ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପାକିସ୍ତାନର ଜିଡିପିଠାରୁ ଦୁଇଗୁଣା ଏଲଆଇସିର ସମ୍ପତ୍ତି, ୩ ଦେଶର ମିଶିକି ମଧ୍ୟ ହୋଇପାରୁନି ସମାନ

ନୂଆଦିଲ୍ଲୀ,୨୯।୫: ଭାରତୀୟ ଜୀବନ ବୀମା କମ୍ପାନୀ ବା ଏଲଆଇସିର ସମ୍ପତ୍ତି ବଢିବାରେ ଲାଗିଛି। ଏଲଆଇସିର ପରିଚାଳନା ଅନ୍ତର୍ଗତ ମୋଟ ସମ୍ପତ୍ତି ତଥା AUM ଏ‌ବେ ୫୦ ଲକ୍ଷ କୋଟି ଟଙ୍କା ପାର କରିଛି। ଏହି ଅର୍ଥ ପଡୋଶୀ ଦେଶ ପାକିସ୍ତାନର ଜିଡିପିଠାରୁ ଦୁଇଗୁଣ ଅଧିକ। ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଏଲଆଇସିର AUM ୧୬.୪୮ପ୍ରତିଶତ ବଢି ୫୧ ଲକ୍ଷ ୨୧ ହଜାର ୮୮୭ କୋଟି ଟଙ୍କା ହୋଇଯାଇଛି। ସେଭଳି ବର୍ଷକ ତଳେ ୨୦୨୩ ଶେଷ ବେଳକୁ ଏହା ୪୩ ଲକ୍ଷ ୯୭ ହଜାର ୨୦୫ କୋଟି ଟଙ୍କା ଥିଲା।

ଏଲଆଇସିର ସମ୍ପତ୍ତି ଏବେ ପାକିସ୍ତାନର ଜିଡିପିଠାରୁ ଦୁଇଗୁଣା ଅଧିକ। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି  ବା IMFର ସୂଚନା ଅନୁସାରେ, ପାକିସ୍ତାନର ଜିଡିପି ହେଉଛି ମାତ୍ର ୩୩୮.୨୪ ବିଲିୟନ ଡଲାର। ଏ ଦୃଷ୍ଟିରୁ ଯଦି ଦେଖାଯାଏ ତେବେ ଏଲଆଇସିର AUM ପ୍ରାୟ ୬୧୬ ବିଲିୟନ ଡଲାର, ଯାହାକି ପାକିସ୍ତାନର ଅର୍ଥ ବ୍ୟବସ୍ଥାଠାରୁ ଦୁଇଗୁଣା ଅଧିକ। ଏପରିକି ଏଲଆଇସିର ସମ୍ପତ୍ତି ତିନି ପଡୋଶୀ ଦେଶ-ପାକିସ୍ତାନ,ନେପାଳ ଓ ଶ୍ରୀଲଙ୍କାର ମିଳିତ ଜିଡିପିଠାରୁ ମଧ୍ୟ ଅଧିକ। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ଏଲଆଇସିର AUM ବୃଦ୍ଧିକୁ ଖୁବ୍ ପ୍ରଶଂସା କରିଥିଲେ।

କମ୍ପାନୀ ନିଜ କାରବାରକୁ ବଢାଇବା ଉପରେ ଫୋକସ୍ କରୁଛି ବୋଲି ନିକଟରେ ଏଲଆଇସିର ଚେୟାରମ୍ୟାନ୍ ସିର୍ଦ୍ଦାର୍ଥ ମହାନ୍ତି କହିଛନ୍ତି। ଆଗକୁ ହେଲଥ୍ ଇନସ୍ୟୁରାନ୍ସ ସେକ୍ଟରରେ କମ୍ପାନୀ ପ୍ରବେଶ କରିପାରେ ବୋଲି ସେ କହିଛନ୍ତି। କେବଳ ଜୀବନ ବୀମା ନୁହେଁ ଭବିଷ୍ୟତରେ ହେଲଥ୍ ଇନସ୍ୟୁରାନ୍ସ ପଲିସି ଆଣିବ ଏଲଆଇସି। ଖୁବ୍ ଶୀଘ୍ର ଏଲଆଇସି ଅନ୍ୟ ହେଲଥ୍ ଇନ୍ୟୁରାନ୍ସ କମ୍ପାନୀକୁ ଅଧିଗ୍ରହଣ କରିପାରେ। 

ଅନ୍ୟପକ୍ଷେ ଯଦି ଭାରତର ଅର୍ଥନୀତି ନେଇ କଥା ହେବା ତେବେ ଏହା ଲଗାତାର ବଡ ଦେଶ ଗୁଡିକ ଭିତରେ ସବୁଠାରୁ ଦୃତ ଗତିରେ ବୃଦ୍ଧି ହେଉଛି। ଭାରତ ବର୍ତ୍ତମାନ ଦୁନିଆର ପଞ୍ଚମ ସବୁଠାରୁ ବଡ ଅର୍ଥନୀତି। ସେପଟେ ଋଣ ବୋଝ ତଳେ ଦବି ନିଜର ଆବଶ୍ୟକତାକୁ ପୂରଣ କରିବାକୁ ସଂଘର୍ଷ କରୁଛି ପାକିସ୍ତାନ । ଗତ ମାସ ଦେବାଳିଆ ହେବାଠାରୁ ଅଳ୍ପକେ ରକ୍ଷା ପାଇଥିଲା ପାକିସ୍ତାନ। ଆଇଏମ୍ଏଫ୍ ମଧ୍ୟ ପାକିସ୍ତାନ ଋଣ ପରିଶୋଧ କରିବାର କ୍ଷମତା ଉପରେ ପ୍ରଶ୍ନ ସୃଷ୍ଟି କରିଛି। ପାକିସ୍ତାନର ରାଜନୈତିକ ଅସ୍ଥିରତା ଓ ସାମାଜିକ ଚାପ ବଢିବା କାରଣରୁ ଏହାର ଆର୍ଥିକ ସ୍ଥିରତା ନୀତି ଉପରେ ଆଗକୁ ପ୍ରଭାବ ପକାଇବ। ଆଇଏମ୍‌ଏଫ୍ ଅନୁସାରେ, ପାକିସ୍ତାନକୁ ଆଗାମୀ ୫ ବର୍ଷରେ ୧୨୩ ବିଲିୟନ ଡଲାର ଆର୍ଥିକ ସହାୟତା ଦରକାର ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.