ପ୍ରମୂଖ ଖବର
  • କେନ୍ଦୁଝର : ଚୋରା କାଠ ଚାଲାଣ ବେଳେ ମାଡ଼ି ବସିଲା ବନ ବିଭାଗ, ୭ ଟ୍ରିପରୁ ଉର୍ଦ୍ଧ୍ଵ କାଠ ଜବତ
  • ||
  • ଯାଜପୁର : ଶୌଚ ହେବାକୁ ଯାଇ କେନାଲରେ ଭାସିଗଲେ ନାବାଳକ
  • ||
  • ଭୁବନେଶ୍ଵର : ୨୭ରେ ବସିବ ନୀତି ଆୟୋଗ ବୈଠକ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||

ଜଙ୍ଗଲରୁ ୧୧ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ

ଫିରିଙ୍ଗିଆ,୨।୪ :  ଫିରିଙ୍ଗିଆ ଥାନା ଅନ୍ତର୍ଗତ ଲଦଡ଼ି ଗ୍ରାମ ଜଙ୍ଗଲରେ ଗଞ୍ଜେଇ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଵା ବେଳେ ପୋଲିସ ଚଢାଉ କରି  ଏଗାର କୁଇଣ୍ଟାଲ ପଚିଶ ଜେଜି ଗଞ୍ଜେଇ ଜବତ  କରିଛି। ଏହି ବିପୁଳ ପରିମାଣରେ ଗଞ୍ଜେଇ କିଏ ଚାଲାଣ କରୁଥିଲା ପୋଲିସ ତାର ପତ୍ତା ପାଇ ନଥିବା ଜଣା ପଡିଛି l ପୋଲିସ କେବଳ ଗଞ୍ଜେଇ ଜବତ କରିଛି ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ। ପୋଲିସ କୁ ଦେଖି ଚାଲାଣକାରୀ ଗଞ୍ଜେଇ ଛାଡି ଫେରାର ହୋଇଯାଇଥିବା ପୋଲିସ କହିଛି। 

 ଅନ୍ୟପଟେ ବାରମ୍ବାର ଘଟଣା ସ୍ଥଳରୁ ଚାଲାଣକାରୀମାନେ ଫେରାର ହୋଇଯାଉଥିବା ପୋଲିସ କହୁଛି। କିନ୍ତୁ ଚଢ଼ାଉ କରିବା ସମୟରେ ଏତେ ସଂଖ୍ୟକ ପୋଲିସ ଫୋର୍ସ ଉପସ୍ଥିତ ଥାଇ ମଧ୍ୟ୍ୟ ଚାଲାଣକାରୀମାନେ  କିଭଳି ଫେରାର ହୋଇଯାଉଛନ୍ତି ତାହାକୁ ନେଇ ମଧ୍ୟ୍ୟ ସନ୍ଦେହ ସୃଷ୍ଟି ହେଉଛି I 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.