ନୂଆଦିଲ୍ଲୀ, ୨୬/୯ : ଏଡମ ଗିଲକ୍ରିଷ୍ଟ ଏବଂ ମାଇକେଲ ଓ୍ବାର୍ଣ୍ଣ ନିକଟରେ ଏକ ପୋଡ଼କାଷ୍ଟରେ ଚର୍ଚ୍ଚା କରୁଥିଲେ । ସେତେବେଳେ ମାଇକେଲଙ୍କୁ ଏକ ପ୍ରଶ୍ନ ପଚରାଗଲା । ଏହି ପ୍ରଶ୍ନରେ ବିରାଟ କୋହଲୀ, ଏମଏସ ଧୋନୀ ଏବଂ ରୋହିତ ଶର୍ମାଙ୍କୁ ରଖାଯାଇଥିଲା ଏବଂ ମାଇକେଲଙ୍କୁ ପ୍ରଶ୍ନ କରାଯାଇଥିଲା କି ସେମାନଙ୍କ ମଧ୍ୟରୁ ସେ କାହାକୁ ବିକ୍ରି କରିଦେବେ । କାହାକୁ ନିଜ ଟିମରେ ଖେଳାଇବେ ଏବଂ କେଉଁ ଖେଳାଳୀଙ୍କୁ ବେଞ୍ଚରେ ରଖିବେ । ପ୍ରଶ୍ନ ଏତେ କଠିନ ଥିଲା କି ଇଂଲଣ୍ଡର ଏହି ଭେଟରାନ ନିଜ ମୁହଁକୁ ହାତରେ ଲୁଚାଇ ଦେଇଥିଲେ ।
ପରେ ବି ମାଇକେଲ ଓ୍ବାର୍ଣ୍ଣ ଜବାବ ଦେଇ କହିଛନ୍ତି କି, ମୁଁ ଏମଏସ ଧୋନୀଙ୍କୁ ନିଜ ଟିମରେ ଖେଳାଇବି । ମୋତେ ଲାଗୁନାହିଁ କି ତାଙ୍କଠାରୁ ଭଲ କେହି ଅଛନ୍ତି ଏବଂ ସେ ମୋ ଟିମର ଅଧିନାୟକ ହେବେ । ମୁଁ ବିରାଟଙ୍କୁ ବିକ୍ରି କରିଦେବି, ସେ କେବେ ଆଇପିଏଲର ତାଜ୍ ଜିତି ନାହାନ୍ତି। ରୋହିତ ଶର୍ମା ୬ଥର ଏବଂ ଧୋନୀ ୫ଥରର ଆଇପିଏଲ ବିଜେତା ଅଟନ୍ତି । ରୋହିତ ଶର୍ମାଙ୍କ ମୁଁ ଏମଏସ ଧୋନୀଙ୍କୁ ବିକଳ୍ପ ଭାବେ ରଖିବି, ଯିଏ ଅଧିନାୟକତ୍ବ ବି କରିପାରିବେ । ’ ଏଡମ ଗିଲକ୍ରିଷ୍ଟ ଏହି ଜବାବ ପରେ କହିଥିଲେ କି ବିରାଟ କୋହଲି ଫ୍ରାଞ୍ଚାଇଜ ଲାଗି ମୋଟା କଲେକ୍ସନର ମାଧ୍ୟମ ହୋଇପାରିବେ ।
ଆଶ୍ଚର୍ଯ୍ୟ କଲା ଭଳି କଥା ଏହା କି ଏଡମ ଗିଲକ୍ରିଷ୍ଟ ବି ମାଇକେଲ ଓ୍ବାର୍ଣ୍ଣଙ୍କ ଡ୍ରିମ ଟିମକୁ ସର୍ପୋଟ କରିଛନ୍ତି । ସେ କହିଛନ୍ତି କି ଏହି ନିଷ୍ପତ୍ତି ବହୁ ବୁଝାମଣାର ସହ ନିଆଯାଇଛି । ତିନି ଜଣଙ୍କ ମଧ୍ୟରୁ ଚୟନ କରିବା ସହଜ ନୁହେଁ କିନ୍ତୁ ଏହା ତ ଏକ ମ୍ୟାନେଜରର କାମ ହୋଇଥାଏ । ପ୍ରକାଶ ଯେ, ଆଇପିଏଲ୍ ୨୦୨୫ମେଗା ଅକ୍ସନ ଖୁବଶୀଘ୍ର ହୋଇପାରେ । ଯେଉଁଥିରେ ରିଣ୍ଟେଶନ ପଲିସିକୁ ନେଇ ବିବାଦ ବଢି ଚାଲିଛି ଏବଂ ନିୟମକୁ ନେଇ ବି କେତେକ ପ୍ରଶ୍ନ ଛିଡ଼ା ହୋଇଛି ।