ପ୍ରମୂଖ ଖବର
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋଦି ସରକାରଙ୍କ ତୃତୀୟ ପାଳି: ନିରାଶ ହେଲେ ୨୦ ହେଭିୱେଟ୍‌, ସ୍ମୃତି, ଅନୁରାଗ, ରାଜୀବ ବାଦ୍‌

ନୂଆଦିଲ୍ଲୀ ୧୦/୦୬: ମୋଦି ସରକାରଙ୍କ ତୃତୀୟ ପାଳି ଆରମ୍ଭ ହୋଇଥିବାବେଳେ ବିଜେପିର ୨୦  ଜଣ ହେଭିୱେଟ୍‌ ନିରାଶ ହୋଇଛନ୍ତି । ପୂର୍ବ ସରକାରରେ ସେମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିଥିବାବେଳେ ଏଥରକ ସେମାନଙ୍କୁ ମନ୍ତ୍ରୀ ପଦ ମିଳିନାହିଁ । ସେହି ନେତାଙ୍କ ତାଲିକାରେ ସ୍ମୃତି ଇରାନୀ, ଅନୁରାଗ ଠାକୁର,  ରାଜୀବ ଚନ୍ଦ୍ରଶେଖର, ନାରାୟଣ ରାଣେ ପ୍ରମୁଖ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରୁ ସ୍ମୃତି ଇରାନୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର  ଆମେଥି ଆସନରୁ ୧.୬ ଲକ୍ଷ ଭୋଟରେ କଂଗ୍ରେସ ପ୍ରାର୍ଥୀ କିଶୋରୀ ଲାଲ ଶର୍ମାଙ୍କ ନିକଟରୁ ପରାଜିତ ହୋଇଛନ୍ତି । ସେ ମୋଦି ସରକାରଙ୍କ ଦ୍ୱିତୀୟ ପାଳି ସମୟରେ  ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟର  ଦାୟିତ୍ୱରେ ଥିଲେ । 

୨୦୧୯ ନିର୍ବାଚନରେ  ସେ ରାହୁଲ ଗାନ୍ଧୀଙ୍କୁ ହରାଇଥିଲେ ।  ଅନୁରାଗ ଠାକୁର ଚଳିତ ଲୋକସଭା  ନିର୍ବାଚନରେ ହିମାଚଳପ୍ରଦେଶର ହମୀରପୁର  ଆସନରୁ ଜିତିଛନ୍ତି । ସେ ମୋଦି ସରକାରଙ୍କ  ଦ୍ୱିତୀୟ ପାଳିରେ କ୍ରୀଡ଼ା, ସୂଚନା ଓ ପ୍ରସାରଣ  ମନ୍ତ୍ରଣାଳୟ ଦାୟିତ୍ୱରେ ଥିଲେ । ଏଥରକ  ନୂଆ ସରକାରରେ ତାଙ୍କୁ ସ୍ଥାନ ମିଳିନାହିଁ ।  ସେହିପରି ନାରାୟଣ ରାଣେ ଗତ ସରକାରରେ  ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଥିଲେ ।  ସେ ମହାରାଷ୍ଟ୍ରର ରତ୍ନଗିରି ସିନ୍ଧୁଦୁର୍ଗ ଆସନରୁ  ନିର୍ବାଚନ ଜିତିଛନ୍ତି । ଏମାନଙ୍କ ବ୍ୟତୀତ  ପୂର୍ବ ସରକାରରେ ମନ୍ତ୍ରୀ ଥିବା ରାଜୀବ  ଚନ୍ଦ୍ରଶେଖର ମଧ୍ୟ ଏଥର ମନ୍ତ୍ରିମଣ୍ଡଳରେ ସ୍ଥାନ  ପାଇନାହାନ୍ତି । ଚଳିତ ଲୋକସଭା ନିର୍ବାଚନରେ  ସେ ପରାଜୟର ସାମ୍ନା କରିଥିଲେ ।  

ସେହିପରି ଅଜୟ ଭଟ୍ଟ, ସାଧ୍ୱୀ ନିରଞ୍ଜନ  ଜ୍ୟୋତି, ମୀନାକ୍ଷୀ ଲେଖି, ରାଜକୁମାର ରଞ୍ଜନ  ସିଂହ, ଜେନେରାଲ୍‌ ଭିକେ ସିଂହ, ଆର୍‌କେ  ସିଂହ, ଅର୍ଜୁନ ମୁଣ୍ଡା, ନିଶିଥ ପ୍ରାମାଣିକ,  ଅଜୟ ମିଶ୍ରା ଟେନି, ସୁଭାଷ ସରକାର,  ଜନ୍‌ ବାରଲା, ଭାରତୀ ପାୱାର, ଅଶ୍ୱିନୀ  ଚୌବେ, ରାଓସାହେବ ଦାନବେ, କପିଲ  ପାଟିଲ, ଭଗୱତ୍‌ କରାଡ୍‌ ପ୍ରମୁଖ ଏଥର ନୂଆ  ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡି଼ଛନ୍ତି । ଏମାନଙ୍କ ମଧ୍ୟରୁ  ଅଧିକାଂଶ ନିର୍ବାଚନରେ ପରାସ୍ତ ହୋଇଥିଲେ ।  କିଛି ନେତା ମଧ୍ୟ ନିର୍ବାଚନ ଲଢ଼ିନଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.