସ ପଟେଲଙ୍କ ସହାୟତାରେ ଭାରତର ପ୍ରଥମ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରିଥିଲେ, ଯାହା ପରେ ଜିଲ୍ଲା ସମବାୟ ଦୁଗ୍ଧ ଉତ୍ପାଦନ ସଂଘ ଭାବରେ ପ୍ରତିଷ୍ଠା ଲାଭ କରିଥିଲା। 

ପ୍ରତିଦିନ ୨୫୦ ଲିଟର କ୍ଷୀର ବ୍ୟବସାୟ କରୁଥିବା ଏହି ସଂସ୍ଥା ଆଜି 'ଅମୁଲ' ନାଁରେ ଜଣାଶୁଣା। ଦେଶରେ ଦୁଗ୍ଧ ବ୍ୟବସାୟର ସତୁରି ପ୍ରତିଶତ ଅସଂଗଠିତ ଗଠନ ଦ୍ୱାରା ପରିଚାଳିତ ହୋଇଥାଏ। ଏଥିରେ ଥିବା ଅଧିକାଂଶ ଲୋକ ଅଶିକ୍ଷିତ। କିନ୍ତୁ ପାରମ୍ପାରିକ ଜ୍ଞାନ ସହିତ ସେମାନେ ବହୁ ପରିମାଣରେ କ୍ଷୀର ଉତ୍ପାଦନରେ ସଫଳ ହୋପାରିଛନ୍ତି।

You can also read: ତାମିଲନାଡ଼ୁ ବିଧାନସଭାରେ ରାଜ୍ୟପାଳଙ୍କ ଓ୍ବାକ୍ଆଉଟ୍ ପରେ ସମାଲୋଚନା....ଗଣତାନ୍ତ୍ରୀକ ବ୍ୟବସ୍ଥାର ଉଲଙ୍ଘନ କହିଲେ ଡିଏମ୍‌କେ ନେତା



News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.