ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ବିଜେପିର ହାଇଭୋଲଟେଜ୍‌ ପ୍ରଚାର: ନବରଙ୍ଗପୁରରେ ଦୁଇ ଜିଲ୍ଲାର ୧୬ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ ମୋଦି

ନବରଙ୍ଗପୁର,୦୬/୦୬: ସୋମବାର ଦେଖିବାକୁ ମିଳିବ ବିଜେପିର ହାଇଭୋଲଟେଜ୍‌ ପ୍ରଚାର । ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ଭୋଟ୍‌ଭିକ୍ଷା କରିବାକୁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର  ମୋଦି । ଏଥିଲାଗି ନବରଙ୍ଗପୁର ବ୍ଲକ ଚିକିଲିଗାଁ  ପଡ଼ିଆରେ ହୋଇଛି ବ୍ୟାପକ ବ୍ୟବସ୍ଥା । ଏଠାରେ ମୋଦି ନବରଙ୍ଗପୁର ଓ କୋରାପୁଟ ଲୋକସଭା ଆସନ ଅଧୀନରେ ଥିବା ଦଳର  ମୋଟ ୧୬ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।

ଏଥିଲାଗି ଦଳ ତରଫରୁ ଲକ୍ଷାଧିକ ଲୋକଙ୍କ ସମାଗମ ପାଇଁ ଚିକିଲି ପଡ଼ିଆରେ ୩ଟି ଲୁହାଟେଣ୍ଟ୍‌ (ଜର୍ମାନ ହେଙ୍ଗର) ଲାଗିଛି । ୩ଟି ମଞ୍ଚରୁ ୨ଟିରେ ଲାଗିଛି ବିରାଟ ଏଲ୍‌ସିଡି । ମଝି ମଞ୍ଚରେ ପ୍ରଧାନମନ୍ତ୍ରୀ ଦଳୀୟ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବେ । ପ୍ରଧାନମନ୍ତ୍ରୀ ସୋମବାର ମଧ୍ୟାହ୍ନ ୧୨ଟାରେ ପହଞ୍ଚି ୧୨ଟା  ୪୫ ପର୍ଯ୍ୟନ୍ତ ନିର୍ବାଚନ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି ।   

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଗତ ୪ ତାରିଖରୁ ୬ ତାରିଖ  ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ନିର୍ବାଚନୀ ସଭାସ୍ଥଳକୁ  ନୋ-ଫ୍ଲାଇଙ୍ଗ୍‌ ଜୋନ୍‌ ଘୋଷଣା କରିଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।  ନିର୍ବାଚନୀ ସ୍ଥଳିରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା  କରାଯାଇଥିବା କୋରାପୁଟ ଡିଆଇଜି ଚରଣ ସିଂ  ମୀନା କହିଛନ୍ତି । 

ତାଙ୍କ ସୂଚନା ଅନୁଯାୟୀ, ସୁରକ୍ଷା  ଦାୟିତ୍ୱରେ ୪ଜଣ ଏସପି ର‌୍ୟାଙ୍କ୍‌ ଅଧିକାରୀଙ୍କୁ  ନିଯୁକ୍ତି ଦିଆଯାଇଛି । ସେହିପରି ୪ଜଣ ଅତିରିକ୍ତ  ଏସ୍‌ପି ର‌୍ୟାଙ୍କ ଅଧିକାରୀ, ୧୨ଜଣ ଡିଏସ୍‌ପି,  ୨୭ ଇନ୍ସପେକ୍ଟର, ୧୬୦ ସବ୍‌ଇନ୍ସପେକ୍ଟର  ଓ ଏଏସ୍‌ଆଇ, ୩୦୦ କନଷ୍ଟେବଳ, ୨୬  ପ୍ଲାଟୁନ୍‌ ଫେର୍ସ ମୁତୟନ କରାଯାଇଛି । 

ଗତ ୨  ଦିନ ହେଲା ପ୍ରଧାନମନ୍ତ୍ରୀଙ୍କ ଏସପିଜି ଏଠାରେ  ରହିଛନ୍ତି । ହେଲିପ୍ୟାଡ୍‌ରୁ ଆରମ୍ଭ କରି  ସଭାସ୍ଥଳ ପର୍ଯ୍ୟନ୍ତ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା  କରାଯାଇଛି । ଜନସାଧାରଣଙ୍କ ଯାତାୟତ  ପାଇଁ ଟ୍ରାଫିକ୍‌ ଓ ପାର୍କିଂ ବ୍ୟବସ୍ଥା କରାଯାଇଛି ।  ଭିଆଇପି, ମହିଳା ଓ ପୁରୁଷଙ୍କ ପାଇଁ ସ୍ୱତନ୍ତ୍ର  ଭାବେ ୨୪ଟି ଏଣ୍ଟ୍ରି ଗେଟ୍‌ କରାଯାଇଛି । ପ୍ରତି  ଗେଟ୍‌ରେ ଯାଞ୍ଚ ପାଇଁ ଡିଏଫଏମଡି ଲାଗିଛି ।  ସଭାସ୍ଥଳ ନିକଟରେ ୫ଟି ପାର୍କିଂ ସ୍ଥାନ ଚିହ୍ନଟ  କରାଯାଇଛି । ସିଆରପିଏଫ୍‌ ବାହନୀ ପକ୍ଷରୁ  ସଭାସ୍ଥଳ ଉପରେ କଡ଼ା ନଜର ରଖାଯାଇଛି ।

  • PrameyaOdia
  • prameya
  • Odisha election 2024
  • lok sabha election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.