ପ୍ରମୂଖ ଖବର
  • କୋଣାର୍କ : ୨ ବେଆଇନ କରତକଳ ଉପରେ ଚଢାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ବରଗଡ ମୁଖ୍ୟ କାରାଗାରରେ ଅଘଟଣ, ବିଚାରଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ
  • ||
  • ସୁନ୍ଦରଗଡ଼ : ଧାର ଟଙ୍କା ମାଗିବାରୁ ଟାଙ୍ଗିଆରେ ଆକ୍ରମଣ କଲା ଦୁର୍ବୃତ୍ତ, ଯୁବକ ମୃତ
  • ||
  • ଚମ୍ପୁଆ ରେଞ୍ଜରେ ହାତୀପଲଙ୍କ ଉପଦ୍ରଦବ ପରେ ଜଳକ୍ରୀଡା, ମନୋରମ ଦୃଶ୍ୟ ଦେଖିବାକୁ ଲୋକଙ୍କ ଭିଡ଼
  • ||
  • କୋରାପୁଟ : ସ୍କୁଟି ଉପରେ ଚଢିଗଲା ଟ୍ରକ୍‌; ଜଣେ ମୃତ, ଜଣେ ଆହତ
  • ||
  • ବଣାଇ : ନଦୀକୁ ମାଛ ଧରିବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ଉଦ୍ଧାର ହେଲା ମୃତଦେହ
  • ||
  • ଦଶମଥର ଅପରିବର୍ତ୍ତିତ ରହିଲା ରେପୋ ରେଟ୍ , ୬.୫%ରେ ହିଁ ରେପୋ ରେଟ୍ ସ୍ଥିର
  • ||
  • ଚାନ୍ଦବାଲି : ମଦ୍ୟପଙ୍କ ଆତ୍ମହତ୍ୟା ଉଦ୍ୟମ, ପଚାଶ ଫୁଟ ବିଜୁଳି ଖୁଣ୍ଟିରୁ ଜଳି ଜଳି ତଳକୁ ଖସିଲେ ଯୁବକ
  • ||
  • ଖୋର୍ଦ୍ଧା : ଫାଟିଲା ଏୟାର ପ୍ରେସର ଟାଙ୍କି; ଜଣେ ମୃତ, ୨ ଗୁରୁତର
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଧାମନଗର ଓ ଦୋବଲରୁ ହଟିଲା ୧୬୩ ଧାରା
  • ||
  • ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ଆଜି ଭାରତ-ଶ୍ରୀଲଙ୍କା ଟକ୍କର, ଏସିଆ କପ୍‌ ପରାଜୟ ପ୍ରତିଶୋଧ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଆଜିଠୁ ବିଜେଡିର ସଭ୍ୟ ସଂଗ୍ରହ, ଶଙ୍ଖ ଭବନରେ ଶୁଭାରମ୍ଭ କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ
  • ||
  • ଲମତାପୁଟ : ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||
  • ଭାରତ ଓ ବାଂଲାଦେଶ ଦ୍ୱିତୀୟ ଟି-ଟ୍ୱେଣ୍ଟି: ଫୋକସ୍‌ରେ ବିସ୍ଫୋରକ ବ୍ୟାଟିଂ, ସିରିଜ କବ୍‌ଜା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ
  • ||
  • ଖଲ୍ଲିକୋଟ : ୨ ମାସ ପରେ ମିଳିଲା ଚୋରି ସୁନା, ସୁନା ଜବତ କରି ମାଲିକକୁ ହସ୍ତାନ୍ତର କଲା ପୋଲିସ
  • ||
  • ଆଜି ୩୫ ଲକ୍ଷ ହିତାଧିକାରୀଙ୍କୁ ମିଳିବ ସୁଭଦ୍ରା ଟଙ୍କା, ବାରିପଦାରେ ବାଣ୍ଟିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ପୀଠରେ ଆରମ୍ଭ ହେବ ତ୍ରିଦିନାତ୍ମକ ପୂଜା: ଆଜି ଶ୍ରୀମନ୍ଦିରରେ ମହାସପ୍ତମୀ, ନିଶାର୍ଦ୍ଧରେ ଠାକୁରାଣୀଙ୍କୁ ଆମିଷ ଭୋଗ ଲାଗିବ
  • ||

ଶବର ସାହିରେ ୩୦ ମିନିଟ୍‌ ରହିବେ ପ୍ରଧାନମନ୍ତ୍ରୀ, ପିଏମ୍‌ ଆବାସ ହିତାଧିକାରୀଙ୍କୁ ଭେଟିବେ

ଚନ୍ଦ୍ରଶେଖରପୁର, ୧୭/୦୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ସଜେଇ ହୋଇଛି ଗାଡ଼କଣ ଶବର ସାହି । ଯେଉଁଠାରେ ଦିନେ ସରକାରୀ ଅଧିକାରୀଙ୍କ ପାଦ ପଡ଼ି  ନ ଥିଲା, ସେଠାକୁ ପ୍ରଧାନମନ୍ତ୍ରୀ  ଯିବେ । ଆବାସ ଘରେ ରହୁଥିବା ବସ୍ତି ବାସିନ୍ଦାଙ୍କୁ ଭେଟିବେ । ସେମାନଙ୍କ ସୁବିଧା ଅସୁବିଧା ପଚାରି ବୁଝିବେ । ପ୍ରାୟ ୩୦ ମିନିଟ୍‌ ହିତାଧିକାରୀଙ୍କ ସହ କଟାଇବେ ପ୍ରଧାନମନ୍ତ୍ରୀ ମୋଦି ।  

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ଅପେକ୍ଷାରେ  ଅନ୍ତର୍ଯ୍ୟାମୀ ନାୟକ । ଅନ୍ତର୍ଯ୍ୟାମୀଙ୍କ  ପିଏମ୍‌ ଆବାସକୁ ଉଦ୍‌ଘାଟନ କରିବେ  ପ୍ରଧାନମନ୍ତ୍ରୀ । ଏ ଖବର ଶୁଣିବା ପରେ  ତାଙ୍କ ପରିବାରରେ ଖୁସି କହିଲେ  ନସରେ । କେବଳ ଅନ୍ତର୍ଯ୍ୟାମୀ ନୁହନ୍ତି  ଗାଡ଼କଣ ଅଞ୍ଚଳର ଆଉ ୨୦ ଜଣ ହିତାଧିକରୀଙ୍କୁ ପ୍ରଧାନମନ୍ତ୍ରୀ ଭେଟି ସେମାନଙ୍କ ମଧ୍ୟ ଆଲୋଚନା କରିବେ ବୋଲି ଜଣାପଡିଛି ।   

ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ  ଗାଡ଼କଣରେ ପ୍ରବଳ ଉତ୍ସାହ ଦେଖିବାକୁ  ମିଳିଛି । ଗାଁକୁ ସମ୍ପୂର୍ଣ୍ଣ ସଜାଯାଇଛି ।  ରାସ୍ତା ଘାଟ ନେଇ ଭାଗବତ ଟୁଙ୍ଗିକୁ ନୂଆ  ରୂପ ଦିଆଯାଇଛି । ଯେଉଁ ରାସ୍ତା ଦୀର୍ଘଦିନ ହେବ କାମ ନହୋଇ ପଡ଼ିରହିଥିଲା  ପ୍ରଧାନମନ୍ତ୍ରୀଙ୍କ ପାଇଁ ତାହା ନିର୍ମାଣ ହୋଇଛି। ବିଦ୍ୟୁତ୍‌, ପାନୀୟ ଜଳ ବ୍ୟବସ୍ଥା  ମଧ୍ୟ କରାଯାଇଛି । ଯେଉଁ କାମ ବାକି ରହିଥିଲା ଯୁଦ୍ଧକାଳୀନ ଭିତ୍ତିରେ ରାତି  ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.