ପ୍ରମୂଖ ଖବର
  • ଟି-ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ୨୦୨୪: ସେଣ୍ଟ୍‌ଭିନ୍‌ସେଣ୍ଟରେ ସାମ୍ନାସାମ୍ନି ହେବେ ବାଂଲାଦେଶ- ନେଦରଲାଣ୍ଡ୍‌ସ
  • ||
  • ଜୁନ୍ ୧୮ରେ ବାରାଣସୀ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ତୃତୀୟ ପାଳିରେ ହେବ ପ୍ରଥମ ଗସ୍ତ
  • ||
  • ଅରୁଣାଚଳର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପେମା ଖାଣ୍ଡୁ, ସମାରୋହରେ ସାମିଲ୍ ହେବେ ଜେପି ନଡ୍ଡା, ଅମିତ ଶାହ
  • ||
  • ବିଧାୟକ ପଦରୁ ସପା ମୁଖ୍ୟ ଅଖିଳେଶ ଯାଦବଙ୍କ ଇସ୍ତଫା
  • ||
  • ପୁରୀ : ଖୋଲିଲା ଶ୍ରୀମନ୍ଦିର ୪ ଦ୍ବାର, ମଙ୍ଗଳ ଆଳତି ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||

କୀଟନାଶକ ପିଇ ପୁଅ-ଝିଅ ମୃତ, ମା’ ଗୁରୁତର : ୪ ଦିନ ତଳେ ଚାଲି ଯାଇଥିଲା ବାପାର ଜୀବନ

ବରଗଡ଼,୧୦।୯  : ବରଗଡ଼ ଜିଲ୍ଲା ସୋହେଲା ଥାନା ଅନ୍ତର୍ଗତ ମାଷ୍ଟର ପଡ଼ାରେ ଗୋଟିଏ ପରିବାରରୁ ୩ ଜଣ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ମା’ , ଝିଅ ଓ ପୁଅ  ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏଥିରେ ପୁଅ  ଓ ଝିଅର ମୃତ୍ୟୁ ଘଟିଥିବା ବେଳେ  ମା’ ଗୁରୁତର ହୋଇଛନ୍ତି। 

ସୂଚନା ଅନୁସାରେ ମାଷ୍ଟର୍ ପଡାର ସ୍ବର୍ଗତ ଅର୍ଜୁନ ସାହୁଙ୍କ ସ୍ତ୍ରୀ କୁମୁଦିନି ସାହୁ,ପୁଅ ବଂଶୀଧର ସାହୁ ଓ ଝିଅ ସୁବର୍ଣ୍ଣ। ମହାଜନ  ରବିବାର  ପୂର୍ବାହ୍ନ ୧୧ ଟା ରେ ଘର କବାଟ ବନ୍ଦ କରି କୀଟନାଶକ ପିଇ ଘରେ ଶୋଇପଡ଼ିଥିଲେ । କୌଣସି ସୂତ୍ରରୁ ପାଖ ପଡୋଶୀ ଖବର୍ ପାଇ ପୋଲିସକୁ ଖବର୍ ଦେଇଥିଲେ । ପୋଲିସ ପହଞ୍ଚି କବାଟ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ସୋହେଲା ହସ୍ପିଟାଲରେ ଭର୍ତ୍ତି କରିଥିଲା । ତିନି ଜଣଙ୍କ ମଧ୍ୟରୁ ବଂଶୀଧର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପ୍ରଥମେ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା ପରେ ମା’ ଓ ଝିଅକୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା  ବୁର୍ଲାରେ ପ୍ରଥମେ ବଂଶୀଧରଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଏହାର କିଛି ସମୟ ପରେ ଝିଅ ସୁବର୍ଣ୍ଣାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।  

 ମାନସିକ ଚାପ ଗ୍ରସ୍ତ ହୋଇ ପରିବାରର ୩ ଜଣ ସଦସ୍ୟ  ଏଭଳି ଉଦ୍ୟମ କରିଥିବା ସୂଚନା ମିଳିଛି  । ଗତ ୬ ତାରିଖରେ ଘରର ମୁଖିଆ ବାପା ଅର୍ଜୁନ ସାହୁଙ୍କ ରୋଗଗ୍ରସ୍ତ ଅବସ୍ଥାରେ ଦେହାନ୍ତ ପରେ ପୁରା ପରିବାର ଭାଙ୍ଗି ପଡ଼ିଥିଲେ । ମାନସିକ ଚାପ ଗ୍ରସ୍ତ ହୋଇ ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି ।

ଆହୁରି ପଢନ୍ତୁ : ପାର୍ଲର ଭିତରେ ଯୁବତୀଙ୍କୁ ଛୁରାମାଡ଼; କଟକ ପୁରୀଘାଟ ଅଞ୍ଚଳରେ ଚାଞ୍ଚଲ୍ୟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.