ଗାଜା – ହମାସ ବିରୋଧରେ ଲଢେଇ ଜାରି ରଖି ଇସ୍ରାଏଲୀୟ ସେନା ଦକ୍ଷିଣୀ ଗାଜାର ଖାନ ୟୁନିସ୍ ସହରରେ ପୁଣି ଥରେ ଏୟାର ଷ୍ଟ୍ରାଇକ୍ ହମଲାକୁ ଦ୍ରୁତ କରିଛି। ତାଜା ହମଲାରେ ଗୋଟିଏ ପରିବାରର ୧୦ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଉଦ୍ଧାରକାରୀମାନେ ଯେବେ ଘଟଣାସ୍ଥଳରୁ ଭଗ୍ନାବଶେଷ ହଟେଇଲ ତ । ଚମତ୍କାରୀତା ଦେଖିଲେ । ମାତ୍ର ୩ ମାସର ଶିଶୁକନ୍ୟା ଜୀବିତ ଥିବା ପାଇଲେ। ଘଟଣା ସ୍ଥଳରେ ଥିବା ଲୋକେ ଏହାକୁ ଚମତ୍କାର ଭାବିଛନ୍ତି।ନାସେର ହସ୍ପିଟାଲର ଚିକିତ୍ସା ଅଧିକାରୀଙ୍କ ମୁତାବିକ, ପୂରା ପରିବାରରେ କେବଳ ନବଜାତ ଶିଶୁ କନ୍ୟା ହିଁ ରକ୍ଷା ପାଇ ଯାଇଛି। ଶିଶୁକୁ ହସ୍ପିଟାଲ ନିଆଯାଇଛି , ଯେଉଁଠି ସାଧାରଣ ଚିକିତ୍ସା ପରେ ସେ ସଂପୂର୍ଣ୍ଣ ଠିକ୍ ଅଛି।
ଖାନ୍ ୟୁନିସ୍ ସହରରେ ନାସେର ହସ୍ପିଟାଲର ଜଣେ ଚିକିତ୍ସକ ଏଏଫପିକୁ କହିଛନ୍ତି କି, ଇସ୍ରାଏଲୀୟ ହମଲାରେ ମଙ୍ଗଳବାର ଗାଜାର ଦକ୍ଷିଣ ଜିଲ୍ଲା ଖାନ ୟୁନିସ୍ରେ ଏକ ପରିବାରର ୧୦ ଜଣ ଲୋକଙ୍କ ଜୀବନ ଯାଇଛି , କେବଳ ଜଣେ ହିଁ ଜୀବନ ରହିଛନ୍ତି। ଉଦ୍ଧାରକାରୀମାନେ ଭଗ୍ନାବଶେଷ ତଳୁ ୩ ମାସର ଜୀବିତ ଶିଶୁକନ୍ୟାକୁ ସୁରକ୍ଷିତ ବାହାର କରିଛନ୍ତି। ସେ ପରିବାରର ଅନ୍ୟ ୧୦ ଜଣ ଲୋକ, ଯେଉଁଥିରେ ମାତା-ପିତା ଓ ତାଙ୍କର ୮ଜଣ ପିଲାଙ୍କ ମୃତଦେହର ପରିଚୟ ଜଣାପଡ଼ିଛି। କେବଳ ୩ ମାସର ଶିଶୁକନ୍ୟା ରିମ୍ ହିଁ ଜୀବନ୍ତ ରହିଥିଲା।
କଳା କପଡ଼ାରେ ଆବୃତ୍ତ ରିମ୍ଙ୍କୁ ଦେଖି ହସ୍ପିଟାଲରେ ଥିବା ସବୁ ଲୋକଙ୍କ ଆଖି ଲୁହରେ ଭିଜି ଯାଇଛି। ହସ୍ପିଟାଲରେ ଯେକେହି ରିମ୍ର ଜୀବନ୍ତ ରକ୍ଷା ପାଇବାର ଘଟଣାକୁ କୌଣସି ଚମତ୍କାର ପରି ଭାବିଛନ୍ତି। ଖାନ୍ ୟୁନିସ୍ର ଇବ୍ରାହିମ୍ ବାରବଖ ଶିଶୁ କନ୍ୟାକୁ କୋଳରେ ନେଇ ଲୁହ ଭିଜା ଆଖିରେ କହିଛନ୍ତି , ଏହି ଶିଶୁକନ୍ୟାକୁ ଭଗ୍ନାବଶେଷ ତଳୁ ବାହାର କରିନିଆ ଯାଇଛି। ତାର ପୂରା ପରିବାର ଆଉ ନାହାନ୍ତି। ଏବେ ଏହାର ଦେଖାଶୁଣା କିଏ କରିବ ?
ଉଦ୍ଧାରକର୍ମୀ, ପ୍ରତ୍ୟକ୍ଷଦର୍ଶୀ ଓ ଚିକିତ୍ସକଙ୍କ ସୂତ୍ରାନୁସାରେ , ମଙ୍ଗଳବାର ଗାଜା ପଟ୍ଟିରେ ଅନେକ ସ୍ଥାନରେ ଇସ୍ରାଏଲୀୟ ଏୟାର ଷ୍ଟ୍ରାଇକ୍ ଓ ଫାୟାରିଂର ସୂଚନା ଦେଇଛନ୍ତି। ଇସ୍ରାଏଲୀୟ ହମଲା ଏତେ ଘାତକ ଥିଲା ଯେ, ମିନିଟ୍ରେ ଅନେକ ବଡ଼ ବଡ଼ କୋଠା ମାଟିରେ ମିଶିଗଲା।