ପ୍ରମୂଖ ଖବର
  • ରାଉରକେଲା : ହୋଟେଲ ରୁମ୍‌ରେ ଜୀବନ୍ତ ଜଳିଗଲେ ଯୁବତୀ, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ବାରିପଦାରେ ଗଣେଶ ଭସାଣି ବେଳେ ଅଘଟଣ, ସୁବର୍ଣ୍ଣରେଖା କେନାଲରେ ଭାସିଗଲେ ୪ ଛାତ୍ର
  • ||
  • ମୋହନା : ପୋଖରୀରେ ବୁଡ଼ି ନାବାଳକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ଟ୍ରାକ୍ଟରକୁ ଧକ୍କା ଦେଲା ମାଲ୍‌ ବୋଝେଇ ଟ୍ରକ୍‌, ଟ୍ରାକ୍ଟର ଡ୍ରାଇଭର ମୃତ
  • ||
  • ପୁରୀ ବେଳାଭୂମିରେ ଖୋଲିବନି ମଦ କ୍ୟାବିନ୍, ଅବକାରୀ ନୀତିରେ ପରିବର୍ତ୍ତନ କଲେ ରାଜ୍ୟ ସରକାର
  • ||
  • ଭୁବନେଶ୍ୱର ବିମାନ ବନ୍ଦରରୁ ପୁଣି ମିଳିଲା ସୁନା,୨୪ କିଲୋର ସୁନା ଅଳଙ୍କାର ଜବତ କଲା ସିଟି ଜିଏସ୍‌ଟି
  • ||
  • ଖୋର୍ଦ୍ଧା : ନାଳରୁ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, କାରଣ ଅସ୍ପଷ୍ଟ
  • ||
  • ସମ୍ବଲପୁର : ନିଶାସକ୍ତ ଅବସ୍ଥାରେ ସାଙ୍ଗ ସାଜିଲା ଶତ୍ରୁ, ବାଡ଼ିରେ ପିଟିପିଟି ହତ୍ୟା କଲା ସାଙ୍ଗ
  • ||
  • ୩ ମାସ ପାଇଁ କୁକୁଡ଼ା ଚାଷ ବନ୍ଦ:ପୁରୀ ଜିଲ୍ଲାରେ ୧୪୧ଟି କୁକୁଡ଼ା ଫାର୍ମ ସିଲ୍‌
  • ||
  • ସୁନ୍ଦରଗଡ଼ : ସୁଭଦ୍ରା ଫର୍ମ ପୂରଣ ବେଳେ ଟଙ୍କା ମାଗିବା ପଡ଼ିଲା ମହଙ୍ଗା, ଜନସେବା କେନ୍ଦ୍ରର ପରିଚାଳକଙ୍କୁ ବାନ୍ଧିଲା ପୋଲିସ
  • ||
  • କଳାହାଣ୍ଡି ଗଡ଼ଜାତର ନୂଆଁଖାଇ,୧୦ଟାରୁ ୧୨ଟା ୪୦ ମିନିଟ୍‌ ମଧ୍ୟେ ସର୍ବସାଧାରଣ ନୂଆଁ ଖାଇବେ
  • ||
  • ସୋର : ଏମିତି ବି ଆସେ ମୃତ୍ୟୁ, ବାଇକରୁ ଓହ୍ଲାଇଲା ବେଳେ ଚାଳିଗଲା ଜୀବନ
  • ||
  • ସଫଳ ମହିଳା ହେବେ "ସୁଭଦ୍ରା ଅପା', ଆଜିଠୁ ପ୍ରତି ବ୍ଲକ୍‌ ଓ ପଞ୍ଚାୟତରେ "ସୁଭଦ୍ରା ସ୍ୱାଗତ ସପ୍ତାହ'
  • ||
  • ୧୭ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଆଜି ଜନତା ମଇଦାନ ଯାଞ୍ଚ
  • ||
  • ଭୁବନେଶ୍ୱର : ଆଉଟ୍ ହାଉସରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ,କାରଣ ଅସ୍ପଷ୍ଟ
  • ||
  • ପୁରୁଷ ହକି ଏସିଆନ୍‌ ଚାମ୍ପିଅନ୍ସ ଟ୍ରଫ: ଦ. କୋରିଆକୁ ହରାଇଲା ଟିମ୍ ଇଣ୍ଡିଆ, ଶନିବାର ଭାରତ- ପାକ୍ ଲଢ଼େଇ
  • ||
  • ଲଘୁଚାପ ନେବ ଅବପାତ ରୂପ: ଆଜି କଳାହାଣ୍ଡିକୁ ଅରେଞ୍ଜ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, ୧୬ ଯାଏ ପ୍ରବଳ ବର୍ଷା
  • ||

ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ଓ କମ୍ପ୍ୟୁଟର ଶିକ୍ଷା ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଏମଓୟୁ

ଭୁବନେଶ୍ୱର, ୨୭/୮ : ରାଜ୍ୟରେ ଦିବ୍ୟାଙ୍ଗ ବିଦ୍ୟାର୍ଥୀମାନଙ୍କ ସଶକ୍ତିକରଣ ନିମନ୍ତେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଉପସ୍ଥିତିରେ ମହିଳା ଓ ଶିଶୁ ବିକାଶ ବିଭାଗ ସମ୍ମିଳନୀ କକ୍ଷରେ ସେଣ୍ଟର ଫର ଡେଭଲପ୍‌ମେଣ୍ଟ ଅଫ୍‌ ଆଡଭାନ୍ସଡ୍‌ କମ୍ପୁ୍ୟଟିଂ (ସି-ଡାକ୍‌), କୋଲକାତା ଓ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ସହ ବିଭାଗ ପକ୍ଷରୁ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା । 

ଏହି ଅବସରରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ଉପସ୍ଥିତ ଥିଲେ। ପ୍ରଥମ ବୁଝାମଣାପତ୍ର ଅନୁଯାୟୀ ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ରାଜ୍ୟର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ଦକ୍ଷତା ବିକାଶ ନିମନ୍ତେ ଏକ ବର୍ଷ ପର୍ଯ୍ୟନ୍ତ ପ୍ରଶିକ୍ଷଣ ହେବ । ଏହି ପ୍ରଶିକ୍ଷଣ ପରେ ଛାତ୍ରଛାତ୍ରୀମାନେ ଫେସନ ଡିଜାଇନିଂ, ଅଟୋମୋଟିଭ୍‌, ହୋଟେଲ ମ୍ୟାନେଜମେଣ୍ଟ, ପର୍ଯ୍ୟଟନ ଶିଳ୍ପ, ସିକ୍ୟୁରିଟି କମ୍ପାନୀ, ହସ୍‌ପିଟାଲ୍‌ ଓ ବିଭିନ୍ନ ଘରୋଇ କମ୍ପାନୀରେ ନିଯୁକ୍ତି ସୁଯୋଗ ପାଇପାରିବେ । ଏହି ବୁଝାମଣାପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଓ ଶ୍ରୀ ଦୀପକ ରାଉତରାୟ ଏବଂ  ସ୍କିଲ୍‌ କାଉନ୍‌ସିଲ୍‌ ଫର ପର୍ସନସ୍‌ ଉଇଥ୍‌ ଡିଜେବିଲିଟି ପକ୍ଷରୁ ମୁଖ୍ୟ ନିର୍ବାହୀ ଅଧିକାରୀ ରବିନ୍ଦ୍ର ସିଂହ ଓ ଅଧ୍ୟକ୍ଷ ଶାଳିନୀ ଖାନ୍ନା ସ୍ୱାକ୍ଷର କରିଥିଲେ ।

ସେହିପରି ଦ୍ୱିତୀୟ ବୁଝାମଣାପତ୍ର ଅନୁଯାୟୀ ‘ସାଇଟ୍‌ ବିୟଣ୍ଡ ସାଇଟ୍‌’ ପ୍ରକଳ୍ପ ଅଧୀନରେ ସି-ଡାକ୍‌ ରାଜ୍ୟର ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କୁ କମ୍ପ୍ୟୁଟର ବିଷୟ ଶିକ୍ଷାଦାନ କରିବ । ପ୍ରଥମ ପର୍ଯ୍ୟାୟରେ ୧୮ ମାସ ମଧ୍ୟରେ ୫୦୦ ବିଦ୍ୟାର୍ଥୀ ଓ ଶିକ୍ଷକଙ୍କୁ ଏହି ଶିକ୍ଷା ଦିଆଯିବ । ସି-ଡାକ୍‌ ଭୁବନେଶ୍ୱର ଏହାର ଆଖପାଖ ଓ ଅନ୍ୟ ବିଦ୍ୟାଳୟଗୁଡ଼ିକରେ ଆବଶ୍ୟକୀୟ ସଫ୍ଟଓ୍ବେୟାର ସହ ଡେସ୍କଟପ୍‌, ଲାପ୍‌ଟପ୍‌, ଡିଜିଟାଲ୍‌ ଭଏସ୍‌ ରେକର୍ଡର, ଟାବ୍‌ଲେଟ୍‌ ଆଦି ଯୋଗାଇଦେବ । ଏମ୍‌ଏସ୍‌ ଅଫିସ୍‌, ଇଣ୍ଟରନେଟ୍‌ ନାଭିଗେସନ୍‌, ଇମେଲ୍‌ ଭଳି ମୌଳିକ କମ୍ପ୍ୟୁଟର ବ୍ୟବହାର ସହ ବିଦ୍ୟାର୍ଥୀମାନଙ୍କୁ ବ୍ରେଲିରୁ ଟେକ୍ସଟ୍‌ କନଭର୍ଟର, ଓଡ଼ିଆ ଲେଖାରୁ ବକ୍ତୃତା, ଓଡ଼ିଆ ଭାଷାରେ ଫୋନେଟିକ୍‌ ଟକିଂ ଓ ଓଡ଼ିଆ ଅନୁବାଦର ଏକୀକରଣ, ଓଡ଼ିଆରେ ଅପଫିକାଲ ଅକ୍ଷର ଚିହ୍ନିବା ଆଦି ବିଷୟରେ ପ୍ରଶିକ୍ଷଣ ଦିଆଯିବ ।

ଏହି ବୁଝାମଣାପତ୍ରରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ ନିର୍ଦ୍ଦେଶକ ନିୟତି ପଟ୍ଟନାୟକ, ଅତିରିକ୍ତ ଶାସନ ସଚିବ ସନ୍ତୋଷ ପ୍ରଧାନ ଓ ଦୀପକ ରାଉତରାୟ ଏବଂ ସି-ଡାକ୍‌ ପକ୍ଷରୁ ବୈଜ୍ଞାନିକ (ଏଫ୍‌) ଓ ସହ-ନିର୍ଦ୍ଦେଶକ ରିତେଶ ମୁଖାର୍ଜୀ, ବୈଜ୍ଞାନିକ (ଇ) ଯୁଗ୍ମ ନିର୍ଦ୍ଦେଶକ କୁନାଲ ଚନ୍ଦ୍ର ଏବଂ ସୋମା ଖାନ୍‌ ସ୍ୱାକ୍ଷର କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.