ପ୍ରମୁଖ ଖବର
  • ଜମ୍ମୁ-କାଶ୍ମୀରକୁ ଖୁବ୍‌ଶୀଘ୍ର ମିଳିବ ପୂର୍ଣ୍ଣ ରାଜ୍ୟ ମାନ୍ୟତା, ଉଦ୍ଧମପୁରରେ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • କାଳିକାଦେବୀ ସାହିରେ ବୁଲେ ମାଟିମଣ୍ଡପ ସାହି ପଟୁଆର, ଆଜି ବାଲିସାହି-ହରଚଣ୍ଡି ସାହି ଶାନ୍ତି କମିଟି ବୈଠକ
  • ||
  • ପ୍ୟାରିସ ଅଲିମ୍ପିକ୍ସ: ୧୭ରେ ବିକ୍ରି ହେବ ୨୫୦,୦୦୦ ଟିକେଟି
  • ||
  • ଗ୍ରୀଷ୍ମ ଛୁଟିରେ ଅନ୍‌ଲାଇନ୍‌ କ୍ଲାସ୍‌, ଆଜି ପ୍ରଧାନଶିକ୍ଷକମାନଙ୍କ ବୈଠକରେ ହେବ ଆଲୋଚନା
  • ||
  • ତୃତୀୟ ପର୍ଯ୍ୟାୟ ନିର୍ବାଚନ: ଶୁକ୍ରବାର ପ୍ରକାଶ ପାଇବ ବିଜ୍ଞପ୍ତି, ଆରମ୍ଭ ହେବ ନାମାଙ୍କନ ପ୍ରକିୟା
  • ||
  • ଜାତୀୟ ପଥପ୍ରାନ୍ତ ନାଟକ ଦିବସ: ସରକାରୀ ସ୍ୱୀକୃତିକୁ ଅପେକ୍ଷା, ଅନେକ ଦାବି ପରେ ବି ଅବହେଳିତ
  • ||
  • ଦିଲ୍ଲୀ ମଦ ନୀତି ମାମଲା: ଆଜି କୋର୍ଟରେ ହାଜର ହେବେ ବିଆର୍‌ଏସ୍‌ ନେତ୍ରୀ କେ.କବିତା, ରିମାଣ୍ଡ ଆବେଦନ କରିବ CBI
  • ||
  • IPL 2024: ସୁପରଜାଏଣ୍ଟ୍‌ସ - କ୍ୟାପିଟାଲ ଲଢ଼େଇ, ଏକାନ୍ନାରେ ଚ୍ୟାଲେଞ୍ଜ ହେବ ସ୍ପିନ
  • ||
  • ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ, ୭୯ ବର୍ଷ ବୟସରେ କଲେ ଶେଷ ନିଶ୍ୱାସ ତ୍ୟାଗ
  • ||
  • ବଦଳିବ ପାଣି ପାଗ ମିଜାଜ୍: ୪ ଦିନରେ ୮ ଡିଗ୍ରୀ ବଢ଼ିପାରେ ତାପମାତ୍ରା, ପୁଣି କଲବଲ କରିବ ତାତି
  • ||

ନୀଳଗିରି ରାଜନୀତି ଟଳମଳ, ବିଜେପି ଛାଡିବେ ବିଧାୟକ ସୁକାନ୍ତ !

ନୀଳଗିରି, ୨୭/୩ : ବାଲେଶ୍ଵର ଜିଲ୍ଲା ନୀଳଗିରି ବିଜେପି ବିଧାୟକ ଇଂ ସୁକାନ୍ତ କୁମାର ନାୟକ ବିଜେପି ଛାଡିଥିବା ଚର୍ଚ୍ଚା ଜୋର୍ ଧରିଛି। ଏନେଇ ସେ ରାଜ୍ୟ ସଭାପତିଙ୍କ ପାଖକୁ ଏକ ଇସ୍ତଫା ପତ୍ର ପଠାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ସେ ଗତ ୨୦୧୯ ନିର୍ବାଚନ ପୂର୍ବରୁ ବିଜେଡି ଛାଡି ବିଜେପିରେ ସାମିଲ ହୋଇଥିଲେ। ୨୦୧୪ ମସିହାରେ ବିଜେଡିରେ ଜିତିଥିବା ବେଳେ ଜିଲ୍ଲା ସଭାପତି ରବୀନ୍ଦ୍ର ଜେନାଙ୍କ ସହିତ ମନମାଳିନ୍ୟ କାରଣରୁ ସେ ଦଳ ଛାଡିଥିଲେ। ଏବେ ପୁଣି ସେ ବିଜେଡିକୁ ଫେରିପାରନ୍ତି ବୋଲି ଜଣାଯାଇଛି।

ବିଗତ କିଛିଦିନ ଧରି ଇଂ ସୁକାନ୍ତ କୁମାର ନାୟକ ବିଜେଡିକୁ ଯିବା ଚର୍ଚ୍ଚା ହେବା ପରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ତାଙ୍କୁ ମନାଇ ଥିବା ଜଣାପଡିଥିଲା। ତେବେ ଗତ ନିର୍ବାଚନରେ ବିଜେଡି ଦଳରୁ ସନ୍ତୋଷ ଖଟୁଆ ପ୍ରାର୍ଥୀ ହୋଇଥିବା ବେଳେ ୧୫୭୭ ଖଣ୍ଡ ଭୋଟ ପଛରେ ରହିଥିଲେ। ଯଦି ସୁକାନ୍ତ ବିଜେଡିରେ ଯୋଗଦେଇ ଟିକେଟ ପାଆନ୍ତି ତାହେଲେ ସନ୍ତୋଷ ଘର ବାହୁଡ଼ି ବିଜେପିରେ ଯୋଗ ଦେଇପାରନ୍ତି।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.