ମାଲକାନଗିରି,୩୯(ଆପ୍ର): ମାଲକାନଗିରି ରୁ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ତରାବୁ ଜଳପ୍ରପାତ ବୁଲିବାକୁ ଯାଇଥିବା ଜଣେ ନିଖୋଜ ବ୍ୟବସାୟୀଙ୍କ ମୃତଦେହ ଗୁରୁପ୍ରିୟା ନଦୀ ରୁ ଉଦ୍ଧାର ହୋଇଛି। ମୃତଦେହଟି ହେଲା ମାହେଶ୍ୱରୀ କଲୋନୀର ଜିତେନ୍ଦ୍ର ଜୈନ।
ମାଲକାନଗିରି ଜିଲ୍ଲା ସଦର ମହକୁମା ମାହେଶ୍ୱରୀ କଲୋନୀର ଜିତେନ୍ଦ୍ର ଜୈନ (୩୬) ନାମକ ଜଣେ ଟ୍ରାନ୍ସପୋର୍ଟ ବ୍ୟବସାୟୀ ସ୍ୱାଭିମାନ ଅଞ୍ଚଳ ଆନ୍ଧ୍ର ପ୍ରଦେଶ ସୀମାନ୍ତ ଗୁଞ୍ଜୁୱାର୍ଡ ତରାବୁ ଜଳ ପ୍ରପାତକୁ କାର ଯୋଗେ ଗତ ଶୁକ୍ରବାର ଅପରାହ୍ନରେ ବୁଲିବାକୁ ଯାଇଥିଲେ।ସେ ରାତ୍ର ରେ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି କରି ପାଇ ନଥିଲେ। ଶନିବାର ଦିନ ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ରେ ନିଖୋଜ ଥିବାର ଏତଲା ଦେବା ପରେ ପୁଲିସ ପକ୍ଷରୁ ବିଭିନ୍ନ ସ୍ଥାନ ରେ ଖୋଜା ଖୋଜି ଆରମ୍ଭ କରିଦେଇ ଥିଲେ। ଶନିବାର ଅପରାହ୍ନ ର ପାପର ମେଟଲା ଥାନା ସ୍ଥ ଜନବାଇ ନିକଟ ଗୁରୁପ୍ରିୟା ସେତୁ ତଳେ ଥିବା ରାସ୍ତା ରେ ଏକ କାର ଥିବା ଓ ନଦୀ ରେ ଜଣେ ଯୁବକ ମୃତ ଶରୀର ଭାସୁଥିବାର ଦେଖି ନିକଟସ୍ଥ ଗ୍ରାମ ବାସୀ ଥାନାକୁ ଖବର ଦେଇଥିଲେ। ପାପର ମେଟଲା ଥାନା ପୁଲିସ ନିଖୋଜ ଯୁବକର ପରିବାର ଙ୍କୁ ଖବର ଦେବା ପରେ ଶନିବାର ଦିନ ମାଲକାନଗିରି ରୁ ତାଙ୍କ ପରିବାର ସ୍ୱାଭିମାନ ଅଞ୍ଚଳ ଗୁରୁପ୍ରିୟା ସେତୁ ନିକଟକୁ ଯାଇ ପହଁଚି ଥିଲେ। ପୁଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଙ୍କ ସହାୟତା ରେ ପାଣିରୁ ମୃତ ଶରୀର ଉଦ୍ଧାର କରାଯିବା ପରେ ସେ ନିଖୋଜ ଜିତେନ୍ଦ୍ର ଜୈନ ବୋଲି ତାଙ୍କ ପରିବାର ଚିହ୍ନଟ କରିବାପରେ ପୁଲିସ ମୃତ ଶରୀର ଜବତ କରି ଶବ ବ୍ୟବଚ୍ଛେଦ ନିମନ୍ତେ ଚିତ୍ରକୋଣ୍ଡା ହସ୍ପିଟାଲ କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି। ପାଖ ଗ୍ରାମ ବାସୀ ଙ୍କ କହିବା ଅନୁସାରେ ଜଣା ପଡ଼ିଛି ଜଣେ ଯୁବକ କାର କୁ ରାସ୍ତା କଡରେ ରଖି ଗୁରୁପ୍ରିୟା ନଦୀ ଆଡ଼କୁ ଯାଇଥିଲା। ସେମାନେ ଭାବିଲେ ଶୌଚ କରିବାକୁ ଯାଇ ଥାଇ ପରେ ବୋଲି। ଜିତୁର ମୃତ୍ୟୁ ଦୁର୍ଘଟଣା ଜନିତ କି ଆତ୍ମହତ୍ୟା କି ହତ୍ୟା ପୁଲିସର ତଦନ୍ତ ପରେ ଜଣା ପଡିବ।