ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋବାଇଲ୍ ସହ ବାଇକ ଜବତ, ୩ ଗିରଫ

ଖୁଣ୍ଟା,୧।୫ (ଆପ୍ର):ଖୁଣ୍ଟା ପୋଲିସ ଏକ ମୋବାଇଲ ଲୁଟେରା ଦଳକୁ ଗିରଫ କରିଛି ।ସେମାନଙ୍କ ନିକଟରୁ ୫ଗୋଟି ମୋବାଇଲ ସହ ଲୁଟରେ ବ୍ୟବହୃତ ଏକ ବାଇକ  ଜବତ କରିଛି । ଗିରଫ ୩ ଅଭିଯୁକ୍ତ ମାନେ ହେଲେ ଖୁଣ୍ଟା ଥାନା ଅଧିନ ପୁରୁଣା ବାରିପଦା ଅଞ୍ଚଳର ସୁଶାନ୍ତ ନାୟକ (୨୫) , ନିତ୍ୟାନନ୍ଦ ଦେହୁରୀ (୪୦) ଓ ସେହି ଗ୍ରାମର ଏସ୍ . କେ .ରାଜୁ (୪୦)। 

ଉଦଳା ଥାନା ଅଧିନ ପଦ୍ମପୁର ଅଞ୍ଚଳର ସଦନ କୁମାର କିସ୍କୁ ଗତ  ଡ଼ିସେମ୍ବର ୨୦୨୩ ସଂଧ୍ୟା ସମୟରେ  ସାଇକେଲ ଯୋଗେ ଖୁଣ୍ଟା ଥାନା ଅଧିନରେ ଥିବା ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ଆସୁଥିଲେ।  ନହରା ଛକ ଠାରେ   ବାଇକରେ ଥିବା ୨ଜଣ ଅପରିଚିତ ଯୁବକ ସଦନଙ୍କ ନିକଟରୁ  ମୋବାଇଲ ଲୁଟି ନେଇ  ଫେରାର ହୋଇଯାଇ ଥିଲେ । ଯାହାକୁ ନେଇ  ଖୁଣ୍ଟା ଥାନାରେ ଏକ ମାମଲା ରୁଜ କରାଯାଇ ଘଟଣାର ତଦନ୍ତ ଜାରି ରହିଥିଲା ।ତେବେ ଉକ୍ତ ସଂଧ୍ୟାରେ ସୁଶାନ୍ତ ଓ ନିତ୍ୟାନନ୍ଦ ତାଙ୍କର ଅନ୍ୟ ସହଯୋଗୀ ଏସ୍.କେ .ରାଜୁ ଙ୍କ  ଓଡ଼ି ଠ୧ ଇ - ୦୭୫୯ ନମ୍ବର ବିଶିଷ୍ଠ ବାଇକ ଟିକୁ ଆଣି ଏହି ଲୁଟ  କରିଥିଲେ। ତାଙ୍କ ନିକଟରୁ ୫ ଗୋଟି ବିଭିନ୍ନ କମ୍ପାନୀର ମୋବାଇଲ ସହ ଲୁଟରେ ବ୍ୟବହୃତ ଏକ ପ୍ଲାଟିନା ବାଇକ କୁ ଜବତ କରାଯାଇଥିବା ଖୁଣ୍ଟା ଥାନା ଆଇଆଇସି ସୁଜାତା ଖମାରୀ ସୂଚନା ଦେଇଛନ୍ତି । ଅପରପକ୍ଷେ ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ଜଣାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.