ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କାଲିମେଳାରୁ ନିଖୋଜ ଡାକ୍ତର କର୍ଣ୍ଣାଟକରେ ଠାବ, ଖୁବ୍‌ଶୀଘ୍ର ମାଲକାନଗିରି ଅଣାଯିବା ନେଇ ସୂଚନ ଦେଲେ ଏସ୍‌ପି

ମାଲକାନଗିରି,୦୬/୦୬:  କଳ୍ପନାଜଳ୍ପନାର ଅନ୍ତ ଘଟିଛି । ୪ଦିନ ଧରି ପୁଲିସର ତନାଘନା ପରେ ନିଖୋଜ କାଲିମେଳା ଡାକ୍ତର ଅମ୍ଳାନ ଭୋଇଙ୍କୁ କର୍ଣ୍ଣାଟକର ବେଙ୍ଗାଲୁରୁରେ ଠାବ କରାଯାଇଛି । ସେଠାକାର ପୁଲିସ  ଅକ୍ଲାନ୍ତ ପରିଶ୍ରମ କରି ଡାକ୍ତରଙ୍କୁ ଠାବ କରିବାରେ ସଫଳ ହୋଇଛି । ସେ ସୁରକ୍ଷିତ ଏବଂ ସୁସ୍ଥ ଅଛନ୍ତି । ଖୁବଶୀଘ୍ର  ତାଙ୍କୁ ମାଲକାନଗିରି ଅଣାଯିବ । ଏଥିଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ମାଲକାନଗିରିରେ ପହଞ୍ଚିବା ପରେ  ତାଙ୍କ ନିଖୋଜ ଘଟଣାର ପର୍ଦ୍ଦାଫାସ  ହୋଇପାରିବ ବୋଲି ଏସପି  ନୀତେଶ ୱାଧୱାନି କହିଛନ୍ତି । 

ସୂଚନାଥାଉକି, କାଲିମେଳା ଗୋଷ୍ଠୀ  ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଅମ୍ଳାନ  ଗତ ୧ ତାରିଖ ମଧ୍ୟରାତ୍ରରୁ ନିଜ ରୁମ୍‌ରୁ  ହଠାତ୍‌ ନିଖୋଜ ହୋଇଯାଇଥିଲେ ।  ତାଙ୍କ କ୍ୱାର୍ଟରରେ ମାଓବାଦୀଙ୍କ ନାଁରେ  ଏକ ହାତଲେଖା ପୋଷ୍ଟର ପଡ଼ିଥିବାରୁ  ମାଓବାଦୀମାନେ ତାଙ୍କୁ  ଅପହରଣ କରିନେଇଥିବା ସନ୍ଦେହ କରାଯାଇଥିଲା । ହସ୍ପିଟାଲ ପକ୍ଷରୁ କାଲିମେଳା ଥାନାରେ  ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣା ଜିଲ୍ଲା ସହ ସମଗ୍ର ରାଜ୍ୟରେ ଆଲୋଡ଼ନ  ସୃଷ୍ଟି କରିଥିଲା । ହସ୍ପିଟାଲ କର୍ମଚାରୀ ଓ ଡାକ୍ତରଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।  ଅଭିଯୋଗ ପାଇବା ପରେ ପୁଲିସ ଏହାକୁ ଗୁରୁତ୍ୱ ସହ ନେଇଥିଲା । ଏସ୍‌ଡିପିଓ ସଚିନ ପଟେଲଙ୍କ ତତ୍ତ୍ୱାବଧାନରେ ତଦନ୍ତ ଆରମ୍ଭ ହୋଇଥିଲା । ଏସ୍‌ପି ଓ ଡିଆଇଜି କାଲିମେଳାରେ  ପହଞ୍ଚି ଏହାର ତଦନ୍ତ କରିଥିଲେ । ଏସ୍‌ପି ଶ୍ରୀ ୱାଧୱାନୀ ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ କରି  ଏହା ମାଓ ଅପହରଣ ଘଟଣା ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ଡାକ୍ତର ନିଜ ଇଚ୍ଛାରେ  କେଉଁଆଡେ ଯାଇଥାଇପାରନ୍ତି କିମ୍ବା ତାଙ୍କୁ କେହି ଦୁର୍ବୁତ୍ତ ଡାକି ନେଇଥାଇପାରେ ବୋଲି  କହିଥିଲେ । ପରେ ଏସପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇ ରାଜ୍ୟ  ଓ ରାଜ୍ୟ ବାହାରେ ତଦନ୍ତ କରାଯାଇଥିଲା । 

ଡାକ୍ତରଙ୍କ ମୋବାଇଲ ଘରେ ଥିବାରୁ ତାକୁ  ଯାଞ୍ଚ ପରେ ଆଇପିଏଲରେ ସେ ଲକ୍ଷାଧିକ ଟଙ୍କା ବାଜି ଲଗାଇ ହାରିଯାଇଥିବା ଏବଂ ତାଙ୍କ  ସାଙ୍ଗସାଥୀଙ୍କ ପାଖରୁ ୨୦ଲକ୍ଷ ଟଙ୍କା ଧାର ଆଣିଥିବା ଜଣାପଡ଼ିଥିଲା । ଏତେ ଟଙ୍କା ହାରିବା  ପରେ ସେ କିଛିଦିନ ହେଲା ନିରାଶରେ ଥିବା ଜଣାପଡ଼ିଥିଲା । ଏଭଳି ବିଭିନ୍ନ ଦିଗକୁ ନେଇ  ପୁଲିସ ତର୍ଜମା କରିଥିଲା । ଶେଷରେ ଆଜି ନିଖୋଜ ଡାକ୍ତରଙ୍କ ସନ୍ଧାନ ମିଳିଥିଲା । ସେ  କର୍ଣ୍ଣାଟକ ବେଙ୍ଗାଲୁରୁରେ ଥିବା ଜଣାପଡ଼ିବା ପରେ ସେଠାକୁ ସ୍ୱତନ୍ତ୍ର ପୁଲିସ ଟିମ ଯାଇ  ଠାବ କରିବାରେ ସଫଳ ହୋଇଛି ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.