ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାୟକ ସାଲୁଗା ପ୍ରଧାନଙ୍କୁ ରାଇକିଆରେ ବିପୁଳ ସ୍ବାଗତ

ରାଇକିଆ,୨୮/୩ : ଚଳିତ ସାଧାରଣ ନିର୍ବାଚନରେ ବିଜେଡି ଦଳ ପ୍ରଥମ ତାଲିକାରେ ଘୁ.ଉଦୟଗିରି ଆସନ ପାଇଁ ଦଳୀୟ ପ୍ରାର୍ଥୀ ଭାବେ ପୁଣି ଥରେ ସାଲୁଗା ପ୍ରଧାନଙ୍କ ନାଁରେ ମୋହର ମରିଛି। ଚତୁର୍ଥ ଥର ପାଇଁ ସାଲୁଗା ଟିକଟ ପାଇବା ପରେ ଦଳୀୟ କର୍ମୀଙ୍କ ମନରେ ବେଶ ଉତ୍ସାହ ଏବଂ ଖୁସି ଦେଖିବାକୁ ମିଳିଛି। ସ୍ଥାନୀୟ ବେରେଡାକିଆ ଛକ ଠାରୁ ଦଳୀୟ କର୍ମୀମାନେ ସାଲୁଗାଙ୍କୁ ଏକ ଶୋଭାଯାତ୍ରାରେ ଆଣି ରାଇକିଆ ବଜ଼ାର ଛକରେ ପହଞ୍ଚି ଥିଲେ। ବାଜା ବାଣ ସହ ତାଙ୍କ ପ୍ରାର୍ଥିତ୍ବକୁ ସ୍ବାଗତ କରିଥିଲେ ଦଳୀୟ କର୍ମୀ। ରାଇକିଆ ବ୍ଲକ ସଭାପତି ରାଜମୋହନ ଦିଗାଲଙ୍କ ନେତୃତ୍ୱରେ  ନିର୍ବାଚିତ ଜନ ପ୍ରତିନିଧି ଓ କର୍ମୀ ମାନେ ଫୁଲତୋଡା, ଉପଢୌକନ ଦେଇ ଶୁଭେଚ୍ଛା ଜଣାଇଥିଲେ।

 ସାଲୁଗା ବର୍ତ୍ତମାନ ଘୁ.ଉଦୟଗିରି ବିଧାୟକ ସହ ବିଧାନସଭାର ଉପବାଚସ୍ପତି ଅଛନ୍ତି। ପୁଣି ଥରେ ଦଳ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଟିକଟ ପ୍ରଦାନ କରିଛି। ଟିକଟ ପାଇବା ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ  ବିଜେଡି ଦଳର ଜଣେ ଶୃଙ୍ଖଳିତ କର୍ମୀ ଓ ସବୁବେଳେ ଲୋକଙ୍କ ସହ ଅଛି। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋ ଉପରେ ଆସ୍ଥା ପ୍ରକଟ କରି ମୋତେ ପୁଣି ଥରେ ଚଳିତ ନିର୍ବାଚନରେ ଦଳୀୟ ଟିକଟ ପ୍ରଦାନ କରିଥିବା ଯୋଗୁଁ ମୁଁ କୃତଜ୍ଞତା ଜଣେଇବା ସହ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟର, ଶୁଭେଛୁ ଓ ଦଳୀୟ କର୍ମୀଙ୍କୁ ଧନ୍ୟବାଦ ଜଣାଉଛି ବୋଲି କହିଛନ୍ତି ସାଲୁଗା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.