ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମୋରୋକୋ ଭୂକମ୍ପ : ମୃତ୍ୟୁସଂଖ୍ୟା ୮୨୦କୁ ବୃଦ୍ଧି, ପାଖାପାଖି ୭୦୦ ଜଣ ଆହତ ହୋଇଥିବା ସୂଚନା ଦେଲେ ଦେଶର ଗୃହମନ୍ତ୍ରୀ…

ନୂଆଦିଲ୍ଲୀ: ଶୁକ୍ରବାର ବିଳମ୍ବିତ ରାତିରେ ମୋରୋକୋରେ ଏକ ଭୟଙ୍କର ଭୂକମ୍ପ ଅନୁଭୂତ ହୋଇଥିଲା । ଏହି ଭୂକମ୍ପର ତୀବ୍ରତା ରିଚ୍ଟର ସ୍କେଲରେ ୬.୮ ରହିଥିଲା । ଏନେଇ ମୋରୋକୋର ଗୃହମନ୍ତ୍ରୀ କହିଛନ୍ତି ଯେ, ଏହି ଭୂକମ୍ପରେ ମୃତ୍ୟୁସଂଖ୍ୟା ଏବେ ୮୨୦କୁ ବୃଦ୍ଧି ପାଇଛି । ଏଥିରେ ଅତି କମରେ ୬୭୨ ଜଣ ଗୁରୁତର ଆହତ ହୋଇଛନ୍ତି । 

ପୂର୍ବରୁ ଏହି ଭୂକମ୍ପଜନୀତ ମୃତ୍ୟୁ ସଂଖ୍ୟା ୬୩୨ ବୋଲି କୁହାଯାଉଥିଲା, କିନ୍ତୁ ଏବେ ଏହି ସଂଖ୍ୟା ୮୨୦ କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଅଧାରୁ ଅଧିକ ଅଲ-ହାଉଜ ଏବଂ ତାରୁଦାଣ୍ଟ ପ୍ରଦେଶର ଥିଲେ । ଏହା ବ୍ୟତୀତ ମୋରୋକୋର ଓଆରଜାଜେଟ୍, ଚିଚୁଉଆ, ଅଜିଲାଲ୍ ଏବଂ ୟୋସୁଫିଆ ପ୍ରଦେଶ ଏବଂ ମରାକେଶ, ଅଗାଦୀର ଏବଂ କୈସାବ୍ଲାଙ୍କା ଅଞ୍ଚଳରେ ମଧ୍ୟ ମୃତ୍ୟୁର ଏହି ତାଣ୍ଡବଲିଲା ଘଟିଛି । ଏହି ସ୍ଥାନରେ ଆହତଙ୍କ ସଂଖ୍ୟା ୩୨୯ ରେକର୍ଡ ହୋଇଥିବା ବେଳେ ୫୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଭୂକମ୍ପରେ ମୃତ୍ୟୁ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇପାରେ । ଆମେରିକାର ଜିଓଲୋଜିକାଲ ସର୍ଭେ ଅନୁଯାୟୀ, ଏହି ଭୂକମ୍ପର କେନ୍ଦ୍ରସ୍ଥଳ ପର୍ଯ୍ୟଟନ ସହର ମାରାକେଶଠାରୁ ୭୧ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ୧୮.୫ କିଲୋମିଟର ଗଭୀରରେ ଥିଲା । ଏହା ସ୍ଥାନୀୟ ସମୟ ରାତି ପ୍ରାୟ ୧୧.୧୧ ସମୟରେ କମ୍ପନ ଅନୁଭୂତ ହୋଇଥିଲା । 

ମୋରୋକୋରେ ହୋଇଥିବା ବଡ଼ ଧରଣର ଭୂକମ୍ପରେ ଲୋକଙ୍କ ମୃତ୍ୟୁକୁ ନେଇ ଭାରତୀୟ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ସମବେଦନା ଜଣାଇଛନ୍ତି । କହିଛନ୍ତି ଯେ ଏହି କଷ୍ଟ ସମୟରେ ଭାରତ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି। ପ୍ରଧାନମନ୍ତ୍ରୀ ମୋଦୀ ଜି -20 ଶିଖର ସମ୍ମିଳନୀରେ ଉଦବୋଧନ ଦେଇ ଏହି ଭୟଙ୍କର ଭୂକମ୍ପରେ ପ୍ରଭାବିତ ଲୋକଙ୍କୁ ଆଶ୍ବାସନା ଜଣାଇଛନ୍ତି । 

 


 

 

 

 


 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.