ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଭାରତର ଅର୍ଥନୀତି ପାଇଁ ଭଲ ଖବର, ଜିଡିପି ଗ୍ରୋଥ୍‌ ରେଟ୍‌ ଅନୁମାନ ବଢ଼ାଇଲା Moody’s

Image Courtesy: indiatv

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଆସିଛି ଭଲ ଖବର । ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିଜ୍‌ (Moody’s) ଭାରତର ଜିଡିପି ଅଭିବୃଦ୍ଧି ହାଇକୁ ନେଇ କରିଥିବା ଅନୁମାନରେ ପରିବର୍ତ୍ତନ କରିଛି । ରେଟିଂ ଏଜେନ୍ସି ନିଜର ଅନୁମାନକୁ ୬.୧ ପ୍ରତିଶତରୁ ୬.୮ ପ୍ରତିଶତକୁ ବଢ଼ାଇ ଦେଇଛି । ୨୦୨୩ରେ ଭାରତର ମଜବୁତ ଅର୍ଥନୀତି ଏବଂ ବିଶ୍ବ ସ୍ତରରେ ଆହ୍ବାନ ହ୍ରାସ ହେଉଥିବା ଦେଖି ଭାରତର ଜିଡିପି ଗ୍ରୋଥ ରେଟ୍‌କୁ ନେଇ ନୂତନ ଆକଳନ କରିଛି ମୁଡିଜ୍‌ ।

ସେପଟେ ବିଶ୍ଳେଷକଙ୍କ ୬.୬ ପ୍ରତିଶତ ଅନୁମାନକୁ ଟପି ଅକ୍ଟୋବର-ଡିସେମ୍ବର ତ୍ରୈମାସିକରେ ଭାରତର ଅର୍ଥବ୍ୟବସ୍ଥା ୮.୪ ପ୍ରତିଶତରେ ବଢ଼ିଛି । ମୁଡିଜ୍‌ ଏହି ଅଭିବୃଦ୍ଧି ହାର ଲାଗି ସରକାରଙ୍କ ପୁଞ୍ଜିଗତ ବ୍ୟୟ ଏବଂ ନିର୍ମାଣ କ୍ଷେତ୍ରରେ ଆଶାତୀତ ବୃଦ୍ଧିକୁ ଶ୍ରେୟ ଦେଇଛି ।  

ସେପଟେ ମୁଡିଜ୍‌ ଅନୁସାରେ, ଜି-୨୦ ରାଷ୍ଟ୍ରଙ୍କ ମଧ୍ୟରେ ଭାରତର ଅର୍ଥବ୍ୟବସ୍ଥା  ବୃଦ୍ଧି ପାଉଛି । ରିପୋର୍ଟରେ କୁହାଯାଇଛି, ‘ଭାରତୀୟ ଅର୍ଥବ୍ୟବସ୍ଥା ଭଲ ପ୍ରଦର୍ଶନ କରିଛି । ୨୦୨୩ ରେ ଆଶାଠୁ ଅଧିକ ଅଭିବୃଦ୍ଧି ହାର, ୨୦୨୪ ଲାଗି ଆମର ଅନୁମାନ ୬,୧ ପ୍ରତିଶତରୁ ୬.୮ ପ୍ରତିଶତକୁ ବୃଦ୍ଧି ପାଇଁ ପ୍ରେରଣା ଦେଇଛି । ଜି-୨୦ ରାଷ୍ଟ୍ରଙ୍କ ଠାରୁ ଭାରତର ଇକୋନୋମି ସବୁଠୁ ଦ୍ରୁତ ବେଗରେ ବୃଦ୍ଧି ହେବ ବୋଲି ଅନୁମାନ କରାଯାଉଛି ।’

ଅନ୍ୟପକ୍ଷରେ ମୁଡିଜ୍‌ ଅନୁସାରେ, ରେକର୍ଡ ମାତ୍ରାରେ ଜିଏସଟି ଆଦାୟ, ଗାଡ଼ି ବିକ୍ରିରେ ବୃଦ୍ଧି, ଗ୍ରାହକଙ୍କ ଗହଣରେ ସକରାତ୍ମକ ଭାବନା ଆଦିରୁ ଜଣାପଡ଼ିଛି ଯେ, ସହରରେ ଉପଭୋକ୍ତାଙ୍କ ଚାହିଦା ବେଶ ଉତ୍ସାହଜନକ ରହିଛି । ଏହା ସହିତ ବ୍ୟାପକ ନିର୍ମାଣ କାର୍ଯ୍ୟ ଏବଂ ସର୍ଭିସ୍‌ ପର୍ଚେଜିଂ ମ୍ୟାନେଜର୍ସ (ପିଏମଆଇ) ଦେଶର ଅର୍ଥନୀତିକୁ ବଳ ଦେଇଛି ବୋଲି ମୁଡିଜ୍‌ ରିପୋର୍ଟରେ ଦର୍ଶାଯାଇଛି । 

 


 

 

  • Economy
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.